November 12, 2026
Home » ନୟାଗଡ଼ରେ ଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬ ଅନୁଷ୍ଠିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬ ଅନୁଷ୍ଠିତ

0
unnamed
ନୟାଗଡ : ( ଇପିଏ ) ନୟାଗଡ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ (NCSTC) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ତଥା ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ–୨୦୨୬ ଆଜି ତା ୧୧-୧୧-୨୦୨୬ ରିଖ ସ୍ଥାନୀୟ ପିଏମ୍ ଶ୍ରୀ ସୋଲପଟା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଚଳିତ ବର୍ଷ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ‘ସ୍ଥାୟୀ ବିକାଶ ପାଇଁ ବିଜ୍ଞାନ ଏବଂ ନବସୃଜନ’ (Science and Innovation for Sustainability) ରହିଥିଲା। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣ୍ଡେ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ଜିଲ୍ଲା ଶିଶୁ ବିଜ୍ଞାନ କଂଗ୍ରେସ ସଂଯୋଜକ (ଜିଲ୍ଲା କୋଅର୍ଡିନେଟର) ଶ୍ରୀଯୁକ୍ତ ଶରତ କୁମାର ସାହୁ ଏବଂ ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ (BEO) ଡ. ଗିରିଜା ଶଙ୍କର ମହାପାତ୍ର( ଜିଲ୍ଲା ଏକାଡେମିକ କୋଅର୍ଡିନେଟର) ଓ ଜୁରି ମେମ୍ବର ଭାବେ ଗୋକୁଳ କୃଷ୍ଣ ପଣ୍ଡା, ଡ ଶଙ୍କର ନାରାୟଣ ବେଜ, ରବିନାଥ ଘଡ଼େଇ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ବୈଜ୍ଞାନିକ ମନୋଭାବ ସୃଷ୍ଟି ତଥା ନବସୃଜନ ଦିଗରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ପିଏମ୍ ଶ୍ରୀ ସୋଲପଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନା ମାରାଣ୍ଡିଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ। ସମଗ୍ର ଆୟୋଜନ ଓ ପରିଚାଳନାରେ ଶିକ୍ଷକ ପ୍ରତାପ କୁମାର ପରିଡ଼ା, ଜୁନିଅର ଆସିଷ୍ଟାଣ୍ଟ ଅରବିନ୍ଦ ନାୟକ ଏବଂ ସଞ୍ଜିବି ମଲ୍ଲିକ ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଥିଲେ।ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଯୋଗଦେଇଥିବା ଚାଳିଶି ଜଣ ଶିଶୁ ବୈଜ୍ଞାନିକ ନିଜ ନିଜର ଗବେଷଣାତ୍ମକ ପ୍ରକଳ୍ପ ଓ ବୈଜ୍ଞାନିକ ମଡେଲ ପ୍ରଦର୍ଶନ କରିଥିଲେ। ଏଥିରୁ ଚୟନ ହୋଇଥିବା ଶ୍ରେଷ୍ଠ ପ୍ରକଳ୍ପଗୁଡ଼ିକ ଆଗାମୀ ରାଜ୍ୟସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ନୟାଗଡ଼ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *