March 17, 2026
Home » ଧର୍ମଗଡ଼ ଏନଏସି ପକ୍ଷରୁ ଭାରତ ଜନଗଣନା ୨୦୨୭ ପାଇଁ ପ୍ରଶିକ୍ଷଣ ଶିବିର।

ଧର୍ମଗଡ଼ ଏନଏସି ପକ୍ଷରୁ ଭାରତ ଜନଗଣନା ୨୦୨୭ ପାଇଁ ପ୍ରଶିକ୍ଷଣ ଶିବିର।

0
WhatsApp Image 2026-03-17 at 3.57.49 PM

 

ଧର୍ମଗଡ଼ : ଧର୍ମଗଡ଼ ଏନ.ଏ.ସି, ପକ୍ଷରୁ ଭାରତ ଜନଗଣନା ୨୦୨୭ର ଅନ୍ତର୍ଗତ ଗଣନାକାରି / ସୁପର ଭାଇଜର ମାନଙ୍କ ପ୍ରଶିକ୍ଷଣ ଶିବିର ଆଜି ଧର୍ମଗଡ଼ କାଶୀବାହାଲ ସ୍ଥିତ ଗୁରୁଜୀ ମଧୂସୂଦନ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହୋଇ ଯାଇଅଛି।ଧର୍ମଗଡ଼ ଏନଏସି ର ତଥା ଚାର୍ଜ ଅଧିକାରୀ ବିଶ୍ୱମ୍ବର ମିଶ୍ର ଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ନାଏକ,ଫିଲଡ ଟ୍ରେନର ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ଓ ସୁଧାଂଶୁ ଶେଖର ପଣ୍ଡା, ନରେନ୍ଦ୍ର ଜଗତ ତଥା ଗଣନାକାରୀ / ସୁପରଭାଇଜର, ବରିଷ୍ଠ ଏନ. ଏ. ସି କର୍ମଚାରୀ, ଶ୍ରୀ ରବୀନ୍ଦ୍ରନାଥ ପରିଡା, ମନୋରଞ୍ଜନ ନାଗ, ଆଶିଷ କୁମାର ପଣ୍ଡା, ବିକାଶ କୁମାର ବିଡ଼ିକା ଆଦିଙ୍କ ଉପସ୍ଥିତିରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଅଛି।

ଏହି ଅବସରରେ ଚାର୍ଜ ଅଧିକାରୀ ଶ୍ରୀ ମିଶ୍ର ଭାରତ ଜନ ଗଣନା ୨୦୨୭ ଦେଶ ଗଠନରେ ମହତ୍ୱ ଓ ଭୂମିକା ଉପରେ ଆଲୋକପାତ କରିଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଫିଲଡ଼ ଟ୍ରେନର ଶ୍ରୀ ମୁଣ୍ଡ ଓ ଶ୍ରୀ ପଣ୍ଡା ଆଗାମୀ ଦିନରେ ଡ଼ିଜିଟାଲ୍ ମୋଡ ରେ କିପରି ଜନଗଣନା ହେଵ ସେ ସମ୍ପର୍କରେ ଶିବିରାର୍ଥି ମାନଙ୍କୁ ତାଲିମ ଦେଇଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବ।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *