August 21, 2026
Home » ତାପମାତ୍ରା କମିଲା, ଲାଗିରହିବ କାଳବୈଶାଖୀ

ତାପମାତ୍ରା କମିଲା, ଲାଗିରହିବ କାଳବୈଶାଖୀ

0
WhatsApp Image 2026-05-03 at 11.59.17 AM

ଭୁବନେଶ୍ବର: ମେ’ ଦ୍ବିତୀୟ ସପ୍ତାହରେବଙ୍ଗୋପସାଗରରେ ବାତ୍ୟା ଆସିପାରେ। ବର୍ତ୍ତମାନର ସ୍ଥିତି ବାତ୍ୟା ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବାରୁ ବିଶ୍ବର ବିଭିନ୍ନ ମଡେଲ୍‌ ଏଭଳି ଆକଳନ କରିଛନ୍ତି। ଆଉ କିଛି ମଡେଲ୍‌ ଅବପାତ ସମ୍ପର୍କରେ କହିଛନ୍ତି। ତେବେ ଆସନ୍ତା ୬ ତାରିଖ ବେଳକୁ ଏ ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ସେପଟେ କାଳବୈଶାଖୀ ପ୍ରଭାବ ଲାଗି ରହିଥିବାରୁ ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ହ୍ରାସ ପାଇବା ସହ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଏଭଳି ପାଗ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବର୍ତ୍ତମାନର ପାଣିପାଗ ମଡେଲ୍‌ ଅନୁସାରେ ବଙ୍ଗୋପସାଗରରେ ଏକ ସକ୍ରିୟ ପରିବେଶ ସୃଷ୍ଟି ହେଉଛି। ଏହି ସମୟରେ ସମୁଦ୍ର ପୃଷ୍ଠର ତାପମାତ୍ରା (ଏସ୍‌ଏସ୍‌ଟି) ପ୍ରାୟ ୩୦ରୁ ୩୧ ଡିଗ୍ରି ରହୁଥିବାରୁ ଏହା ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ। ଜିଏଫ୍‌ଏସ୍‌ (ଅାଗ୍ରେସିଭ୍‌) ‌ଏକ gb ଶକ୍ତିଶାଳୀ ବାତ୍ୟାର ଚିତ୍ର ଦେଖାଉଛି। ଏହାର ପ୍ରମୁଖ କାରଣ ହେଉଛି ଏମ୍‌ଜେଓ (ମାଡେନ୍‌-ଜୁଲିଆନ୍‌ ଓସିଲେସନ୍‌)ର ପ୍ରଭାବ ଫେଜ୍‌-୩ରେ ଭାରତ ମହାସାଗରରେ ଅଧିକ ସକ୍ରିୟ ରହିବ, ଯାହାକି ବାୟୁମଣ୍ଡଳକୁ ଅଧିକ ଶକ୍ତି ପ୍ରଦାନ କରିବ।

ଜିଏଫ୍‌ଏସ୍‌ ଅନୁସାରେ ବାୟୁମଣ୍ଡଳର ନିମ୍ନ ଭାଗରେ ଘୂର୍ଣ୍ଣନ ଶକ୍ତି ବୃଦ୍ଧି, ଊର୍ଦ୍ଧ୍ୱଭାଗରେ ପବନର ଗତି ପାର୍ଥକ୍ୟ କମିବା ଓ ମଧ୍ୟ ଭାଗରେ ଆପେକ୍ଷିକ ଆଦ୍ରତା ୮୦%ରୁ ଅଧିକ ରହିବା ଯୋଗୁଁ ବାତ୍ୟା ଘନୀଭୂତ ହେବାର ସମ୍ଭାବନା ରହିଛି। ଇସିଏମ୍‌ଡବ୍ଲୁଏଫ୍‌ (କଞ୍ଜରଭେଟିଭ୍‌) ମଡେଲ୍‌ ଦର୍ଶାଉଛି ଯେ ଭାରତୀୟ ସ୍ଥଳଭାଗରୁ ଆସୁଥିବା ଶୁଷ୍କ ପବନ ବାତ୍ୟାର ଗତିରୋଧ କରିବ। ଫଳରେ ଏହା କେବଳ ଏକ ବର୍ଷା ପ୍ରଦାନକାରୀ ଲଘୁଚାପରେ ସୀମିତ ରହିପାରେ। ତେବେ ଆସନ୍ତା ୬ ତାରିଖ ସୁଦ୍ଧା ଏହା ସ୍ପଷ୍ଟ ହେବ। ବାତ୍ୟା ହେଉ ବା ନ ହେଉ, ମେ ୮ରୁ ୧୫ ମଧ୍ୟରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ର ପବନ ପ୍ରଭାବରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ବୃଦ୍ଧି ସହ ବ୍ୟାପକ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି। ବାତ୍ୟା ସମ୍ଭାବନା ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଓଡ଼ିଶା ହେଉଛି ବାତ୍ୟା, ବନ୍ୟା ଓ ହିଟ୍‌ୱେଭ୍‌ପ୍ରବଣ। ଏପ୍ରିଲ ମାସ ସନ୍ଧ୍ୟାରେ ଝଡ଼ ହୁଏ ଏବଂ ମେ’ ମାସରେ ବାତ୍ୟା ହେବା ସମ୍ଭାବନା ରହିଥାଏ। ଏପର୍ଯ୍ୟନ୍ତ (ଆଇଏମଡି) ପାଣିପାଗ ବିଭାଗ କୌଣସି ପୂର୍ବାନୁମାନ କରି ନାହିଁ, କେବଳ କିଛି ଏଜେନ୍ସି ଆକଳନ କରିଛନ୍ତି। ସେମାନେ ବିଶ୍ୱାସଯୋଗ୍ୟ ନ ହେଲେ ବି ଆମେ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି।
ଟ୍ରେନ-ବିମାନ ଚଳାଚଳ ବାତିଲ୍‌
ଅନ୍ୟପକ୍ଷରେ ଆସନ୍ତା ୩ରୁ ୫ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ମେ’ ୩ ଓ ୪ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳଗଜପତି ଓ ରାୟଗଡ଼ାରେ କାଳବୈଶାଖୀ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି, ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହୋଇପାରେ। ଏହାକୁ ନଜରରେ ରଖି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ଦିନ ସମୟରେ ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୬ ଡିଗ୍ରି ରହିଥିବା ବେଳେ ଝାରସୁଗୁଡ଼ାରେ ୪୧.୧, ଭବାନୀପାଟଣାରେ ୪୦.୫, ଟିଟିଲାଗଡ଼ରେ ୪୦.୨, ବରଗଡ଼, ମାଲକାନଗିରି ଓ ତାଳଚେରରେ ୪୦ ଡିଗ୍ରି ରହିଥିଲା।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed