April 29, 2026
Home » ଦ୍ଵି-ବାର୍ଷିକୀ ମା’ବ୍ୟାଘ୍ରଦେବୀଙ୍କ ଯାତ୍ରା ଆରମ୍ଭ !

ଦ୍ଵି-ବାର୍ଷିକୀ ମା’ବ୍ୟାଘ୍ରଦେବୀଙ୍କ ଯାତ୍ରା ଆରମ୍ଭ !

0
WhatsApp Image 2026-04-29 at 6.37.12 AM

ଗଞ୍ଜାମ ଏସପି, ଜିଲ୍ଲପାଳଙ୍କ ବାସଭବନରେ ରାଜ ଭୋଗ ଲାଗି !

ଛତ୍ରପୁର:ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ପ୍ରଚଳିତ ପରମ୍ପରା ଅନୁଯାୟୀ ଠାକୁରାଣୀ ଯାତ୍ରା ର ଆଦ୍ୟ ପର୍ବ ଭାବେ ପରିଚିତ ମା’ବ୍ୟାଘ୍ରଦେବୀଙ୍କ ଯାତ୍ରା ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ।ଦ୍ଵି-ବାର୍ଷିକୀ ମା’ବ୍ୟାଘ୍ରଦେବୀଙ୍କ ଯାତ୍ରା ଅବସରରେ ରବିବାର ଦେବୀଙ୍କ ଦୁର୍ଲ୍ଲଭ ଦର୍ଶନ ଏବଂ ଦେବୀଙ୍କ ଆଜ୍ଞାମାଳ ପ୍ରଦାନ ହୋଇଛି । ଦେବୀଙ୍କ ଦୁର୍ଲ୍ଲଭ ପୁଷ୍ପବରଣ ଚାଙ୍ଗୁଡାରେ ଘଟ ସଦୃଶ ପାଟୁଆର ସହକାରେ ନାନା ବାଦ୍ୟ ଧ୍ଵନିମାଧ୍ଯମରେ ବିଳମ୍ବିତ ରାତ୍ରିରେ ଯାତ୍ରାମଣ୍ଡପ ଗୃହ କୁ ଅଣାଯାଇଥିଲା । ସୋମବାର ସନ୍ଧ୍ୟାରୁ ଦେବୀ ଙ୍କ ଘଟଯାତ୍ରା ଆରମ୍ଭ ହୋଇଛି । ବର୍ଣ୍ଣାଢ୍ୟ ଶୋଭାଯାତ୍ରା ସହ ବିରାଟ ପଟୁଆରରେ ଦେବୀ ଙ୍କ ନଗର ପରିଭ୍ରମଣ ହୋଇ ପ୍ରଥମ ଦିବସରେ ମା’ବ୍ୟାଘ୍ରଦେବୀ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ବାସଭବନ କୁ ଆଗମନ ହୋଇଛି । ଗଞ୍ଜାମ ଏସପି ଙ୍କ ବାସଭବନରେ ଦେବୀ ଙ୍କ ରାଜଭୋଗ ଲଗି ହୋଇଛି, ଗଞ୍ଜାମ ଏସପି ଙ୍କ ସହଧର୍ମିଣୀ ଙ୍କ ସହ ତାଙ୍କ ପରିବାର ଦେବୀଙ୍କ ଦୁର୍ଲ୍ଲଭ ବେଶ ଦର୍ଶନ କରିବା ସାଂଗକୁ ଦେବୀ ଙ୍କ ଆରତୀ ଵନ୍ଦାପନା ଦେଖି ଅତ୍ୟନ୍ତ ସନ୍ତୋଷ ଲାଭ କରିଛନ୍ତି । ପରେ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତୀ ଭାଷନ୍ ଙ୍କ ବାସଭବନ କୁ ଦେବୀଙ୍କ ଆଗମନ ହୋଇଥିଲା । କକେକ୍ଟ୍ରେଟ୍ ଷ୍ଟାଫ୍ ଙ୍କ ସହଯୋଗରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ପରିବାର ଙ୍କ ତରଫରୁ ଆହ୍ୱାନ କରାଯାଇଥିବା ରାଜଭୋଗ ଦେବୀ ଙ୍କ ଉଦ୍ଦେଶ୍ୟରେ ଅର୍ପଣ ଲାଗି ହୋଇଛି । ଜିଲ୍ଲାର ଏହି ଦୁଇ ଵିଶିଷ୍ଟ ବ୍ୟକ୍ତି ବିଶେଷ୍ୟଙ୍କ ବାସଭବନରେ ମା’ବ୍ୟାଘ୍ରଦେବୀ ରାଜଭୋଗ ଖାଇ ମା’ବ୍ୟାଘ୍ରଦେବୀ ଖୁସିବ୍ୟକ୍ତ କରିଥିବା ବିଶ୍ୱାସ କରାଯାଇଛି । ପରେ ଛତ୍ରପୁର ଥାନା ପରିସରର ଦେବୀଙ୍କ ଆଗମନ ହୋଇଥିଲା । ସେଠାରୁ ବାଟ-ଛତ୍ରପୁର ଗ୍ରାମବାସୀ ଙ୍କ ମିଳିତ ଭାବରେ ସାମୁହିକ ଭାବେ ଦେବୀ ଙ୍କ ରାଜଭୋଗ ଅର୍ପଣ ହୋଇ ଦେବୀ ସ୍ଵ-ଧାମ କୁ ପ୍ରତ୍ୟାଗମନ କରିଥିଲେ ।ପ୍ରାୟତଃ ଏକ ଶହ ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ହେଲା ପାରମ୍ପରୀକ ଭାବେ ପ୍ରଚଳିତ ହୋଇ ଆସୁଥିବା ଶାକ୍ତଧର୍ମ ର ପରମ୍ପରା ମଧ୍ୟରେ ମା’ବ୍ୟାଘ୍ରଦେବୀଙ୍କ ଯାତ୍ରା ଖୁବ୍ ନିଆରା ଅଟେ । ଛତ୍ରପୁର ସହରରେ ଏହି ଯାତ୍ରା ନବଦିନ ବ୍ୟାପୀ ସମାହିତ ହୋଇଥାଏ । ଏହି ଯାତ୍ରା ର ନବଦିନ ପରେ ଉଦଯାପିତ ହେଲା ପରେ ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମା ଙ୍କ ଠାକୁରାଣୀ ଯାତ୍ରା ମାସାଧିକ ଦିନ ଧରି ସମାହିତ ହୋଇଥାଏ । ଏହି ଯାତ୍ରା ର ମହନୀୟ ଗଣପର୍ବ ଭଳି ପରମ୍ପରା ଖୁବ୍ ନିଆରା ଅଟେ ।।

 

chatrapur ru muna behera nka report

Leave a Reply

Your email address will not be published. Required fields are marked *