March 18, 2026
Home » ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ର ଜିଲ୍ଲାସ୍ତରୀୟ ସମାରୋହ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ର ଜିଲ୍ଲାସ୍ତରୀୟ ସମାରୋହ

0
WhatsApp Image 2025-10-30 at 1.26.21 PM

 

ସଚ୍ଚୋଟ ଏବଂ ଦାୟିତ୍ବବାନ ନାଗରିକ ହୋଇ ଦେଶ ଗଠନରେ ଭାଗୀଦାର ହେବା: ଅତିରିକ୍ତ ଜିଲ୍ଲାପାଳ

ବରଗଡ଼: ଅକ୍ଟୋବର ୨୭ରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ଯାଏଁ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ର ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଛାତ୍ରୀଙ୍କୁ ସଚ୍ଚୋଟ ଏବଂ ଦାୟିତ୍ବବାନ ନାଗରିକ ହୋଇ ଦେଶ ଗଠନରେ ଭାଗୀଦାର ହେବା ପାଇଁ ଉତ୍ସାହିତ କରିବା ସହ ସଦ-ମାର୍ଗରେ ସଦ-ଉପାର୍ଜନ କରି ନିଜର ଜୀବନ ବଞ୍ଚିବା ପାଇଁ ଆହ୍ୱାନ କରିବା ସହ ଜଣେ ଜଣେ ଭାରତୀୟ ରୂପେ ନିଜର ସାମାଜିକ ଦାୟିତ୍ଵ ନିର୍ବାହ କରିବା ପାଇଁ କହିଥିଲେ । ଏହା ସହ ଉପସ୍ଥିତ ଥିବା ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ସେ ନିଜ ନିଜର ବିଭାଗକୁ ସଂପୂର୍ଣ ରୂପେ ଦୁର୍ନୀତି ମୁକ୍ତ ରଖିବା ପାଇଁ ଉତ୍ସାହିତ କରିଥିଲେ ।

ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲାଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ସ୍ଥାନୀୟ ପାର୍ବତୀଗିରି ମହିଳା ମହା ବିଦ୍ୟାଳୟ ଅଧ୍ୟାପିକା ଶ୍ରୀମତୀ ସଂଘମିତ୍ରା ମିଶ୍ର ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଦୁର୍ନୀତି ନିବାରଣକୁ ଏକ ସାମାଜିକ କ୍ରାନ୍ତିରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ବରଗଡ ଦୁର୍ନୀତି ନିବାରଣ ବିଭାଗ ଡିଏସପି ଶ୍ରୀମତୀ ସୁଷମା ତିର୍କୀ ଏବଂ ଇନ୍ସପେକ୍ଟର ଶ୍ରୀ ତୁଷାର କାନ୍ତ ମହାପାତ୍ର ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହା ପରେ ଦୁର୍ନୀତି ନିବାରଣ ସଚେତନତା ସ‌ପ୍ତାହରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା । ଶେଷରେ ଦୁର୍ନୀତି ନିବାରଣ ବିଭାଗ ଇନ୍ସପେକ୍ଟର ଶ୍ରୀମତୀ ସୁଷମା ପଶାୟତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ବରଗଡ ଜିଲ୍ଳା ପ୍ରତିନିଧି ଇପିଏରୁ କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ)

Leave a Reply

Your email address will not be published. Required fields are marked *