July 4, 2025
Home » ନିଷ୍ଟ ଆଲୁମିନି ଆସୋସିଏସନ ବେଙ୍ଗାଲୁରୁ ଚାପ୍ଟର ପକ୍ଷରୁ ଏକ ସମ୍ମିଳନୀ ଉଦଯାପିତ

ନିଷ୍ଟ ଆଲୁମିନି ଆସୋସିଏସନ ବେଙ୍ଗାଲୁରୁ ଚାପ୍ଟର ପକ୍ଷରୁ ଏକ ସମ୍ମିଳନୀ ଉଦଯାପିତ

0
WhatsApp Image 2025-01-10 at 11.34.38 AM

ନିଷ୍ଟ ଆଲୁମିନି ଆସୋସିଏସନ ବେଙ୍ଗାଲୁରୁ ଚାପ୍ଟର ପକ୍ଷରୁ ଏକ ସମ୍ମିଳନୀ ଉଦଯାପିତ ହୋଇଜାଇଛି । ନିଷ୍ଟ ଆଲୁମିନି ବେଙ୍ଗାଲୁରୁ ଚାପ୍ଟର ସହୟୋଗରେ ଜାନୁଆରୀ ୫ ତାରିଖରେ ଆଇକନ ପ୍ରେମିଏର ହୋଟେଲ୍ସ ରେ ଏକ ସମୃଦ୍ଧ ଏବଂ ଜୀବନ୍ତ ପୁରାତନ ଛାତ୍ର ସମ୍ମିଳନୀ ଆୟୋଜନ କରାୟାଇଥିଲା। ଏହି କାର୍ୟ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ‘ନିଷ୍ଟ’ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ସୁକାନ୍ତ କେ. ମହାପାତ୍ର, କୁଳପତି ଡକ୍ଟର ପ୍ରିୟଦର୍ଶନ ପାତ୍ର, କୁଳସଚିବ ଡ଼. ବିଷ୍ଣୁଙ୍କର ନାୟକ, ପୁରାତନ ଛାତ୍ର ସମ୍ପର୍କ ପ୍ରଫେସର ମିଟୁ ବରାଳ ପ୍ରମୁଖ ଉପସ୍ଥିତ ଥିଲେ। ଡକ୍ଟର ସୁକାନ୍ତ କେ. ମହାପାତ୍ର ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ନିଷ୍ଟ ଓ ଏହାର ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଚିରନ୍ତନ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ। ଗବେଷଣା, ନବସୃଜନ, କର୍ମଶାଳା, ବୈଷୟିକ ଆଲୋଚନା ଏବଂ ନିୟୁକ୍ତି କ୍ଷେତ୍ରରେ ସହାୟତା ପ୍ରଦାନ କରି ସେମାନଙ୍କ ଶିକ୍ଷାନୁଷ୍ଠାନରେ ଯୋଗଦାନ କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରି ସେ କହିଥିଲେ, ନିଷ୍ଟ ଆମ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଦ୍ୱିତୀୟ ଗୃହ। ସେ ଆଶ୍ୱାସନା ଦେଇଥିଲେ ଯେ, ନିଷ୍ଟ ଦ୍ୱାର ସବୁବେଳେ ଏହାର ପୁରାତନ ଛାତ୍ରମାନଙ୍କ ପାଇଁ ଖୋଲା ରହିଛି ଏବଂ ବିଶ୍ୱସ୍ତରରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ବୃଦ୍ଧି କରିବାରେ ସେମାନଙ୍କ ଭୂମିକା ପାଇଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଥିଲେ। ପ୍ରିୟଦର୍ଶନ ପାତ୍ର ଯେକୌଣସି ଅନୁଷ୍ଠାନର ବ୍ରାଣ୍ଡ ଆମ୍ବାସାଡର ଭାବେ ପୁରାତନ ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଡ. ବିଷ୍ଣୁକର ନାୟକ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ ।
ଏହି ଅବସରରେ ୨୦୨୩ ବେଚ ର ବି.ଟେକ ଛାତ୍ର ଦୁର୍ଗା ମାଧବ ପୃଷ୍ଟି, ସୂର୍ଯ୍ୟ ପ୍ରକାଶ ଦାସ ଏକ ମର୍ମସ୍ପର୍ଶୀ ଗୀତ ପରିବେଷଣ କରିଥିଲେ । ‘ସମଗ୍ର ସୁସ୍ଥତା ମନ ଓ ଶରୀର’ ଉପରେ ୨୦୦୧ ବେଚ ର ଶ୍ରୀ ଅମର ପୃଷ୍ଟି ଏକ ଚିତ୍ତାକର୍ଷକ ବକ୍ତବ୍ୟ ପ୍ରଦାନ କରିଥିଲେ। ପୁରାତନ ଛାତ୍ରଛାତ୍ରୀମାନେ ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇ ସ୍ମାରକପତ୍ର ଗ୍ରହଣ କରିବା ସହ ଏକ ଆନନ୍ଦଦାୟକ ଭୋଜନର ମଜା ନେଇଥିଲେ। ଆସୋସିଏଟ୍ ଡିନ୍ (ଛାତ୍ର କଲ୍ୟାଣ) ଡ. ପ୍ରୀତିରଞ୍ଜନ ସାହୁ, ପୁରାତନ ଛାତ୍ର ଶ୍ରୀ ଅଂଶୁମାନ ନାୟକ, ଶ୍ରୀ ଅମର ପୃଷ୍ଟି, ଶ୍ରୀ ଶମ୍ଭୁନାଥ ଶର୍ମା, ପୁର୍ନେନ୍ଦୁ ମିଶ୍ର, ଏବଂ ପିତାମ୍ବର ସାହୁ କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *