ନମ୍ରତା ଫାଉଣ୍ଡେସନ ପକ୍ଷରୁ ମୁଣ୍ଡିପଦର ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ l
ସୁବର୍ଣ୍ଣପୁର —ଆଜି ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନମ୍ରତା ଫାଉଣ୍ଡେସନ ବାଉଁଶୁଣୀ ଏବଂ ମହାନଦୀ ନେତ୍ର ଚିକିତ୍ସାଲୟ ପଣ୍ଡାପାଲି ବୀରମହାରାଜପୁର ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ସକାଳ ୧୦ଘ. ରୁ ଆରମ୍ଭ ହୋଇ ୧.୦୦ଘ ରେ ଶେଷ ହୋଇଥିଲା,ଏହି ଶିବିରରେ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଏବଂ ଆଖ ପାଖ ଅଞ୍ଚଳ ର ଅନେକ ରୋଗୀ ନିଜର ଚକ୍ଷୁ ପରୀକ୍ଷା କରିବା ସହ ସୁଲଭ ମୂଲ୍ୟରେ ଚଷମା ନେଇଥିଲେ ଓ ଯେଉଁ ରୋଗୀ ମାନଙ୍କର ମତିଆ ବିନ୍ଦୁ ଅପରେସନ ଦରକାର ଥିଲା ତାଙ୍କୁ ପଣ୍ଡାପାଲି ହସ୍ପିଟାଲ କୁ ନିଆଯାଇ ସମ୍ପୂର୍ଣ ମାଗଣାରେ ଅପରେସନ ର ବ୍ୟବସ୍ଥା କରାଯାଇଛି ,ଏହି ଶିବର ରେ ନମ୍ରତା ଫାଉଣ୍ଡେସନ ର ସକ୍ରିୟ ସଦସ୍ୟ ମହେନ୍ଦ୍ର ମହାକୁଳ,ଯଯାତି ପ୍ରଧାନ, ବଶିଷ୍ଠ ନାଏକ ଏବଂ ମହାନଦୀ ନେତ୍ର ଚିକିତ୍ସାଲୟ ର କର୍ମଚାରୀ ମାନେ ଉପସ୍ଥିତ ରହି ଶିବିର କୁ ସଫଳ କରିବାରେ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
