August 22, 2026
Home » ଧାନସଂଗ୍ରହରେ ସ୍ୱଚ୍ଛତା ପାଇଁ ପଞ୍ଜିକୃତ ଜମିର ଉପଗ୍ରହ ମାଧ୍ୟମରେ ସର୍ବେକ୍ଷଣ

ଧାନସଂଗ୍ରହରେ ସ୍ୱଚ୍ଛତା ପାଇଁ ପଞ୍ଜିକୃତ ଜମିର ଉପଗ୍ରହ ମାଧ୍ୟମରେ ସର୍ବେକ୍ଷଣ

0
WhatsApp Image 2026-01-02 at 8.19.57 PM

ଭୁବନେଶ୍ୱର:ରାଜ୍ୟରେ ବର୍ତ୍ତମାନ ଖରିଫ୍‌ ଧାନସଂଗ୍ରହ ଜାରି ରହିଛି । ଧାନ ବିକ୍ରୟ ପାଇଁ ପଞ୍ଜିକୃତ ଚାଷୀ ପ୍ରଦାନ କରିଥିବା ସେମାନଙ୍କ ଚାଷଜମିର ବିବରଣୀକୁ ଆଧାର କରି ଉପଗ୍ରହ ମାଧ୍ୟମରେ ଫଟୋ ଉତ୍ତୋଳିତ କରାଯାଇ ସେହି ପ୍ଲଟଗୁଡ଼ିକର ସବିଶେଷ ତଥ୍ୟ ଗ୍ରହଣ କରାଯାଉଛି । ଏହି ପ୍ରକ୍ରିୟାରେ ଅଣଧାନ, ଅଣକୃଷି ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ଚିହ୍ନଟ କରାଯାଉଛି । ଯାହା ଦ୍ୱାରା ଧାନସଂଗ୍ରହରେ ସ୍ୱଚ୍ଛତା ବଜାୟ ରଖିବା ସହ ପ୍ରକୃତ ଚାଷୀ ଲାଭାନ୍ୱିତ ହୋଇପାରିବେ । ଏଥି ନିମନ୍ତେ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାର ୨୬ ଲକ୍ଷ ୧୪ ହଜାର ୧୩୭ଟି ପ୍ଲଟ ମଧ୍ୟରୁ ୨୪ ଲକ୍ଷ ୯୪ ହଜାର ୪୩୭ଟି ପ୍ଲଟର କ୍ଷେତ୍ରୀୟ ସର୍ବେକ୍ଷଣ ଶେଷ ହୋଇଛି । ପଞ୍ଜିକୃତ କୌଣସି ଜମିର ତଥ୍ୟରେ ତ୍ରୁଟି ପରିଲକ୍ଷିତ ହେଲେ ତାହା ସମବାୟ ସମିତିର ଉପନିବନ୍ଧକଙ୍କ ପାଖକୁ କ୍ଷେତ୍ରୀୟ ସ୍ତରରେ ଯାଞ୍ଚ ପାଇଁ ପଠାଯାଏ ।ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ୫ ଲକ୍ଷ ୪୬ ହଜାର ୫୯୧ଟି ପ୍ଲଟରେ ଧାନଚାଷ ହେଉଥିବା ପ୍ଲଟ ଭାବେ ଚିହ୍ନଟ କରାଯାଇଥିବା ବେଳେ ପାଖାପାଖି ୧୯ ଲକ୍ଷ ପ୍ଲଟରେ ଧାନ ଚାଷ ହେଉନଥିବା ଜଣାପଡିଛି । ଏଥି ସହ ଚଳିତ ଖରିଫ ବିପଣନ ଋତୁରେ ଅଣଧାନ ଜମିକୁ ଧାନଚାଷ ହେଉଥିବା ପ୍ଲଟ ଭାବେ ଦର୍ଶାଇଥିବା ଚାଷୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ସମସ୍ତ ଉପନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ପଞ୍ଜିକୃତ ଜମିର ତିନି ପର୍ଯ୍ୟାୟରେ ସର୍ଭେ କରାଯାଇ ଏହାର ବୈଧତା ଯାଞ୍ଚ କରାଯାଉଛି । ଏଥି ନିମନ୍ତେ ଉପଗ୍ରହ ଦ୍ୱାରା ଉତ୍ତୋଳିତ ଫଟୋର ସହାୟତା ନିଆଯାଉଛି । ଉପଗ୍ରହ ଭଳି ବୈଷୟିକ ବିଦ୍ୟାର ଉପଯୋଗ କରାଯାଇ ଧାନକିଣାରେ ସ୍ୱଚ୍ଛତା ଅଣାଯିବା ସହ ପ୍ରକୃତ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା କରାଯାଇ ପାରୁଛି ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।