January 3, 2026
Home » ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଭାର୍ମ୍ୟମାଣ ଜନସେବା କେନ୍ଦ୍ର “ସହଯୋଗ” ର ଶୁଭାରମ୍ଭ।

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଭାର୍ମ୍ୟମାଣ ଜନସେବା କେନ୍ଦ୍ର “ସହଯୋଗ” ର ଶୁଭାରମ୍ଭ।

0
WhatsApp Image 2026-01-03 at 10.52.00 AM

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଭାର୍ମ୍ୟମାଣ ଜନସେବା କେନ୍ଦ୍ର ସହଯୋଗ ର ଶୁଭାରମ୍ଭ ହୋଇଛି।ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଭାର୍ମ୍ୟମାଣ ଜନସେବା କେନ୍ଦ୍ର ସହଯୋଗ ର ଶୁଭାରମ୍ଭ କରିଥିଲେ।

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳର ଗରିବ ଓ ଯୋଗ୍ୟ ପରିବାରମାନଙ୍କୁ ସରକାରୀ କଲ୍ୟାଣକାରୀ ଯୋଜନା ଗୁଡ଼ିକକୁ ସହ ଅତି ସହଜରେ ସଂଯୋଗ କରି ସମସ୍ତଙ୍କର ଉନ୍ନତି ସୁନିଶ୍ଚିତ କରିବା ନିମନ୍ତେ “ସହଯୋଗ”କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳର ଯୋଗ୍ୟ ଗରିବ ପରିବାର ମାନଙ୍କୁ ଚିହ୍ନଟ କରି ସରକାରୀ କଲ୍ୟାଣ ଯୋଜନାର ସୁବିଧା ପ୍ରାପ୍ତି ସୁନିଶ୍ଚିତ କରିବା ଏହାର ଲକ୍ଷ ବୋଲି ପ୍ରକାଶ ପାଇଛି।ଶୁଭାରମ୍ଭ ର ପ୍ରଥମ ଦିନ ତେନ୍ତୁଳିଆ ପଡା ୱାର୍ଡ଼ ନମ୍ବର ୫ରୁ ପ୍ରାରମ୍ଭ ହୋଇ ଛଅ ଦିନ ଧରି ଏହା ବିଭିନ୍ନ ୱାର୍ଡ଼ ଗୁଡିକୁ ଦିନ ପାଇଁ ଭ୍ରମଣ କରିବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *