December 22, 2024
Home » ନୂଆପଡା ଜିଲ୍ଲାରେ ଦିଶା ବୈଠକ ଅନୁଷ୍ଠିତ l

ନୂଆପଡା ଜିଲ୍ଲାରେ ଦିଶା ବୈଠକ ଅନୁଷ୍ଠିତ l

0

ନୂଆପଡା ଜିଲ୍ଲା ସଦ୍ ଭାବନା ସଭା ଗୃହରେ ସମ୍ମାନୀୟା କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ପର୍ୟାଲୋଚନା କମିଟି ସଭା, ଦିଶା ବୈଠକ
ଅନୁଷ୍ଠିତ ହୋଇଯାଇଛି l ସଭା ରେ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାପାଳ କହିଲେଯେ ଜିଲ୍ଲାରେ ବିଭିନ୍ନ ବିଭାଗର ଉନ୍ନୟନ କାମ ର ଦୃତ ପ୍ରଗତି ହୋଇଛି l ପ୍ରତି ସପ୍ତାହରେ ବ୍ଲକ୍ ମାନଂକ ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନେ଼ଇ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜନ ହେଉଛି l ଏହି ଅବସରରେ ସେଠାରେ ବରିଷ୍ଠ ନାଗରିକ ମାନଂକ ପାଇଁ ସ୍ବାସ୍ଥ୍ୟ ଶିବିର ସହିତ ରକ୍ତଦାନ ଶିବିର ଆୟୋଜନ କରାଯାଉଛିl ଅପରାହ୍ନରେ ବ୍ଲକ୍ ର ଗୋଟିଏ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହେଉଛି l ଏହାକୁ ସାଂସଦ ପ୍ରଶଂସା କରିଥିଲେ lନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସମୟ ସିମା ଭିତରେ ଶୀଘ୍ର ସାରିବା ପାଇଁ ଗୁରୁତ୍ବ ଦେଇଥିଲେ l

ଏହାପରେ ସାଂସଦ ଗୋଟି ଗୋଟି କରି ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l ସଭାରେ ଜନସାଧାରଣଙ୍କ ମୁଖ୍ୟ ସମସ୍ୟା ଘରଡିହ, ବାସଗୃହ, ବିଦ୍ୟୁତ୍, ପାନୀୟ ଜଳ, ସଡକ , ନରେଗାରେ ଶ୍ରମ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ମିଶନ, କୃଷି , ଶିଳ୍ପ, ଖାଦ୍ୟ ଯୋଗାଣ ଇତ୍ୟାଦି ବିଷୟ ଉପରେ ବିଶଦ ଭାବରେ ଆଲୋଚନା ହୋଇଥିଲା l ଏହିସବୁ କ୍ଷେତ୍ରରେ ଯେତେ ସବୁ ସମସ୍ୟା ଅଛି ସେସବୁର ଶୀଘ୍ର ସମାଧାନ କରିବା ପାଇଁ ସାଂସଦ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ ଥିଲେ l ଦଳୀୟ ମତଭେଦ ରୁ ଉପରକୁ ଉଠି ସମସ୍ତ ଜନପ୍ରତିନିଧି ଓ ଅଧିକାରୀଗଣ ମିଳିତ ଭାବରେ ଜିଲ୍ଳାର ସାମଗ୍ରିକ ଉନ୍ନତି କରିବା ପାଇଁ ସାଂସଦ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି l ଆଜିକାର ଏହି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ, ସମସ୍ତ ଜିଲ୍ଲାପରିଷଦ ସଦସ୍ୟ, ଜନ ପ୍ରତିନିଧି, ସାଂସଦ ବିଧାୟକଙ୍କ ପ୍ରତିନିଧି,ଦିଶା କମିଟି ସଦସ୍ୟ,ବନଖଣ୍ଡ ଅଧିକାରୀ, in ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ, ସମସ୍ତ ଏନ୍ ଏ ସି କାର୍ଯ୍ୟନିର୍ବାହି ଅଧିକାରୀ ପ୍ରମୂଖ ଯୋଗଦେଇଥିଲ l ସମସ୍ତ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନଙ୍କ ଆନ୍ତରିକ ସହଯୋଗରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ତଥା ପ୍ରବାସୀ ଶ୍ରମିକ ପ୍ରଥାର ବିଲୋପ ସାଧନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥଲେ l ଶେଷରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *