May 31, 2026
Home » ନବ ବିବାହିତା ମହିଳା ଙ୍କ ଆତ୍ମହତ୍ୟା ଉଦ୍ୟମ : ମହାନଦୀ ପୋଲ ରୁ ଡେଇଁଲେ ବିବାହିତା ମହିଳା l

ନବ ବିବାହିତା ମହିଳା ଙ୍କ ଆତ୍ମହତ୍ୟା ଉଦ୍ୟମ : ମହାନଦୀ ପୋଲ ରୁ ଡେଇଁଲେ ବିବାହିତା ମହିଳା l

0
WhatsApp Image 2026-05-31 at 1.43.48 PM

ସୁବର୍ଣ୍ଣପୁର –ନବ ବିବାହିତା ମହିଳା ଙ୍କ ଆତ୍ମହତ୍ୟା ଉଦ୍ୟମ l ସୋନପୁର ସହର ମହାନଦୀ ପୋଲ ରୁ ଡେଇଁ ପଡ଼ିଲେ ବିବାହିତା ମହିଳା। କୌଣସି କାମ ରେ ନିଜ ଗ୍ରାମ କଇଁଫୁଲ ରୁ ବାହାରି ମେଟାକାନି ଉଲୁଣ୍ଡା ପଟକୁ ସ୍ୱାମୀ ଙ୍କ ସହିତ ଯାଉଥିବା ଵେଳେ ମହାନଦୀ ପୋଲ ରେ ଅଟକି ପୋଲ ରୁ ଡେଇଁ ପଡ଼ିଥିଲେ।ଏହି ସମୟରେ ମହାନଦୀ କିଛି ଯୁବକ ଗାଧୋଉ ଥିବା ବେଳେ ମହିଳା ଙ୍କୁ ପାଣିରେ ଭାସୁଥିବା ଦେଖି ଉଦ୍ଧାର କରି ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l

ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇ ଯାଇଥିବା ସୂଚନା ମିଳିଛି। ପୋଲିସ ଉପସ୍ଥିତି ରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଘର ଲୋକଙ୍କୁ ସୂଚନା ଦିଆଯାଇଥିବା ପୋଲିସ ସୂତ୍ର ରୁ ଜଣା ପଡ଼ିଛି। କିଛି ଦିନ ପୂର୍ବରୁ ମହିଳା ଙ୍କ ବାହାଘର ହୋଇଥିବା ଜଣାପଡିଛି l ତେବେ କେଉଁ କାରଣ ରୁ ମହିଳା ଜଣଙ୍କ ମହାନଦୀ କୁ ଡେଇଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ ତାହା ସ୍ପଷ୍ଟ ଜଣାପଡ଼ିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *