July 13, 2026
Home »  ତାରକାସୁର ରାଜ୍ୟାଭିଷେକ ପରେ ସ୍ବର୍ଗପୁର ଆକ୍ରମଣ ରେ ଦେବଗଣ ବ୍ୟସ୍ତ ବିବ୍ରତ

 ତାରକାସୁର ରାଜ୍ୟାଭିଷେକ ପରେ ସ୍ବର୍ଗପୁର ଆକ୍ରମଣ ରେ ଦେବଗଣ ବ୍ୟସ୍ତ ବିବ୍ରତ

0
WhatsApp Image 2026-06-16 at 8.57.59 PM

 ବରପାଲି ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ରେ ଅନୁଷ୍ଠିତ ହେଉଥିବା ତାରକାସୁର ରାଜ କାର୍ଯ୍ୟକ୍ରମ ରେ ତାରକାସୁର ଅଭିଷେକ ପରେ ଶୁକ୍ରଚାର୍ଯ୍ୟ ଙ୍କ ମନ୍ତ୍ରଣାରେ ସ୍ବର୍ଗପୁର ଆକ୍ରମଣ ପାଇଁ ଯୋଜନା ବଦ୍ଧ ହୋଇଥିଲେ ଏବଂ ଦତ୍ୟପତି,ଗ୍ରସନ,ଜମ୍ବୁ,କୁଜୟ,କାଲନୟନି, ମନ୍ଥକ,ଜମ୍ବକ ଆଦି ବିର ତାରକା ରାକ୍ଷସ ରାଜ ମାନଙ୍କ ସହିତ ଆଲୋଚନା କରି ସ୍ବର୍ଗପୁର କୁ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିଲେ ।

ଇନ୍ଦ୍ର ତାରକାସୁରର ସ୍ବର୍ଗ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିଲେ । ଇନ୍ଦ୍ର ତାରକାସୁର ର ସ୍ବର୍ଗ ଆକ୍ରମଣ ସମାଚାର ପାଇଁ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି । ତାରକାସୁର ଙ୍କୁ ମୁକୁଟ ପିନ୍ଧାଇ ରାଜ୍ୟାଭିଷେକ କରାଇଥିବା ବେଳେ ପିନାକୀ ଦାଶ ମନ୍ତ୍ର ଉଚ୍ଚାରଣ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ,ସମ୍ପାଦକ ଜୟନ୍ତ ତ୍ରିପାଠୀ ,ବିନୋଦ ସାହୁ,ସଦାନନ୍ଦ ଦାଶ ସହ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ମଦନଲାଲ ପଣ୍ଡା,ଉପ ଜିଲ୍ଲାପାଳ ପ୍ରଶ୍ନନ କୁମାର ପାଣ୍ଡେ,ବରପାଲି ତହସିଲଦାର ରୁକ୍ମଣ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ । ନାଟ୍ୟ ରୂପାନ୍ତରରେ ତାରକାସୁର ଭୂମିକାରେ ଜଗଦାନନ୍ଦ ମିଶ୍ର ଅଭିନୟ କରିଥିଲେ ।

: ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *