June 13, 2026
Home » ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ଧାରାର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ସ୍ତରୀୟ ସଭା

ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ଧାରାର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ସ୍ତରୀୟ ସଭା

0
1001124350
ନୟାଗଡ:( ଇପିଏ ) ନୟାଗଡ ଓଡ଼ିଶା ସରକାର ( ବିଜେପି ) ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ଧାରାର ପ୍ରଚାର ପ୍ରସାର ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ଅପରାହ୍ନ ୪ ଘଟିକା ସମୟରେ ଏକ ସଭା ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା।
ଏଥିରେ ଜିଲ୍ଲପାଳ ମଧୁମିତା ରଥ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥିଭାବେ ନୟାଗଡ ଜିଲ୍ଲା ପ୍ରଭାରୀ ତଥା ମାନ୍ୟବର ମନ୍ତ୍ରୀ ସମବାୟ, ବୟନ ଓ ହସ୍ତଶିଳ୍ପ ବିଭାଗ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତରାୟ, ସମ୍ମାନିତ ଅତିଥି ରୂପେ ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ,ମାନ୍ୟବର ବିଧାୟକ ତଥା ଜିଲ୍ଳା ଯୋଜନା ବୋର୍ଡର ଅଧ୍ୟକ୍ଷ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦାନ କରିଥିଲେ। ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ। ଅତିଥିମାନେ ସରକାରଙ୍କର ଦୁଇ ବର୍ଷରେ କରିଥିବା କାର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ବିଭିନ୍ନ ହିତାଧିକାରୀ ମାନଙ୍କୁ ସ୍ମାର୍ଟଫୋନ, ମୁଖ୍ୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନ୍ତର୍ଗତ କାର୍ଡ ବଣ୍ଟନ ଓ ଚରଖ ବଣ୍ଟନ କରାଯାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଲଗ୍ନଜିତ୍ ରାଉତ, ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମଦ୍ଦାର, ମିଶନ ଶକ୍ତି ମହିଳା, ଅଙ୍ଗନବାଡ଼ି କର୍ମୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ କିଛି ଜନସାଧାରଣ ଯୋଗ ଦେଇଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *