August 21, 2026
Home » ଦୁର୍ଗାପୂଜା କମିଟି ୧୬ତମ ସାର୍ବଜନୀନ ଦୁର୍ଗାପୂଜା ସ୍ମରଣିକା ପାଇଁ ଲେଖା ଆବଶ୍ୟକ

ଦୁର୍ଗାପୂଜା କମିଟି ୧୬ତମ ସାର୍ବଜନୀନ ଦୁର୍ଗାପୂଜା ସ୍ମରଣିକା ପାଇଁ ଲେଖା ଆବଶ୍ୟକ

0
WhatsApp Image 2025-08-23 at 4.38.32 PM

ସୁବର୍ଣ୍ଣପୁର — ଚଳିତ ବର୍ଷ ବ୍ଲକଛକ ଦୁର୍ଗାପୂଜା କମିଟି ୧୬ତମ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ କରିବାକୁ ଯାଉଥିବାବେଳେ ଚଳିତ ବର୍ଷ ସୁବର୍ଣ୍ଣପୁର ର କଳା, ସଂସ୍କୃତି ଶୈବ/ଶାକ୍ତ ପରମ୍ପରା ସଂପର୍କିତ ଲେଖା ସବୁକୁ ନେଇ ଏକ ସ୍ମରଣିକା ପ୍ରକାଶିତ କରିବାକୁ ଯାଉଛି। ଏଥିପାଇଁ ଆଜି ହୋଟେଲ ପ୍ରୋଗ୍ରେସ୍ଇନ୍ ର ସମ୍ମିଳନୀ କକ୍ଷରେ ସ୍ମରଣିକା କମିଟିର ଏକ ବୈଠକ ସଂପାଦକ ଡଃ. ଜ୍ୟୋତି ରଞ୍ଜନ ବହିଦାର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ସ୍ମରଣିକା ପାଇଁ ଆସନ୍ତା ସେପ୍ଟେମ୍ୱର ୧୫ ତାରିଖ ସୁଦ୍ଧା ଲେଖକ ମାନଙ୍କଠାରୁ ଲେଖା ଆହ୍ୱାନ କରାଯାଇଛି। ଲେଖାସବୁ ସୁବର୍ଣ୍ଣପୁର ର କଳା ସଂସ୍କୃତି ଯାନିଯାତ୍ରା ସଂପର୍କିତ ହୋଇ ୫୦୦ ଶବ୍ଦ ରୁ ୨୦୦୦ ଶବ୍ଦ ମଧ୍ୟରେ ହେବାସହ ଅପ୍ରକାଶିତ ପାଣ୍ଡୁଲିପି ଫେରସ୍ତ ଯୋଗ୍ୟ ନୁହେଁ ବୋଲି ସଂପାଦନା ମଣ୍ଡଳୀ ଦ୍ଵାରା ଘୋଷଣା କରାଯାଇଛି। ସମସ୍ତ ଲେଖା ଇଂରାଜୀ,ଓଡ଼ିଆ ଓ କୋଶଲୀ ଭାଷାରେ ହେବାସହ ସମସ୍ତ ଲେଖା ଡ଼ିଟିପି ମାଧ୍ୟମରେ ଦେବା ସହ ଲେଖକ ଲେଖିକା ତାଙ୍କ ପାସପୋର୍ଟ ସାଇଜ଼୍ ଫଟୋ , ଫୋନ୍ ନମ୍ୱର୍ ଓ ନିଜର ସଠିକ ଠିକଣା dr.gouri.panda @gmail.com କିମ୍ବା 9438121747 ହ୍ୱ।ଟ୍ସ୍ଅପ୍ ନମ୍ବର ରେ ପଠାଇବା ପାଇଁ ଅନୁରୋଧ କରାଯାଇଛି। ସ୍ମରଣିକା କମିଟିର ଏହି ବୈଠକ ରେ ସଂପାଦକ ଡଃ ଜ୍ୟୋତି ରଞ୍ଜନ ବହିଦାର , ଦିଲ୍ଲୀପ ପାତ୍ର, ଗୌରୀ ଶଙ୍କର ପଣ୍ଡା ଙ୍କ ସହ ସୁବ୍ରତ ସେଠୀ, ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।