August 22, 2026
Home » ଧର୍ମଗଡ ବ୍ଲକ ଥନଟ ଗ୍ରାମର ବିଭିନ୍ନ ସମସ୍ୟା କୁ ସମାଧାନ କରିବା ନେଇ ଦାବି

ଧର୍ମଗଡ ବ୍ଲକ ଥନଟ ଗ୍ରାମର ବିଭିନ୍ନ ସମସ୍ୟା କୁ ସମାଧାନ କରିବା ନେଇ ଦାବି

0
WhatsApp Image 2026-07-31 at 4.21.07 PM

ଦାବୀ ପୂରଣ ନହେଲେ ସ୍ୱାଧୀନତା ଦିବସରୁ ଅନଶନ ପାଇଁ ଚେତାବନୀ…

ଧର୍ମଗଡ : ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଥନଟ ଗ୍ରାମବାସୀ ମାନେ ଗ୍ରାମରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇ ଏକ ୭ଦଫା ସମ୍ବିଲିତ ଦାବୀ ପତ୍ର ପ୍ରଦାନ କରିଛନ୍ତି।ସ୍ୱାଧୀନତାର ଏତେ ବର୍ଷ ବିତି ଯାଇଥିଲେ ହେଁ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତର ଥନିଟ ଗ୍ରାମ ଏବେବି ଅନୁନ୍ନତ ଓ ବିଭାଗୀୟ ପ୍ରଶାସନିକ ଅବହେଳା ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ଏହି ଗ୍ରାମରେ ସୂଚାରୁ ରୂପରେ ସମ୍ପାଦନ ହୋଇ ପାରୁ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଥନଟ ଗ୍ରାମରୁ ରୁ କେବିଡି ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ରହିଛି। ଖାଳ ଢ଼ିପ ରହିଥ‌ିବାରୁ ଅନେକ ଲୋକ ଦୁର୍ଘଟଣା ଗ୍ରସ୍ତ
ହେଉଛନ୍ତି। ଆଗକୁ ପ୍ରଧାନମନ୍ତ୍ରୀ ରାସ୍ତା ମଧ୍ୟ ହେବାର ଅଛି ବୋଲି ସୂଚନା ମିଳିଛି। ଏଣୁ ରାସ୍ତାର ଖାଳ ଢ଼ିପ କୁ ପଥର ଗୁଣ୍ଡ ମଧ୍ୟ ଦେଇ ସମତଳ ଠିକ୍ କରାଯିବା,ପାନୀୟ ଜଳ ପ୍ରକଳ୍ପ ଯୋଗୁଁ କ୍ଷୟକ୍ଷତି ହୋଇଥିବା ସମସ୍ତ ରାସ୍ତାକୁ ମରାମତି କରାଯିବା,ପାନୀୟ ଜଳ ପ୍ରକଳ୍ପ ରୁ ଆସୁଥିବା ପାଣି କୁ ପରୀକ୍ଷା କରିବା ରୁ ଖରାପ ବାହାରିଥିବା ଜଣାପଡ଼ିଛି ତେଣୁ ଯେମିତି ପିଇବା ପାଣି ସେବନ ଦ୍ବାରା କିଡନୀ ରୋଗ ରେ ଲୋକେ ଆକ୍ରାନ୍ତ ନ ହେବେ ସେଥ‌ିପାଇଁ ବିଶୋଧନ ଜଳ ଯୋଗାଇ ଦିଆଯିବା,ଡ୍ରେନ୍ ସୁବିଧା ନ ଥ‌ିବାରୁ ପାନୀୟ ଜଳ ପ୍ରକଳ୍ପ ରୁ ଆସୁଥ‌ିବା ପାଣି ରାସ୍ତାରେ ଜମି ରହିବା ଦ୍ୱାରା ଆଗକୁ ଡେଙ୍ଗୁ, ହଇଜା ଭଲି ଅନେକ ରୋଗରେ ଆକ୍ରାନ୍ତ ହେବାର ସମସ୍ୟା ଥିବାରୁ ରାସ୍ତା ର ଦୁଇ ପଟରେ ଡ୍ରେନ୍ ନିର୍ମାଣ କରାଯିବା, ଅନେକ ସ୍ଥାନରେ ନୁଆ ଷ୍ଟ୍ରିଟ୍ ଲାଇଟ ଏବଂ କିଛି ଜାଗାରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ ଖରାପ୍ ଥ‌ିବା ଲାଇଟ କୁ ଶୀଘ୍ର ମରାମତି କରାଯିବା,ବିପିଏଲ୍ ଧାରୀ ଙ୍କ ପାଇଁ ଲାଗିଥିବା ଟ୍ରାନ୍ସଫର୍ମର ୫ ବର୍ଷ ରୁ ଉର୍ଦ୍ଧ୍ବ ଦିନ ହେଵ ଖରାପ ଥିବାରୁ ଶୀଘ୍ର ନୂଆ ଟ୍ରାନ୍ସଫର୍ମର ଲଗାଯିବା,ଥନଟ ହରିଜନ ପଡ଼ାର ଆମ୍ବେଦକର କମ୍ୟୁନିଷ୍ଟ ହଲ ଛକ ଏବଂ ଗ୍ରାମ ର ଅନ୍ୟ କିଛି ସ୍ଥାନରେ ହାଇମ୍ୟକ୍ସ ଲାଇଟ ଲଗାଯାଉ ବୋଲି ଆଜି ଯୁବ ସମାଜସେବୀ ଉମାକାନ୍ତ ସୁନାନୀ ଙ୍କ ନେତୃତ୍ୱରେ ଗଜିନ୍ଦ୍ର ତାଣ୍ଡି, ଆକାଶ ବାଗ, ଅଶ୍ୱିନ ତାଣ୍ଡି, ରିଙ୍କୁ ମଙ୍ଗରାଜ, ଧର୍ମେନ୍ଦ୍ର ବାଗ, ଅମିର,ପଦ୍ମନ ବାଗ, ବିଜୟ ବାଗ ପ୍ରମୁଖ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଡେପୁଟି କଲେକ୍ଟର ଅମିତ କୁମାର ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଉପରୋକ୍ତ ଦାବି ଗୁଡ଼ିକ ପୂରଣ କରାନଗଲେ ଗ୍ରାମବାସୀ ମାନେ ଆସନ୍ତା ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ପାଳନ ଦିନ ଠାରୁ ବ୍ଲକ୍ ସମ୍ମୁଖରେ ଅନଶନ ରେ ବସିବା ପାଇଁ ଚେତାବନୀ ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।