August 27, 2025
Home » ଦିଗଶିରା ପେକ୍ସ ୭୦ ବର୍ଷ ପରେ ନିଜସ୍ୱ ସ୍ଥାନ ଦିଗଶିରା କୁ କାର୍ଯ୍ୟାଳୟ ସ୍ଥାନସ୍ତର, ଚାଷୀ ମହଲରେ ଉତ୍ସାହ

ଦିଗଶିରା ପେକ୍ସ ୭୦ ବର୍ଷ ପରେ ନିଜସ୍ୱ ସ୍ଥାନ ଦିଗଶିରା କୁ କାର୍ଯ୍ୟାଳୟ ସ୍ଥାନସ୍ତର, ଚାଷୀ ମହଲରେ ଉତ୍ସାହ

0
WhatsApp Image 2024-07-23 at 10.23.42 AM

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ପ୍ରାଥମିକ କୃଷି ସମବାୟ ସମିତି ଲିଃ. ୭୦ ବର୍ଷ ପରେ ତାର ନିଜସ୍ୱ ସ୍ଥାନ ଦିଗଶିରା କୁ କାର୍ଯ୍ୟାଳୟ ସ୍ଥାନାସ୍ତର ହୋଇଥିବା ଜଣାପଡିଛି | ପ୍ରକାଶ ଥାଉ କି ଦିଗଶିରା ପ୍ରାଥମିକ କୃଷି ସମବାୟ ସମିତି ଲିଃ. ତା ୨୦/୦୪/୧୯୫୪ ମସିହା ରୁ ଦୀର୍ଘ ୭୦ ବର୍ଷ ରୁ ଉର୍ଦ୍ଧ୍ୱ ହେବ ତମାମୁରା ପଂଚାୟତ ହେଡ଼ କ୍ୟୁର୍ଟର ରେ ରହିଥିଲା | ଏହି ପେକ୍ସ ରେ ୪ ଗୋଟି ପଂଚାୟତ ର ଚାଷୀ ତଥା ଗଧାପାଲି, ତମାମୁରା,ଭାଟବାହାଲି, କପାସିରା, ଡାହୁକବୁଡ, ଦିଗଶିରା, ହରିହରନଗର, ସୁନାପାଲି ଗାଁର ଚାଷୀ ନିର୍ଭର କରି ଚାଷ କରୁଥିଲେ l ଦିଗଶିରା ଗ୍ରାମର ଚାଷୀ ତମାମୁରା ରେ ଥିବା ଦିଗଶିରା ପେକ୍ସ କୁ ଗଲେ ତାଙ୍କୁ ୧୦ କିଲୋମିଟର ଦୂରତା ପଡୁଥିଲା | ଯାହା ଫଳ ରେ ଚାଷୀ ମାନେ ଠିକ ସମୟରେ ଯୋଗାଯୋଗ କରି ନ ପାରି ନାନାଦି ଅସୁବିଧା ରେ ପଡୁଥିଲେ | ହେଲେ ରାଜ୍ୟ ସରକାର ସମବାୟ ସମିତି ବିଭାଗ(ରେଜିଷ୍ଟାର ) କପାସିରା-ତମାମୁରା କୁ ଏକ ନୂତନ ପେକ୍ସ ସୃଷ୍ଟି କରିଛନ୍ତି | ଫଳରେ ଦୀର୍ଘ ୭୦ ବର୍ଷ ପରେ ଦିଗଶିରା ଗ୍ରାମର ଚାଷୀ ଙ୍କ ସ୍ବପ୍ନ ସାକାର ହୋଇଥିବା ଚାଷୀ ପ୍ରକାଶ କରିଛନ୍ତି | ସୋମବାର ଦିଗଶିରା ହସ୍ପିଟାଲ ଛକ ନିକଟରେ ଥିବା ରାଜୀବ ଭବନ କୁ ଦିଗଶିରା ପ୍ରାଥମିକ କୃଷି ସମବାୟ ସମିତି ଲିଃ. କାର୍ଯ୍ୟାଳୟ କୁ ଶୁଭାରମ୍ଭ କରାଯାଇଛି | ଏହା କୁ ସମବାୟ ସମିତି ଲିଃ. ର ସଭାପତି ତ୍ରିଲୋଚନ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ | ପୂଜକ ବଂଶୀଧର ଆଚାର୍ଯ୍ୟ ପୂଜାର୍ଚନା କରିଥିଲେ | ନୂତନ ଭାବେ ଦିଗଶିରା ପ୍ରାଥମିକ କୃଷି ସମବାୟ ସମିତି ଲିଃ. କାର୍ଯ୍ୟାଳୟ ଶୁଭ ଆରମ୍ଭ କରାଯାଇଥିବା ରାଜୀବ ଭବନ ପରିସରରେ ସଭାପତି ତ୍ରିଲୋଚନ ପାଣ୍ଡେ ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ଏହି ସଭା ରେ ସମବାୟ ସମିତି ଲିଃ. ର ଡାରେକ୍ଟଟର ଫଣିଭୂଷଣ ପଧାନ, ବୃନ୍ଦାବନ ପଧାନ, ଦାମୋଦର ପାଣ୍ଡେ,,ଭାଗ୍ୟସିନୀ ନାଗ, ସମ୍ପାଦକ ସୂର୍ଯ୍ୟନାରାୟଣ ହୋତା ଓ କପାସିରା -ତମାମୁରା ପେକ୍ସ ର ପୂର୍ବତନ ପେକ୍ସ ସଭାପତି ପ୍ରଦୀପ ସା ଅତିଥି ଭାବେ ମଂଚାସୀନ ଥିଲେ | ସଭାକାର୍ଯ୍ୟକୁ ପୂର୍ବତନ ୱାର୍ଡ ମେମ୍ବର ଦୀନବନ୍ଧୁ ସୁନା ପରିଚାଳନା କରିଥିଲେ |ସଭାପତି ପାଣ୍ଡେ ନୂତନ ଭାବେ ସମବାୟ ସମିତି ଲିଃ
କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇଥିବାରୁ ଉପସ୍ଥିତ ଥିବା ଚାଷୀ ଙ୍କୁ ସ୍ୱାଗତ ଜଣାଇଥିଲେ | ସଭା ରେ ପେକ୍ସ ସମ୍ପାଦକ ସୂର୍ଯ୍ୟନାରାୟଣ ହୋତା ଚାଷୀ ଙ୍କ ପାଇଁ ପେକ୍ସ ରେ ମିଳୁଥିବା ସାର, ଋଣ, ଔଷଧ , ଧାନବିହନ, ମଙ୍ଗା ଋଣ, ଏସଏଚଜି ମହିଳା ଙ୍କ ପାଇଁ ଋଣ, ଜେଏଲଜି ଋଣ,ବିନା ସୁଧ ରେ ୧ ଲକ୍ଷ ଟଙ୍କା ଋଣ ଦିଆଯାଉ ଥିବା ଯୋଜନା ଉପରେ ଚାଷୀଙ୍କୁ ଅବଗତ କରାଇଥିଲେ | ୧୪ ଜଣ ଡାରେକ୍ଟର ଓ ୧ ଜଣ ସଭାପତି ମିଶି ମୋଟ ୧୫ ଜଣକୁ ନେଇ ଏହି ସମବାୟ ସମିତି ଲିଃ. ଦିଗଶିରା କାର୍ଯ୍ୟାଳୟ ଗଠନ ହୋଇଚାଲୁଛି | ସଭା ରେ ପୂର୍ବତନ ଦିଗଶିରା ସରପଞ୍ଚ ଲବ ମେହେର, ରାଧେଶ୍ୟାମ ରଣା, ରଞ୍ଜନ ଆଚାର୍ଯ୍ୟ, ଗୋପାଳ ଚନ୍ଦ୍ର ସେଠୀ, ମହିମା ପଧାନ,ବୁଧୁ ପୁଟେଲ,ଅରୁଣ ବାଗ,ଆନନ୍ଦ ମେହେର,ଯୁବରାଜ ଦୀପ, ବିଶ୍ୱନାଥ ମେହେର,ଡୁଳାମଣି ସାହୁ, ରମେଶ ମେହେର, ପ୍ରଦୀପ ମହାନନ୍ଦ, ସହଦେଵ ପଧାନ,ଭୁଜ ପଧାନ,,ବରୁଣ ସୁନା,ଧନବନ୍ତ ପୁଟେଲ, ଜୟ ମିଶ୍ର,ଲିଙ୍ଗରାଜ ନାଏକ, ପିଣ୍ଟୁ ଦାସ , ପବିତ୍ର ଦଣ୍ଡସେନା,ରାଜେନ୍ଦ୍ର ପଧାନ,ଡୁଲା ମେହେର, ବନମାଳୀ ଦର୍ଜୀ, ଦିଲୀପ ବଣିଆ, ପ୍ରମୁଖ ବହୁ ସଂଖ୍ୟା ରେ ସୁନାପାଲି ଓ ଦିଗଶିରା ର ଚାଷୀ ଉପସ୍ଥିତ ଥିଲେ |ଶେଷରେ ଫଣିଭୂଷଣ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ |

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *