June 21, 2026
Home » ଧର୍ମଗଡ଼ ଜେଲ ର କଏଦି ପାଳିଲେ ଆନ୍ତର୍ଜାତିକ ଯୋଗ ଦିବସ

ଧର୍ମଗଡ଼ ଜେଲ ର କଏଦି ପାଳିଲେ ଆନ୍ତର୍ଜାତିକ ଯୋଗ ଦିବସ

0
WhatsApp Image 2026-06-21 at 4.19.17 PM

 

ଧର୍ମଗଡ଼: ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଧର୍ମଗଡ଼ ସବ ଜେଲ୍ ରେ କଏଦି ମାନଙ୍କ ସକ୍ରିୟ ଅଂଶଗ୍ରହଣ ସହିତ କାର୍ଯ୍ୟକ୍ରମ ପାଳନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜେଲ୍ ନିରୀକ୍ଷକ ପୂର୍ଣ୍ଣିମା ଦେଇ ଅଧ୍ୟକ୍ଷତା କରିଥିଲେ ଏବଂ ଯୋଗ ଶିକ୍ଷକ ବାଞ୍ଛାନିଧି ପଣ୍ଡା ଯୋଗ ଶିକ୍ଷା ଦେଇଥିଲେ ।

ଏହି ଅବସରରେ ଯୋଗର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସୁସ୍ଥତା ବିକାଶରେ ଥିବା ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରାଯାଇଥିଲା ଏବଂ ଯୋଗ ଶିକ୍ଷକ ଶ୍ରୀ ପଣ୍ଡା ସମସ୍ତଙ୍କୁ ଯୋଗକୁ ନିଜ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଦୈନନ୍ଦିନ ଜୀବନ ରେ ଯୋଗ ର ଗୁରୁତ୍ୱ ବିଷୟ ରେ ବକ୍ତବ୍ଯ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଲଳିତ ସାହୁ ପରିଚାଳନା କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *