July 4, 2025
Home » ନାହଁ ନାହଁ ରେ ଚାଲିଛି, ଫୁଲବାଣୀ ବ୍ଲକ,ଉଚ୍ଚ କତ୍ତୃପକ୍ଷ ଙ୍କ ଦୃଷ୍ଟି ପଡିବ କେବେ -?

ନାହଁ ନାହଁ ରେ ଚାଲିଛି, ଫୁଲବାଣୀ ବ୍ଲକ,ଉଚ୍ଚ କତ୍ତୃପକ୍ଷ ଙ୍କ ଦୃଷ୍ଟି ପଡିବ କେବେ -?

0
WhatsApp Image 2024-12-15 at 12.23.54 PM (1)

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ବ୍ଲକ ରେ ଅଫିସର ମରୁଡି ଦେଖାଦେଇଛି। ଦୀର୍ଘ ତିନି ମାସ ହେବ ବ୍ଲକରେ ବି ଡି ଓ ନାହାନ୍ତି, ସହକାରୀ ଯନ୍ତ୍ରୀ,ଗ୍ରାମ ପଞ୍ଚାୟତ ଅଫିସ୍,ଏ ବି ଡି ଓ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଥିବା, ସାଧାରଣ ରେ ଚା,ପାନ ଦୋକାନ ରେ ଚର୍ଚ୍ଚା ଜୋର ଧରିଛି,ଯେ ରାଜ୍ୟରେ ନୂତନ ବି ଜେ ପି ସରକାରଙ୍କ ନୂଆ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫୁଲବାଣୀ ବ୍ଲକ ପ୍ରତି କେଉଁ ଧରଣର ପଦକ୍ଷେପ ଗ୍ରହଣ କରିବେ ଏବଂ ୧୧ ଗୋଟି ଗ୍ରାମ ପଞ୍ଚାୟତ ଯଥା- ଆଲାମି, ବିଶିପଡ଼ା,ମିଣିଆ,କେରେଡି,ଡୁଡିକି,,ଡଢକି,କଟ୍ରିଙ୍ଗିଆ,ଜାମୁଝରି,ତୁଡିପାଜୁ,ଗଞୁଗୁଡା,ଓ ଗୁମାଗଡ ର ଦୂର ଦୂରଦୂରାନ୍ତରୁ ଆସୁଥିବା ନିରିହ ଲୋକ ମାନେ ବ୍ଲକ ଅଧିକାରୀ ମାନଙ୍କ ପାଖକୁ ନିଜନିଜର ଦୁଃଖ ଗୁହାରି ଜଣାଇବାକୁ ଆସି ବାରମ୍ବାର ନିରାଶ ହୋଇଫେରୁଥିବା,ଅଞ୍ଚଳ ର ଲୋକଙ୍କ ଠାରୁ ଅଭିଯୋଗ ହେଉଛି।


ସରକାର ଙ୍କ ପାଖରେ ପ୍ରକୃତ ରେ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କିତ ବିଷୟ ଲୋକ ସିଧାସଳଖ ପ୍ରଶାସନିକ ଅଧିକାରୀ ମାନଙ୍କ ଜରିଆରେ ଜଣିବାଦୂରକଥା ମା ମାସ ଧରି ଫୁଲବାଣୀ ବ୍ଲକ ରେ ସରକାରୀ ବାବୁ ମାନଙ୍କ ପଦବୀ ଖାଲିପଡ଼ିଛି ଯା ଦ୍ଵାରା ସାଧାରଣ ଲୋକେ ଗୁହାରି ଜଣାଇବେ କାହାକୁ ? ଫୁଲବାଣୀ ବ୍ଲକ ରେ କେବେ ଖାଲିପଡିଥିବା ପଦବୀ ପୂରଣ ହେବ, ସାଧାରଣ ରେ ଦୃଢ଼ ଦାବି ହେଉଛି।

ପ୍ରମୋଦ କୁମାର ନାୟକ ଫୁଲବାଣୀ

Leave a Reply

Your email address will not be published. Required fields are marked *