ନିଳ ଉତ୍କଳ ତୈଳିକ ବୈଶ୍ୟ ମହାସଭାର ସପ୍ତଦଶ ଅଧୂବେଶନ ଓ ସାଙ୍ଗଠନିକ ନିର୍ବାଚନ ସୁରୁଖୁରୁରେ ସମାହିତ ।

ଭୁବନେଶ୍ବର ଶ୍ୱର ତା୩୦-୦୪-୨୦୨୫ରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ବରସ୍ତୁ ଇନ୍ଷ୍ଟିଚ୍ୟୁଟ୍
ଅଫ୍ ଇଞ୍ଜିନିୟର୍ସ ସଭାଗୃହରେ ନିଳ ଉତ୍କଳ ତୈଳିକ ବୈଶ୍ୟ ମହାସଭାର ସପ୍ତଦଶ ସାଧାରଣ ଅଧିବେଶନ,
ଚିଲିକାର ପୂର୍ବତନ ବିଧାୟକ ଓ ସଭାପତି ନିଳ ଉତ୍କଳ ତୈଳିକ ବୈଶ୍ୟ ମହାସଭା ଶ୍ରୀଯୁକ୍ତ ରଘୁନାଥ ସାହୁଙ୍କ
ଅଧ୍ଯକ୍ଷତାରେ ନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଜାତିର ପତାକାକୁ ଉତୋଳନ କରାଗଲାପରେ, ପ୍ରଭୁ
ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ସମସ୍ତ ସାଧବପୁଅମାନେ ଏକତାବଦ୍ଧ ହୋଇ କାର୍ଯ୍ୟ କରିବାକୁ
ଶ୍ରୀଯୁକ୍ତ ସାହୁ ଆହ୍ବାନ ଦେଇଥିଲେ। ପରେ ପରେ ସମ୍ପାଦକୀୟ ବିବରଣୀ ପାଠ କରାଗଲାପରେ ସଙ୍ଗଠନ
ମୁଖପାତ୍ର ‘ସାଧବ’ ର ୩୫ତମ ସଂଖ୍ୟାକୁ ସେ ଉନ୍ମୋଚନ କରିଥିଲେ ଓ ଆୟବ୍ୟୟ ସମୀକ୍ଷା କରାଯାଇଥିଲା ।
ଦ୍ବିତୀୟ ପର୍ଯ୍ୟାୟରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀଯୁକ୍ତ ଅଲେଖ ଚରଣ
ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ସାଙ୍ଗଠନିକ ପରିଚାଳନା ନିର୍ବାଚିତ ହୋଇଥୁଲା ସେଥିରେ ସର୍ବସମ୍ମତି କ୍ରମେ ଏବଂ
ପୁରୁଣା କମିଟିକୁ ପୁର୍ନବାର ସାଧାରଣ ସଭାରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରଘୁନାଥ ସାହୁ ସଭାପତିରୂପେ
ନିର୍ବ୍ବନ୍ଦରେ ନିର୍ବାଚିତ ହେବା ସଙ୍ଗେ ସଙ୍ଗେ ଶ୍ରୀ ବିପ୍ରବର ସାହୁ ଢେଙ୍କାନାଳ କାର୍ଯ୍ୟକାରୀ ସଭାପତି ଓଡିଶାର ବିଭିନ୍ନ
ପ୍ରାନ୍ତରୁ ୫ ଜଣ ସର୍ବ ଶ୍ରୀ ରବିନ୍ଦ୍ର କୁମାର ସାହୁ ବଡମ୍ବା, ଶ୍ରୀ ରବିନ୍ଦ୍ର କୁମାର ସାହୁ କଟକ, ଶ୍ରୀ ରବିନ୍ଦ୍ର କୁମାର ସାହୁ
ବ୍ରହ୍ମପୁର, ଶ୍ରୀ ସଞ୍ଜୟ କୁମାର ସାହୁ ଢେଙ୍କାନାଳ ଓ ଶ୍ରୀ ଲଲାଟେନ୍ଦୁ ସାହୁ ଟିଟିଲାଗଡ ଉପସଭାପତି ରୂପେ,
ସାଧାରଣ ସମ୍ପାଦକ ଭାବେ ଶ୍ରୀ ଗୁରୁ କିଙ୍କର ଜେଠୀ ଭୁବନେଶ୍ବର, ଅତିରିକ୍ତ ସାଧାରଣ ସମ୍ପାଦକ ଶ୍ରୀ ବ୍ରଜବନ୍ଧୁ
ସାହୁ ବଡମ୍ବା, କୋଷାଧ୍ୟକ୍ଷ ଶ୍ରୀ କୃଷ୍ଣମୋହନ ସାହୁ ନୟାଗଡ, ସହଯୋଗୀ କୋଷାଧ୍ୟକ୍ଷ ଶ୍ରୀ ଦେବାଶିଷ ସାହୁ
ବେଗୁନିଆ, ଯୁଗ୍ମ ସମ୍ପାଦକ ଶ୍ରୀ ଦୁର୍ଯ୍ୟୋଧନ ସାହୁ ରାଉରକେଲା, ଶ୍ରୀ ପ୍ରଦୀପ କୁମାର ସାହୁ ବ୍ରହ୍ମପୁର ଓ ସମୀକ୍ଷକ
ଶ୍ରୀ ଦୟାନିଧ ସାହୁ ଚୌଦ୍ବାର ନିର୍ବାଚିତ ହୋଇଥିଲେ । ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଉପଦେଷ୍ଟା ଡକ୍ଟର
ଅନନ୍ତ ଚରଣ ସାହୁ ଭୁବନେଶ୍ବର ଧର୍ମଶାଳାର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଶ୍ରୀ ହୃଷିକେଷ ସାହୁ ଯାଜପୁର ରୋଡ୍ ଓ
‘ସାଧବ’ ର ମୁଖ୍ୟ ସମ୍ପାଦକ ଡକ୍ଟର ରାଜନ କୁମାର ସାହୁ ଭୁବନେଶ୍ବର ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତେ ସମ୍ମିଳିତ
ଭାବରେ ପୁରୀ ବାଲିସାହିସ୍ଥିତ କୁବେର ଧର୍ମଶାଳାକୁ ଉଦ୍ଧାର କରିବେ ବୋଲି ମତ ଦେଇଥିଲେ । ସର୍ବ ଶେଷରେ
ଧନ୍ୟବାଦ ପ୍ରଦାନ କରାଯାଇ ସଭାସାଙ୍ଗ ହୋଇଥିଲା ।