ଦହିବରା ଖାଇ ୪୦ରୁ ଅଧିକ ଅସୁସ୍ଥ
ଯାଜପୁର: ଦହିବରା ଖାଇ ୪୦ରୁ ଅଧିକ ଅସୁସ୍ଥ ହୋଇପଡିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ ପାଟପୁର ଗ୍ରାମରେ। ଗତକାଲି ସକାଳୁ ନିକଟସ୍ଥ ଦଶରଥପୁର ପଞ୍ଚାୟତ ତୁଳାଟିଆ ସାହି ଗ୍ରାମର ଜଣେ ଦହିବରା ବ୍ୟବସାୟୀଙ୍କଠାରୁ ପାଟପୁର ଗ୍ରାମର ଶତାଧିକ ଲୋକେ ବହିବରା ଖାଇଥିଲେ, ଖାଇବାର କିଛି ସମୟ ପରେ ବିଳମ୍ବିତ ରାତିରୁ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା |
ତାପରେ ଝାଡା, ବାନ୍ତି, ପେଟ ଦରଜ ହେବାରୁ ଜଣକ ପରେ ଜଣେ ଅସୁସ୍ଥ ହେବାରୁ ସେମାନଙ୍କୁ ନିକଟସ୍ଥ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା | ସେଠାରେ ଗୁରୁତର ଲୋକ ଏବଂ ଆବଶ୍ୟକ ବେଡ଼ ବ୍ୟବସ୍ଥା ନଥିବାରୁ ୩୦ରୁ ଅଧିକ ଲୋକଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି, ଖବର ପାଇ ସିଡ଼ିଏମଓ ବିଜୟ କୁମାର ମିଶ୍ର ଉପସ୍ଥିତ ରହି ସ୍ଥିତିର ସମୀକ୍ଷା କରୁଛନ୍ତି |ଇପିଏରୁ
ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
