ନୂତନ ଆରଡିସି ବିଜୟ ଅମୃତ କୁଲାଙ୍ଗେ ତାରା ତାରିଣୀ ଙ୍କ ଦର୍ଶନ…
ଗଂଜାମ ଜିଲ୍ଲା ପୁରୋଷୋତ୍ତମପୁର ମା’ ତାରାତାରିଣୀଙ୍କ ଦର୍ଶନ ପାଇଁ ଆସି ମାଆଙ୍କ ଆଶୀର୍ବାଦ ନେଲେ ନୂତନ ଭାବେଯୋଗ ଦେଇଥିବା ତଥା ପୂର୍ବର ଗଞ୍ଜାମ ଜିଲ୍ଲପାଳ ଥିବା ଏବଂ ଏବେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ହୋଇଥିବା ବିଜୟ ଅମୃତ କୁଲାଙ୍ଗେ, ଦୀର୍ଘ ୬ ବର୍ଷର ସମ୍ପର୍କକୁ ମନେ ପକାଇଲେ |ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ବିଜୟ ଅମୃତ କୁଲାଙ୍ଗେ, ୬ ବର୍ଷର ସମ୍ପର୍କକୁ ମନେ ପକାଇଲେ |ଗଞ୍ଜାମ ମାଟି ସହ ପୁଣି ଯୋଡ଼ିହେଲା ପୁରୁଣା ସମ୍ପର୍କ।ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା କରିଛନ୍ତି।ତାଙ୍କର ଏହି ଗସ୍ତ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିବା ସହ ଜିଲାବାସୀଙ୍କ ମନରେ ବିକାଶର ନୂଆ ଆଶା ସଞ୍ଚାର କରିଛି।ମନ୍ଦିର ପରିସର ବୁଲି ଦେଖିବା ସହ ଏହାର ଉନ୍ନୟନ ଓ ଭବିଷ୍ୟତ ବିକାଶ ସମ୍ପର୍କରେ ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରାଙ୍କ ସହ ଆଲୋଚନା କରିଥିଲେ।କୁଲାଙ୍ଗେ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଗଞ୍ଜାମରେ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଭାବେ କାର୍ଯ୍ୟ କରିବା ପରେ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଜିଲାପାଳ ଦାୟିତ୍ୱ ତୁଲାଇଥିଲେ।

ଏହି ୬ ବର୍ଷ ମଧ୍ୟରେ ଜିଲାର ବିକାଶମୂଳକ କାର୍ଯ୍ୟ ସହ କରୋନା ମହାମାରୀ ମୁକାବିଲାରେ ତାଙ୍କର ଭୂମିକା ଲୋକଙ୍କ ମନରେ ସ୍ମରଣୀୟ ହୋଇ ରହିଛି।ବିଶେଷକରି ମା’ ତାରାତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠାକୁ ନେଇ ତାଙ୍କର ଅବଦାନ ଅଞ୍ଚଳବାସୀଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ନେଇଛି।୨୦୧୦ରେ ନୂତନ ମନ୍ଦିର ନିର୍ମାଣ ପରେ ପ୍ରତିଷ୍ଠା କାର୍ଯ୍ୟ ହୋଇପାରି ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା।କୁଲାଙ୍ଗେଙ୍କ ଉଦ୍ୟମରେ ୨୦୨୨ ମେ’ ୧୫ ତାରିଖରେ ମନ୍ଦିରର ପ୍ରତିଷ୍ଠା ହୋଇଥିଲା।ଦୀର୍ଘ ଛଅ ବର୍ଷର ସମ୍ପର୍କ ଓ ସ୍ମୃତିକୁ ମନେପକାଇ ଗଞ୍ଜାମବାସୀ ତାଙ୍କର ପୁନର୍ବାର ଆଗମନକୁ ନେଇ ଖୁସି ପ୍ରକାଶ କରିଛନ୍ତି। ତାଙ୍କ ନୂତନ ଦାୟିତ୍ୱରେ ଦକ୍ଷିଣାଞ୍ଚଳର ବିକାଶ ଆହୁରି ତ୍ୱରାନ୍ବିତ ହେବ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି
