ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲର ରଇଡା (୨) ଖଣିରେ ପରିବେଶ ଦିବସ ପାଳନ, ବୃକ୍ଷରୋପଣ ସହ ପ୍ଲାଷ୍ଟିକ ବର୍ଜନର ସଂକଳ୍ପ
ଯୋଡ଼ା- କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଟଣ୍ଟସ୍ଥିତ ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ ପ୍ରାଇଭେଟ ଲିମିଟେଡର ରଇଡା (୨) ଆଇରନ ଓର ମାଇନ୍ସ ପରିସରରେ ଆନ୍ତର୍ଜାତିକ ପରିବେଶ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି।ଏହି ଅବସରରେ ଭଦ୍ରାସାହି ସରପଞ୍ଚ ପ୍ରମିଳା ନାଏକ ପ୍ରଥମେ ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କମ୍ପାନୀର ବରିଷ୍ଠ ଉପସଭାପତି ସଦାନନ୍ଦ ରଣାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଣି ପ୍ରବନ୍ଧକ ପ୍ରଶାନ୍ତ ମହାନ୍ତି, ପରିବେଶ ପ୍ରବନ୍ଧକ ଘନଶ୍ୟାମ ବେରା, ମାନବ ସମ୍ବଳ ମୁଖ୍ୟ ସରୋଜ ନାଏକ, ଭୂତତ୍ତ୍ୱ ବିଭାଗ ପ୍ରବନ୍ଧକ ଅତନୁ ବନ୍ଦୋପାଧ୍ୟାୟ, ବିଦ୍ୟୁତ ବିଭାଗ ମୁଖ୍ୟ ଚନ୍ଦନ ଆଚାର୍ଯ୍ୟ ଏବଂ ଅର୍ଥ ବିଭାଗର ଦିନେଶ ରାଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।କମ୍ପାନୀର ସାମାଜିକ ଦାୟିତ୍ୱ (ସିଏସଆର) ବିଭାଗ ମୁଖ୍ୟ ପ୍ରଶାନ୍ତ ମହାନ୍ତିଙ୍କ ନେତୃତ୍ୱରେ ନିକଟସ୍ଥ ଗ୍ରାମଗୁଡ଼ିକର ଶତାଧିକ ମହିଳା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଏହି ଅବସରରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜନ କରିବା ପାଇଁ ସମସ୍ତେ ସଂକଳ୍ପ ଗ୍ରହଣ କରିଥିଲେ।ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଝୋଟ ନିର୍ମିତ ବ୍ୟାଗ ସମସ୍ତ ଅଂଶଗ୍ରହଣକାରୀଙ୍କୁ ବିତରଣ କରାଯାଇଥିଲା। ସେହିପରି ଗ୍ରାମବାସୀଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି ଲକ୍ଷ୍ୟରେ ବିଭିନ୍ନ ପ୍ରଜାତିର ବୃକ୍ଷ ଚାରା ମଧ୍ୟ ବଣ୍ଟନ କରାଯାଇଥିଲା।ବକ୍ତାମାନେ ନିଜ ଅଭିଭାଷଣରେ ପରିବେଶ ସୁରକ୍ଷା, ସବୁଜୀକରଣ ଓ ପ୍ରଦୂଷଣ ନିୟନ୍ତ୍ରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ପ୍ରତ୍ୟେକ ନାଗରିକଙ୍କୁ ପରିବେଶ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ ଜଣାଇଥିଲେ।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ (ଇଷ୍ଟ୍ରୋନ ପ୍ରେସ ଏଜେନ୍ସି ) ।
