ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ୮୦ ତମ ସ୍ୱାଧୀନତା ଦିବସ ସମାରୋହରେ ପାଳିତ
ପୁରୀର ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ୮୦ ତମ ସ୍ୱାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ୪୮ ଟି କଣ୍ଟିଜେଣ୍ଟ ପରେଡରେ ଅଂଶଗ୍ରହଣ କରିଥିଲେ। ଏହି କଣ୍ଟିଜେଣ୍ଟରେ ଶ୍ରୀମନ୍ଦିର ସୁରକ୍ଷା ବାହିନୀ, ହୋମଗାର୍ଡ ବାହିନୀ, ବିଭିନ୍ନ କଲେଜ ତଥା ସ୍କୁଲର ଏନସିସି ଛାତ୍ରଛାତ୍ରୀ, ସ୍କାଉଟ ଓ ଗାଇଡ଼ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଥିଲେ। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଏସପି ପ୍ରତୀକ ସିଂ ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ଥିଲେ। ପରେଡ ଉତ୍ସବରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବୁଦ୍ଧିଜୀବୀ ସାମିଲ ଥିଲେ। ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଶା, ଅଙ୍ଗନବାଡ଼ି, ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ତେବେ ରାଜ୍ୟ ତଥା ପର୍ଯ୍ୟଟନ ନଗରୀରେ ପୁରୀରେ ଆଗାମୀ ଦିନରେ ଭିଜନ ଓ ଭିଜନାରୀ ନେଇ ଅନେକ ବିକାଶ ମୂଳକ କାର୍ଯ୍ୟ ଶେଷ ହେବ ବୋଲି ନିଜ ପ୍ରତିକ୍ରିୟାରେ ମନ୍ତ୍ରୀ କହିଛନ୍ତି। ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ପାଇଁ ଜଙ୍ଗଲ ଓ ପରିବେଶ କୁ ନେଇ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏନଜିଟି ପରାମର୍ଶ ଗ୍ରହଣ କରି ବିଭାଗ ଆବଶ୍ୟକ ପଦକ୍ଷେପ ନେବା ସହ ବିମାନବନ୍ଦର ରୂପରେଖ ହେବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ବିଭିନ୍ନ ଜଙ୍ଗଲ ଜମିରେ ହୋଇଥିବା ବେଆଇନ ନିର୍ମାଣ ଉପରେ ମଧ୍ୟ ନଜର ରହିଛି। ଆଗାମୀ ଦିନରେ ବ୍ଲୁ ଇକୋନୋମିକ କୁ ଆଗକୁ ନେବା ପାଇଁ କାର୍ଯ୍ୟ ହେଉଛି। ଚିଲିକାକୁ ଆହୁରି ସବୁଜ ସୁନ୍ଦର କରିବା ସହ ରୋଜଗାର ସୃଷ୍ଟି କରିବା ଲକ୍ଷ୍ୟ ରହିଛି। ଏଥିପାଇଁ ପ୍ରାୟ ୧୨ ଶହ କୋଟିର ପ୍ରକଳ୍ପ ଚିନ୍ତା କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
