August 21, 2026
Home » “ନ୍ୟାୟ ସଂହିତା ପ୍ରଦର୍ଶନୀ”

“ନ୍ୟାୟ ସଂହିତା ପ୍ରଦର୍ଶନୀ”

0
WhatsApp Image 2026-03-11 at 9.06.11 PM

ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା “ନ୍ୟାୟ ସଂହିତା ପ୍ରଦର୍ଶନୀ” ଏକ ମନୋଜ୍ଞ ପରିବେଶ ମଧ୍ୟରେ ସଫଳତାର ସହିତ ଜାରି ରହିଛି। ପଥପ୍ରାନ୍ତ ନାଟକ ତଥା ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କୁ ଭାରତର ନୂତନ ଅପରାଧିକ ଆଇନ ସମ୍ପର୍କରେ ଅବଗତ କରାଯାଉଛି।

ଏହି ଅବସରରେ ଆଜି ଭିନ୍ନ ଭିନ୍ନ ସମୟରେ ନ୍ୟାୟିକ ବିଭାଗର ଅଧିକାରୀ ଓ କର୍ମଚାରୀ, ରାଜ୍ୟର ବହୁ ପ୍ରତିଷ୍ଠିତ ସମ୍ବାଦପତ୍ର ତଥା ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦକ ଓ ବ୍ୟୁରୋ ଚିଫ୍‌, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା, ଗୃହ ବିଭାଗର ଅଧିକାରୀ ଓ କର୍ମଚାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ କ୍ରୀଡା ଓ ଯୁବ ସେବା ବିଭାଗର କ୍ରୀଡ଼ାବିତମାନେ ପ୍ରଦର୍ଶନୀକୁ ପରିଦର୍ଶନ କରି ଭାରତର ନୂତନ ଅପରାଧିକ ଆଇନ ସମ୍ପର୍କରେ ଅବଗତ ହୋଇଥିଲେ।

ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦକମାନଙ୍କ ସହ ନୂତନ ନ୍ୟାୟ ସଂହିତାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ନୂତନ ଆଇନ ବ୍ୟବସ୍ଥାରେ ପୀଡ଼ିତଙ୍କୁ ଦ୍ରୁତ ଓ ସୁନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବା ସହିତ ତଦନ୍ତ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ପ୍ରଯୁକ୍ତି ନିର୍ଭର ଓ ପ୍ରଭାବଶାଳୀ କରାଯାଇଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ । ଏହା ସହ ଫରେନସିକ ତଦନ୍ତ, ଡିଜିଟାଲ୍ ପ୍ରମାଣର ସ୍ୱୀକୃତି ଓ ସମୟସୀମା ମଧ୍ୟରେ ତଦନ୍ତ ପ୍ରକ୍ରିୟା ଭଳି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଦର୍ଶନୀରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ନୂତନ ଅପରାଧିକ ଆଇନରେ ତଦନ୍ତ ପ୍ରକ୍ରିୟା, ପୀଡ଼ିତଙ୍କ ଅଧିକାର, ବୈଜ୍ଞାନିକ କୌଶଳ ପ୍ରୟୋଗ, ଓ ଶୀଘ୍ର ନ୍ୟାୟ ପ୍ରଦାନ ବ୍ୟବସ୍ଥା ସମ୍ପର୍କରେ ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସଚେତନ କରାଯାଉଛି। କଳାକାର ମାନେ “ଅପରାଧସ୍ଥଳରୁ ହାଇକୋର୍ଟ ପର୍ଯ୍ୟନ୍ତ” ସମଗ୍ର ନ୍ୟାୟ ବ୍ୟବସ୍ଥାକୁ ଏକ ସମନ୍ୱିତ ଓ ଶିକ୍ଷା ମୂଳକ ଶୈଳୀରେ ପ୍ରଦର୍ଶିତ କରୁଛନ୍ତି, ଯାହା ସମାଜର ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କ ମହଲରେ ଆଦୃତ ହେଉଛି ।

ଅପରାଧ ଘଟଣାରୁ ଆରମ୍ଭ କରି ପୋଲିସ ତଦନ୍ତ ଓ ନ୍ୟାୟ ପ୍ରକ୍ରିୟା ପର୍ଯ୍ୟନ୍ତ ସମଗ୍ର ଘଟଣାକୁ ନାଟକ ମାଧ୍ୟମରେ ଦେଖାଯାଉଥିବାରୁ ଦର୍ଶକମାନେ ସହଜରେ ନୂତନ ଆଇନର ବିଭିନ୍ନ ପ୍ରାସଙ୍ଗିକତା ବୁଝିପାରୁଛନ୍ତି। ଏହି କାର୍ଯ୍ୟକ୍ରମ ଦର୍ଶକମାନଙ୍କ ମଧ୍ୟରେ ବେଶ ଆକର୍ଷଣ ସୃଷ୍ଟି କରିଛି।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed