February 9, 2026
Home » ନୁଆଁ ବର୍ଷରେ ନୁଆଁ ଇତିହାସ ମା’ ରାମଚଣ୍ଡୀ ପୀଠକୁ ରାଜ୍ୟସଭା ସାଂସଦ ମୁନା ଖାଁ ଙ୍କ ୪ ଲକ୍ଷ ଅନୁଦାନ

ନୁଆଁ ବର୍ଷରେ ନୁଆଁ ଇତିହାସ ମା’ ରାମଚଣ୍ଡୀ ପୀଠକୁ ରାଜ୍ୟସଭା ସାଂସଦ ମୁନା ଖାଁ ଙ୍କ ୪ ଲକ୍ଷ ଅନୁଦାନ

0
WhatsApp Image 2026-01-03 at 4.17.32 PM

ଛତ୍ରପୁର: ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତ ସ୍ଥିତ ଋଷିକୂଲ୍ୟା ତଟବର୍ତ୍ତୀ ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିରରରେ ନୁଆଁ ବର୍ଷ ଉପଲକ୍ଷେ ମାଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିବା ବେଳେ ପୂଜା କମିଟି ସଭାପତି ଦୟାନନ୍ଦ ରେଡ଼ି, ସମ୍ପାଦକ ବିମଳ ପଣ୍ଡା,ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟ୍ୟରେ ମନୋଜ ମିଶ୍ର, ସୁଧୀର ମହାରଣା, ଶଙ୍କର ଚର୍ତ୍ତୀ, ଗୋପାଳ ନାୟକ, ରାଜୁ ବେହେରାଙ୍କ ଦ୍ୱାରା ରେ ଭକ୍ତ ମାନଙ୍କ ସୁରକ୍ଷା କୁ ଆଖି ଆଗରେ ରଖି ଧାଡି ଦର୍ଶନ କରାଯାଇଥିଲା l ବର୍ଷ ତମାମ ପୀଠର ଟ୍ରଷ୍ଟ ଓ କମିଟି ତରଫରୁ ଜିଲ୍ଲା ପ୍ରଶାସନ ର ସହଯୋଗ ରେ ବିଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥାଏ । ଆଗକୁ ମାଁ ରାମଚଣ୍ଡୀଙ୍କ ଫାଲ୍ଗୁନ ପର୍ବ ଥିବାରୁ କମିଟି ଓ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ହେଉଥିବା ବେଳେ ଏହି ପୀଠର ଲକ୍ଷାଧିକ ଭକ୍ତ ମାନଙ୍କ ଅସୁବିଧା କୁ ଆଖିଆଗରେ ରଖ୍ ଟ୍ରଷ୍ଟ ତରଫରୁ ଆଗରୁ କରାଯାଇଥିବା ଅନୁରୋଧ କ୍ରମେ । ଏହାର ସ୍ୱୀକୃତି ପୂର୍ବକ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ରାଜ୍ୟସଭା ସାଂସଦ ମୁଜୀବୁଲା ଖାନ (ମୁନା ଖାନ) ସାଂସଦ ପାଣ୍ଠିରୁ ୪ ଲକ୍ଷ ଟଙ୍କା ର ଅର୍ଥରାଶି ମନ୍ଦିର ଉନ୍ନତି ସକାସେ ଦେଇ ସମାଜକୁ ଏକ ଭାଇଚାରାର ସମ୍ବାଦ ଦେଇଛନ୍ତି । ଏହାର ପତ୍ର ପାଇଲା ପରେ କରପଡା ସରପଞ୍ଚ ଶ୍ରୀ ଅଜୟ ନାୟକ, ପୂଜା କମିଟି ସଭାପତି ଦୟାନନ୍ଦ ରେଡ୍ଡୀ, ପରିଚାଳନା କମିଟି ସଭାପତି ପ୍ରଶାନ୍ତ ନାୟକ, ପଞ୍ଚାୟତ ବାସି, ମାଁ ରାମଚଣ୍ଡୀ ଟ୍ରଷ୍ଟ ଓ ଅଗଣିତ ଭକ୍ତ ମାନଙ୍କ ତରଫରୁ ପ୍ରଶଂସାର ସୁଅ ଛୁଟିବା ସହିତ ମାନ୍ୟବର ସାଂସଦ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *