October 18, 2026
Home » ଧର୍ମଶାଳା ନିର୍ମାଣ କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବାକୁ ଭକ୍ତ ଓ ସେବାୟତଙ୍କ ଦାବି

ଧର୍ମଶାଳା ନିର୍ମାଣ କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବାକୁ ଭକ୍ତ ଓ ସେବାୟତଙ୍କ ଦାବି

0
Screenshot 2026-10-17 144626

ଶ୍ରୀମନ୍ଦିର କୁ ଆସୁଥିବା ଗରିବ ଶ୍ରେଣୀର ଶ୍ରଦ୍ଧାଳୁ ମାନେ ବଡଦାଣ୍ଡ ରେ ଖୋଲା ଆକାଶ ତଳେ ରାତ୍ରି ଯାପନ କରୁଛନ୍ତି। ଅର୍ଥ ଅଭାବ ହେତୁ ଗରିବ ଶ୍ରଦ୍ଧାଳୁ ମାନେ ହୋଟେଲ, ଲଜିଂ ରେ ରହି ପାରୁନାହାନ୍ତି। ବଡଦାଣ୍ଡ ରେ ସୁଲଭ ମୂଲ୍ୟ ରେ ରାତ୍ରି ଯାପନ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଗରିବ ଲୋକ ମାନେ ବର୍ଷା, ଶିତ କାକରରେ ବଡଦାଣ୍ଡ ରେ ରାତି କାଟୁଛନ୍ତି। ସେପଟେ ଗରୀବ ଶ୍ରେଣୀର ଶ୍ରଦ୍ଧାଳୁ ମାନେ ସ୍ୱଳ୍ପ ମୂଲ୍ୟରେ ରହିବା ପାଇଁ ସରକାର ଙ୍କ ପକ୍ଷରୁ ହେଉଥିବା ବାସେଳି ସାହି ଥାନା ପାଖରେ ନିର୍ମିତ ହୋଉଥିବା ଧର୍ମଶାଳା ନିର୍ମାଣ ଅତ୍ୟନ୍ତ କଛପ ଗତିରେ ଚାଲୁଛି। ନିର୍ମାଣ ଅବଧି ଗତ ଦୁଇ ବର୍ଷ ତାଳେ ଶେଷ ହୋଇସାରିଥିଲେ ମଧ୍ୟ ଏ ପର୍ୟ୍ୟନ୍ତ ଧର୍ମଶାଳା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନାହିଁ। ଗରୀବ ଲୋକ ମାନେ ଅତି ଦୟନୀୟ ଅବସ୍ଥା ରେ ବଡଦାଣ୍ଡ ରେ ରାତି କାଟୁଥିବା ବେଳେ ବାସେଳି ସାହି ଧର୍ମଶାଳା ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାରେ ପ୍ରସାଶନ ର ଅବହେଳା କୁ ସମାଲୋଚନା କରିଛନ୍ତି ଭକ୍ତ ଓ ସେବାୟତ। ଗରିବ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ହେଉଥିବା ଧର୍ମଶାଳା ନିର୍ମାଣ କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବାକୁ ଭକ୍ତ ଓ ସେବାୟତ ଦାବି କରିଛନ୍ତି।

 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ଚାରିପାଖରେ ଥିବା ମଠ, ଲଜିଂ କୁ ସରକାର ଉଚ୍ଛେଦ କରିଦେଲେ। ପୂର୍ବରୁ ଭକ୍ତ ମାନେ ଶ୍ରୀମନ୍ଦିର ଚରିପାଖରେ ଥିବା ବିଭିନ୍ନ୍ ମଠ, ଲଜିଂ ରେ ଖୁବ୍ ସ୍ୱଳ୍ପ ମୂଲ୍ୟରେ ରହୁଥିଲେ। ତେବେ ମଠ, ଲଜିଂ ଉଚ୍ଛେଦ ପରେ ଗରିବ ଶ୍ରେଣୀର ଶ୍ରଦ୍ଧାଳୁ ମାନଙ୍କ ରହଣି ପାଇଁ ତତ୍କାଳିନ ସରକାର ବାସେଳି ସାହି ଥାନା ପାଖରେ ଥିବା ଏକ ସ୍ଥାନରେ ଧର୍ମଶାଳା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଅବଢ଼ା ଯୋଜନାରେ ୫ ଟି କୋଠା ନିର୍ମାଣ ଆରମ୍ଭ ହୋଇଥଲା।୨୦୨୨ ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଅତ୍ୟନ୍ତ ଧିମା ଗତିରେ ଚାଲିଛି। ଓବିଶିଶି ପକ୍ଷରୁ ୨୦୨୨ ଅଗଷ୍ଟ ୨୩ ରେ ଧର୍ମଶାଳା ପ୍ରକଳ୍ପ ନିମନ୍ତେ ଶ୍ରିଜିକୃପା ପ୍ରୋଜେକ୍ଟ ଲିମିଟେଡ ସଂସ୍ଥାକୁ ୧୩୫.୬ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା।୨୪ ମାସ ମଧ୍ୟରେ ଅର୍ଥାତ୍ ୨୦୨୪ ଅଗଷ୍ଟ ୨୨ ତାରିଖରେ ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ଅବଧି ପୁରିବାର ୨ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଧର୍ମଶାଳା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନାହିଁ। ଫଳରେ ବଡଦାଣ୍ଡରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବିଭିନ୍ନ କାରଣରୁ ରାତି କାଟିବାକୁ ବାଧ୍ୟ ହେଉଛନ୍ତି। ହୋଟେଲ, ଲଜିଂ ଚଢ଼ାଦର ପକେଟ କୁ ସୁହାଉନଥିବାରୁ ବାଧ୍ୟ ହୋଇ ବଡଦାଣ୍ଡ ରେ ରାତି କାଟୁଥିବା ଜଣାପଡିଛି। ପୁର୍ବରୁ ଯାତ୍ରୀ ମାନେ ଶ୍ରୀମନ୍ଦିର ଚାରିପଟେ ଥିବା ମଠ, ଲଜିଂ , ଧର୍ମଶାଳା ରେ ଅତି କମ୍ ମୂଲ୍ୟରେ ରାତ୍ରିଯାପନ କରୁଥିଲେ। ଏବେ ଭକ୍ତ ଙ୍କ ପାଇଁ କୌଣସି ସୁଲଭ ମୂଲ୍ୟରେ ଧର୍ମଶାଳା, ଲଜିଂ ଉପଲବ୍ଧ ନଥିବାରୁ ଗରିବ ଶ୍ରେଣୀର ଶ୍ରଦ୍ଧାଳୁ ମାନେ ବାଧ୍ୟ ହୋଇ ବର୍ଷା, ଶୀତ କାକରରେ ବଡ଼ଦାଣ୍ଡରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରାତି କାଟୁଛନ୍ତି।ଅବଢ଼ା ଯୋଜନାରେ ୫ ଟି ବଡ ବଡ କୋଠା ନିର୍ମାଣ କରାଯାଉଛି। ଏଥିରେ ରହଣି ପାଇଁ ପ୍ରାୟ ୩୭୦୦ ଶଯ୍ୟା ବ୍ୟବସ୍ଥା ରହିଛି।ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ବାସେଳି ସାହି ଧର୍ମଶାଳା ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ଆଗାମୀ କିଛି ମାସ ମଧ୍ୟରେ ଏହା ପୂର୍ଣ୍ଣାଙ୍ଗ ରୂପ ନେବ। ଏହି ଧର୍ମଶାଳା ରେ ଭକ୍ତ ଙ୍କ ପାଇଁ ଡର୍ମେଟାରି କକ୍ଷ ରହିବ। ଏହାକୁ ପରିଚାଲନା ପାଇଁ କର୍ମଚାରୀ ରହିବେ। ଯାତ୍ରୀଙ୍କ ରହଣି ପାଇଁ ଖୁବ୍ କମ୍ ମୂଲ୍ୟରେ ବ୍ୟବସ୍ଥା କରାଯିବ। ଆଉ କିଛି ମାସ ମଧ୍ୟରେ ଏହି ଧର୍ମଶାଳା ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *