September 6, 2026
Home » ନେପାଳରେ ବନ୍ୟାରେ ମୃତକଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ନେପାଳରେ ବନ୍ୟାରେ ମୃତକଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

0
WhatsApp Image 2026-09-06 at 3.28.40 PM

 

ଗଣିଆ: ବନ୍ୟାର ବିଭୀଷିକା ଛାରଖାର କରି ଦେଇଛି । ଉଜୁଡି ଯାଇଛି ଅନେକ ପରିବାର । ନେପାଳରେ ବନ୍ୟାରେ ଭାସି ଯାଇ ମୃତ୍ୟୁବରଣ କରିଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଗଣିଆରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗଣିଆ ଜଗନ୍ନାଥ ମନ୍ଦିର ଠାରୁ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ଗଣିଆ ଗାନ୍ଧୀ ପୀଠରେ ପହଞ୍ଚିଥିଲା । ସେଠାରେ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବନେତା କଲ୍ଲିମୁଦ୍ଦିନ ଖାଁ, ନାରୀନେତ୍ରୀ ରଞ୍ଜୁଲତା ପଣ୍ଡା,ଅଖିଳ ମହାରଣାଙ୍କ ସମେତ ପ୍ରାୟ ୩୦ରୁ ଅଧିକ ଯୁବଗୋଷ୍ଠୀ ସାମିଲ ହୋଇଥିଲେ । ଯୁବ ଗୋଷ୍ଠୀଙ୍କ ଏଭଳି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *