ଦେବୀ ଦେଖାଇଲେ ପ୍ରକୋପ
ମନ୍ଦିର କୁ ଚୋରି ପାଇଁ ଆସି ଯାଇ ନ ପାରି ଚୋର ରହିଗଲା ମନ୍ଦିରରେ
ସୁବର୍ଣ୍ଣପୁର — ମନ୍ଦିର କୁ ଚୋରି ପାଇଁ ଆସିଥିଲା ଯୁବକ l ମନ୍ଦିର ରୁ ଦେବୀ ଙ୍କ ମୂଲ୍ୟବାନ ସାମଗ୍ରୀ ଚୋରି କରିବା ଉଦ୍ଦେଶ୍ୟ ରେ l ହେଲେ ଚୋରି କରି ନ ପାରି ରହିଗଲା ଯୁବକ ମନ୍ଦିର ରେ l ସୋନପୁର ଖମ୍ଭେଶ୍ବରୀ ମନ୍ଦିର ରୁ ଚୋରି କରିବାକୁ ଆସିଥିବା ଯୁବକ ଚୋରି କରିବା ତ ଦୂର କଥା ମନ୍ଦିର ରୁ ଯାଇପାରିନଥିଲା l ମନ୍ଦିର ମାଳିନୀ ସୁବର୍ଣ୍ଣପୁର ( ସୋନପୁର ) ସହର ତନ୍ତ୍ର ମନ୍ତ୍ର ଯନ୍ତ୍ର ଶକ୍ତି ପୀଠ ର ଶକ୍ତି ଭାବେ ପରିଚିତ l ସୋନପୁର କୁ ମନ୍ଦିର ମାଳିନୀ ସହର ମଧ୍ୟ କୁହାଯାଏ l ଶକ୍ତି ଦେଖାଇଛନ୍ତି ମା ଖମ୍ବେଶ୍ୱରୀ ଓ ଅଷ୍ଟ ଚଣ୍ଡୀ l ଗତ କାଲି ( ଶୁକ୍ରବାର )ରାତିରେ ମନ୍ଦିର ରୁ କିଛି ସାମଗ୍ରୀ ଚୋରି ଉଦ୍ୟମ କଲାବେଳେ ଜଣେ ବାରବୁଲା ଦୁର୍ବୁତ୍ତ ର ଗୋଡ ହାତ ପଡ଼ି ଗଲା ପୁରା ପାରାଲିସିସ୍ ଭଳି l ରାତିରେ ଶୋଇ ରହିଲା ମନ୍ଦିର ପରିସରରେ l

ସକାଳେ ପୂଜକ ଓ କମିଟି ଘଟଣା ବିଷୟ ରେ ଜାଣିଲା ପରେ ପୋଲିସ କୁ ଖବର ଦେଇଥିଲେ l ପୋଲିସ ଏହି ଚୋର କୁ ଥାନା ରେ ଅଟକ ରଖିଛି l କମିଟି ପକ୍ଷରୁ ରିପୋର୍ଟ ପରେ ଚୋର କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଯାଦବ ପ୍ରକାଶ କରିଛନ୍ତି l ଏ ସହର କୁ ବହୁ ବର୍ଷ ରୁ ଖୁଲମ ଖୋଲା ପ୍ରବେଶ କରି ଆସୁଥିବା ଅନୁପ୍ରବେଶ କାରୀ ବା ଶରଣାର୍ଥୀ ମାନଙ୍କୁ ଚିହ୍ନଟ କରି ତାଙ୍କ ଉପରେ କଡ଼ା ନଜର ରଖି ଲୋକ ଙ୍କୁ ସୁରକ୍ଷା ଦେବାକୁ ବରିଷ୍ଠ ନାଗରିକ, ସାମ୍ୱାଦିକ, ବୁଦ୍ଧିଜୀବି ପକ୍ଷରୁ ବାରମ୍ବାର ଦାବି କରାଯିବା ସତ୍ତ୍ବେ ଜିଲ୍ଲା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଯିଏ ଆସନ୍ତୁ କେବଳ “ଗୋଟେ ମିଶନ”….. ରେ ଲକ୍ଷ୍ୟ ରଖୁଥିବା ବିଷୟ କୁ ସହର ବାସୀ ନିନ୍ଦା କରିଛନ୍ତି l ଶେଷରେ ସେ ଯିଏ ବି ହେଉ ତାକୁ ଏ ସହର ର ଦେବା ଦେବୀ ହିଁ ଏଭଳି ନ୍ୟାୟ ଦେବେ ଦଣ୍ଡ ଦେବେ ବୋଲି ଆଜି ସହର ରେ ସବୁଠି ଚର୍ଚ୍ଚା ହେଉଛି l ଦେବୋତ୍ତର ବିଭାଗ, ଜିଲ୍ଲା ପୋଲିସ ପ୍ରଶାସନ ଓ ଚୋର ଙ୍କୁ ମା ଅଷ୍ଟ ଚଣ୍ଡୀ ଏ ଘଟଣା ରେ ତାଙ୍କ ଶକ୍ତି ପୀଠ ର ଶକ୍ତି ଦେଖାଇ ସତର୍କ କରିଛନ୍ତି l ଏହି ଘଟଣା ରେ ଏହା ଦେବୀ ଙ୍କ ପ୍ରକୋପ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
