ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ
ସୁବର୍ଣ୍ଣପୁର: ଶ୍ରୀଦୁର୍ଗା ମନ୍ଦିର, ବୀରମହାରାଜପୁର ଠାରେ ଦୁର୍ଗା ଦେବୀଙ୍କ ନବରାତ୍ର ପୂଜା ମହା ସମାରୋହରେ ଚାଲିଛି ।ଏହି ପାର୍ବଣ ମୁହୂର୍ତ୍ତରେ ମନ୍ଦିର ପରିସରରେ ଡ. ଦ୍ବିତୀକୃଷ୍ଣ ପଣ୍ଡା ଙ୍କ ରଚିତ “ଦେବୀଙ୍କ ନବରାତ୍ର ପୂଜା ” ପୁସ୍ତକ ଲୋକାର୍ପିତ ହୋଇଯାଇଛି।ଏହି ପୁସ୍ତକରେ ଦେବୀଙ୍କ ଦିବ୍ୟ ସ୍ବରୂପ ବର୍ଣ୍ଣନା ପ୍ରାଞ୍ଜଳ ଭାବରେ ରହିଛି।ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ଆଧ୍ୟାତ୍ମିକ ସଭାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ,ବରିଷ୍ଠ ନାଗରିକ ସଂଗଠନର ପୂର୍ବତନ ସଭାପତି ଡ଼. ପ୍ରଫୁଲ୍ଲ କୁମାର ରଥ, ସଭାପତି ଦୟାନିଧି ହୋତା, ସଦସ୍ୟ ଜ୍ଞାନେନ୍ଦ୍ର ତ୍ରିପାଠୀ, ଦୁର୍ଗା ମନ୍ଦିର ମୁଖ୍ୟ ପୂଜକ ମନୋରଞ୍ଜନ ଦାଶ, ପରିଚାଳନା କମିଟି ସଦସ୍ୟ ଭାଗିରଥି ମେଣ୍ଡିଲି,ଶ୍ରୀନିବାସ ରଥ,ଶିବ ଅଗ୍ରୱାଲା, ସୋମନାଥ ମିଶ୍ର,ରାମ ମେହେର,ଲେଖକ ଡ.ଦ୍ବିତୀକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରିବା ସହିତ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ସଭା ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ମନ୍ଦିର ରେ ସୁନ୍ଦରାକାଣ୍ଡର ମଧ୍ୟ ଆୟୋଜନ ହୋଇଥିଲା।ଏଣୁ ବିପୁଳ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
