ସମ୍ବାଦ ତଥା ଆମ ଓଡ଼ିଶା ଓ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ଙ୍କ ମିଳିତ ସହଯୋଗରେ ମଧୁବାବୁଙ୍କ ଜୟନ୍ତୀ ଓ ସ୍ୱାଭିମାନ ଦିବସ ପାଳିତ
ନୟାଗଡ :ନୟାଗଡ଼ ହାଉସିଂବୋର୍ଡ କଲୋନୀ ନିକଟସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ସଭାଗୃହରେ ଓଡିଶାର ସ୍ବାଭିମାନୀ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମଜୟନ୍ତୀ ଉତ୍ସବ ସମ୍ବାଦ ତଥା ଆମ ଓଡିଶା ପରିବାର ଓ ବିଦ୍ଯାଳୟ ମିଳିତ ଆନୁକୂଲ୍ୟରେ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅମ୍ଳାନ ପ୍ରତିଭାର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ଯ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ନାଟ୍ଯ ଭୂଷଣ ଡକ୍ଟର ବିଜୟ କୁମାର ଚୌଧୁରୀ ଯୋଗଦେଇ ମଧୁବାବୁଙ୍କ ଜୀବନୀର ଅନେକ ବିଶେଷତ୍ୱ ଗୁଡିକୁ ଆଲୋଚନା କରିଥିଲେ। ମଧୁବାବୁଙ୍କ ବିଷୟରେ ମୁଖ୍ଯ ବକ୍ତାଙ୍କ ଏହି ଭାବଭରା ଆଲୋଚନା ସମସ୍ତଙ୍କୁ ଅଭିଭୁତ କରିଥିଲା । ବିଦ୍ଯାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ବିଶ୍ବବିଜିତା ମହାନ୍ତି ମଧୁବାବୁଙ୍କ ବିଷୟରେ ଚମତ୍କାର ବକ୍ତବ୍ଯ ରଖିଥିଲେ । ସାମ୍ବାଦିକ ରାମକୃଷ୍ଣ ରଥ ବକ୍ତବ୍ୟରେ କହିଥିଲେ ବିଦ୍ୟାଳୟର ସଂପାଦକ ଶ୍ରୀଧର ସାହୁଙ୍କୁ ପଦ୍ମଶ୍ରୀ ଉପାଧି ପାଇବା ପାଇଁ ପ୍ରସ୍ତାବ ଦେଇଥିଲେ ।କାର୍ଯ୍ୟକ୍ରମଟି ଅତ୍ଯନ୍ତ ଭାବମୟ ଓ ରସମୟ ଥିଲା। ସମ୍ବାଦ ଖବରକାଗଜର ନୟାଗଡ଼ ଜିଲ୍ଲା ପ୍ରତିନିଧି ସନ୍ଦିପ କୁମାର ଲେଙ୍କା ସ୍ବାଗତ ଅଭିଭାଷଣ ରଖିଥିବା ବେଳେ କନକ ଟିଭିର ସମ୍ବାଦିକ ପ୍ରଦୀପ କୁମାର ରଥ ଧନ୍ଯବାଦ ଅର୍ପଣ କରିଥିଲେ।


ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍ ହରିହର ପାତ୍ର, କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକ, ଭାରତ ବିକାଶ ପରିଷଦ ର ବରିଷ୍ଠ ସଦସ୍ଯ ସୁବଳ ଚରଣ ବେହେରା, ଉଦୟନାଥ ନାୟକ, ପ୍ରଫୁଲ୍ଲ କୁମାର ନାୟକ, ମୈତ୍ରୀ ଯୁବ ସଂସଦ, ନୟାଗଡ଼ ର ସଂପାଦକ ପ୍ରଦୀପ କୁମାର ସାହୁ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ବରିଷ୍ଠ କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ପ୍ରଧାନ, ବରିଷ୍ଠ ସାମ୍ବାଦିକ ଗୋକୁଳ କୁମାର ଷଡଙ୍ଗୀ, ବାସୁଦେବ ମହାନ୍ତି, ଶିକ୍ଷାବିତ୍ ସୌଦାମିନୀ ସ୍ବାଇଁ ଯୋଗଦେଇ *ମଧୁବାବୁଙ୍କ* ସ୍ମୃତିଚାରଣ କରିଥିଲେ। ବିଦ୍ଯାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
