August 22, 2026
Home » ଦେୟମୁକ୍ତ ବିଜୁଳି ଯୋଗାଣ କଂଗ୍ରେସର ଦାବି

ଦେୟମୁକ୍ତ ବିଜୁଳି ଯୋଗାଣ କଂଗ୍ରେସର ଦାବି

0
1000866633

ନୟାଗଡ ଅତିରିକ୍ତ ବିଦ୍ୟୁତ ସିକ୍ୟୁରିଟି ଏଏସଡ଼ି ସମ୍ପୂର୍ଣ ପ୍ରତ୍ୟାହାର, ଘରୋଇ ଉପଭୋକ୍ତାଙ୍କୁ ୩୦୦ / ୪୦୦ୟୁନିଟ ମାଗଣା ବିଜୁଳି ଓ କୃଷି କ୍ଷେତ୍ରରେ ଦେୟ ମୁକ୍ତ ବିଜୁଳି ଯୋଗାଣ ଦାବୀ କଲା କଂଗ୍ରେସ।ଆମ କୋଇଲା, ଆମ ପାଣି ବ୍ୟବହାର କରି ଅଳ୍ପ ମୂଲ୍ୟରେ ବିଜୁଳି ଉତ୍ପାଦନ ହେଊଛି l ଅଥଚ ସମଗ୍ର ଦେଶରେ ଘରୋଇ ବିଜୁଳି ଉପଭୋକ୍ତାମାନେ ସବୁଠାରୁ ଅଧିକ ଶୋଷିତ ଓ ଅବହେଳିତ l ଓଡିଶାରୁ କୋଇଲା ନେଇ ପଞ୍ଜାବ ପରି ରାଜ୍ୟ ୨୦/୨୫ଭାଗ କୃଷି ଉପଭୋକ୍ତାଙ୍କୁ ସମ୍ପୂର୍ଣ ତଥା ମୋଟ ୩୦ ରୁ ୩୫% ଘରୋଇ ଉପଭୋକ୍ତାଙ୍କୁ ୩୦୦ୟୁନିଟ ଲେଖାଏଁ ବିଜୁଳି ଦେୟ ଛାଡ଼ କରିଥିବାବେଳେ ଓଡ଼ିଶାର ମାତ୍ର ୨% କୃଷି ଉପଭୋକ୍ତା ଓ ୭ ରୁ ୮% ଘରୋଇ ଉପଭୋକ୍ତାଙ୍କୁ ଗୋଟିଏ ୟୁନିଟ ମଧ୍ୟ ମାଗଣାରେ ଦିଆଯାଉ ନାହିଁ l ଓଡିଶାରେ ବ୍ୟବହୃତ ହେଉଥିବା ମୋଟ ୭୦% ବିଜୁଳି ଶିଳ୍ପକ୍ଷେତ୍ରକୁ ଦିଆ ଯାଉଛି l ସେଥିରେ ସାମାନ୍ୟ ଦରବୃଦ୍ଧି କଲେ ଓଡ଼ିଶାର ସମସ୍ତ ଘରୋଇ ଓ କୃଷି ଉପଭୋକ୍ତାଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦିଆଯାଇ ପାରିବ l ତେଣୁ ଅନ୍ୟାୟ ମୂଳକ ଭାବେ ଘରୋଇ ଉପଭୋକ୍ତା ମାନଙ୍କୁ ଅତିରିକ୍ତ ସୁରକ୍ଷା ଜମା ଦାଖଲ କରିବା ପାଇଁ ବାଧ୍ୟ କରିବା ଛାଡି ସରକାର ସବସିଡି ଜରିଆରେ ଘରୋଇ ଉପଭୋକ୍ତାଙ୍କୁ ୩୦୦ ରୁ ୪୦୦ ୟୁନିଟ ବିଦ୍ୟୁତ ଦେୟ ଛାଡ଼ କରିବା ସହ ସମ୍ପୂର୍ଣ କୃଷି କ୍ଷେତ୍ରକୁ ବିଜୁଳି ଦେୟମୁକ୍ତ କରାଯାଉ ବୋଲି ଡିସିସି ସଭାପତି ଶ୍ରୀ ରଣଜିତ ଦାଶ ଦାବୀ କରିଛନ୍ତି l ଦିଲ୍ଲୀ, ପଞ୍ଜାବ, ତେଲେଙ୍ଗାନା, ଆନ୍ଧ୍ର, କର୍ଣ୍ଣାଟକ ଓ ତାମିଲନାଡୁ ଭଳି ରାଜ୍ୟ ମାନଙ୍କରେ ୧୪୦୦ କୋଟିରୁ ନେଇ ୩୨୫୦ କୋଟି ଟଙ୍କାର ସବସିଡି ଦେଇ ସମସ୍ତ କୃଷକଙ୍କ ବିଜୁଳି ଦେୟ ଛାଡ଼ କରିବା ସହିତ 90% ଘରୋଇ ଉପଭୋକ୍ତାଙ୍କ ଦେୟ ସମ୍ପୂର୍ଣ ଛାଡ଼ କରିବାକୁ ଶ୍ରୀ ଦାଶ ଦାବୀ କରିଛନ୍ତି l

ଓଡିଶାରୁ ଉତ୍ପାଦିତ ୨୪୦ନିୟୁତ ମ୍ୟାଟ୍ରିକ ଟନ କୋଇଲାରୁ କେବଳ ୨୨ ନିୟୁତ ଟନ କୋଇଲା ରାଜ୍ୟର ଘରୋଇ ଉପଭୋକ୍ତାଙ୍କ ପାଇଁ ଉପଯୋଗ ହେଊଛି l ତେବେ ଏଥିପାଇଁ ଓଡିଶାକୁ ବହୁମୂଲ୍ୟ ଦେବାକୁ ପଡୁଛି l ଅନୁଗୁଳ ଦେଶର ଷଷ୍ଠ ପ୍ରଦୂଷିତ ସହର ହୋଇଥିବାବେଳେ ଓଡ଼ିଶାର ଭୁବନେଶ୍ୱର ସମେତ ୩୦ ସହର ପ୍ରଦୂଷିତ l ଏ ସମସ୍ତ ତଥ୍ୟକୁ ବିଚାରକୁ ନେଇ ସରକାର ତୁରନ୍ତ ଏଏସଡ଼ି ପ୍ରତ୍ୟାହାର କରିବା ସହିତ ନିର୍ବାଚନୀ ଇସ୍ତାହାର ଅନୁସାରେ ଅନ୍ୟୁନ ୩୦୦ ରୁ ୪୦୦ ୟୁନିଟ ଛାଡ଼ କରନ୍ତୁ l ସେହିପରି ନୟାଗଡ଼ ଜିଲ୍ଲାବ୍ୟାପି କୃଷି ଉତ୍ପାଦନ ଆଖିଦୃଶିଆ ଭାବେ ବଢ଼ାଇବାକୁ ହେଲେ କୃଷିଭିତ୍ତିକ ଶିଳ୍ପର ପ୍ରୋତ୍ସାହନ କରନ୍ତୁ ବୋଲି ଶ୍ରୀ ଦାଶ ଆହ୍ୱାନ କରିଛନ୍ତି lବିଜେପି ସରକାରଙ୍କ କମ୍ପାନୀ ପ୍ରିତୀ ପାଇଁ ଉପଭୋକ୍ତାଙ୍କ ଜମା ରାଶି ବାବଦ ସୁଧର ପରିମାଣ ୬.୫% ହୋଇଥିବା ବେଳେ କମ୍ପାନୀ କାହିଁକି ଉପଭୋକ୍ତାଙ୍କ ବକେୟା ବାବଦ ଦେୟ ୧୫% କାହିଁକି ଗଣିବେ ବୋଲି ସେ କଂଗ୍ରେସ ପ୍ରଶ୍ନ କରିଛି l
ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ଼ ଟିପିସିଓଡିଏଲ ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରାଯାଇ ଟାଟା ପାୱାର ମୁଖ୍ୟ ପରିଚାଳକଙ୍କୁ ଜିଲ୍ଲାର ଲକ୍ଷାଧିକ ବିଦ୍ୟୁତ ଗ୍ରାହକଙ୍କ ସ୍ୱାର୍ଥ ପାଇଁ ୧୦ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ଫକୀର ଚାରଣ ମଲ୍ଲ, ଓଡଗାଁ ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ବରିଷ୍ଠ ନେତା ମଦନମୋହନ ବିଶୋଇ, ଛାତ୍ର କଂଗ୍ରେସ ନେତା ଅରବିନ୍ଦ ପାଢ଼ୀ, ନିଶିକାନ୍ତ ବେହେରା,ଜୀବନ ଜ୍ୟୋତିପ୍ରକାଶ ରାଉତ, ନିଜମୁଦ୍ଦିନ ଖାଁଙ୍କ ସମେତ ବହୁ ଯୁବଛାତ୍ର ନେତୃବୃନ୍ଦ ଉପସ୍ଥିତ ଥିଲେ l

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।