November 15, 2026
Home » ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନୂଆ ମଧୁବାବୁ ପେନସନ୍  ( ଭତ୍ତା ) ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନୂଆ ମଧୁବାବୁ ପେନସନ୍  ( ଭତ୍ତା ) ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
1001381015
          ଭତ୍ତା ପାଇ ଖୁସିହେଲେ ହିତାଧିକାରୀ
ନୟାଗଡ (ଇପିଏ ) ନୟାଗଡ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ମଧୁ ବାବୁ ପେନସନ୍ ଯୋଜନା (MBPY) ଅନ୍ତର୍ଗତ ନୂଆ ପେନସନ୍ ବଣ୍ଟନ କାର୍ଯ୍ୟକ୍ରମ ୧୨.୧୧.୨୦୨୬ ଗୁରୁବାରରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟ ମନ୍ତ୍ରୀ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) ବିଭାଗ, ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ମୋଟ୍ ୮୦୦ ଜଣ ନୂଆ ହିତାଧିକାରୀଙ୍କୁ ନୂଆ ଭତ୍ତା ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଦୁଷ୍ମନ୍ତ କୁମାର ସ୍ବାଇଁ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଈଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼, ଜିଲ୍ଲାପାଳ, ଶ୍ରୀମତୀ ମଧୁମିତା ରଥ, ପୌର ପରିଷଦ ଅଧ୍ୟକ୍ଷା, ଶ୍ରୀମତୀ ନିରୂପମା ଖଟେଇ, , ନୟାଗଡ଼, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଲଗ୍ନଜିତ ରାଉତ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସର୍ବେଶ୍ଵର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ସ୍ୱାଗତ ଭାଷଣ ବକ୍ତବ୍ୟରେ କହିଥିଲେ ଆଉ ଭତ୍ତା ପାଇବାକୁ ଯୋଗ୍ୟ ହିତାଧକାରୀ ମାନେ ଭତ୍ତାରୁ ବଞ୍ଚିତ ହେବେ ନାହିଁ । ବର୍ତ୍ତମାନ ନୂଆ ଆପ ଆସିଯାଇଛି ତୁମେ ମଧ୍ୟ ନିଜ ଘରେ ଥାଇ ଅନଲାଇନରେ ଦରଖାସ୍ତ କରିପାରିବ ଓ ମାସକ ମଧ୍ୟରେ ଭତ୍ତା ପାଇପାରିବ ।
ଏହାପରେ ଅନ୍ୟାନ୍ୟ ଅତିଥି ମାନେ ନୂଆ ପେନସନ୍ ବଣ୍ଟନ ଉପରେ ବକ୍ତବ୍ୟ ରଖି ସରକାରଙ୍କ କାର୍ଯ୍ୟକ୍ରମକୁ ଉଚିତ ପଦକ୍ଷେପ ବୋଲି କହିଥିଲେ । । ମାନନୀୟ ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଜିର କାର୍ଯ୍ୟକ୍ରମକୁ ନେଇ ବିଶେଷ ଭାବେ ବକ୍ତବ୍ୟ ରଖିବା ସହ UPMP – Unified Pension Management Portal ଉପରେ ଆଲୋକପାତ କରିଥିଲେ। ଏବେ ଆଉ ଟାର୍ଗେଟ୍ ପାଇଁ ଅପେକ୍ଷା କରିବାକୁ ପଡ଼ିବନି, ପ୍ରତି ମାସରେ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁର କରାଯିବ ବୋଲି ସେ କହିଥିଲେ। ଆଉ ହିତାଧିକାରୀମାନେ ସରପଞ୍ଚ, ବିଧାୟକଙ୍କ ପାଖକୁ ଭତ୍ତା ପାଇଁ ଯିବାକୁ ପଡିବ ନାହିଁ । ଯେଉଁ ବ୍ୟକ୍ତିଙ୍କୁ ୬୦ ବର୍ଷ ପୂର୍ତ୍ତି ହୋଇଗଲା, ସେ ବ୍ୟକ୍ତି ଭତ୍ତା ପାଇଁ ଦରଖାସ୍ତ କଲେ ମାସକ ମଧ୍ୟରେ ପାଇ ପାରିବେ । ଆମ ବିଜେପି ମୋହନ ସରକାର ଦଳ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ହିତାଧିକାରୀଙ୍କ ପାଇଁ ଏହି ସୁବିଧା କରିଛନ୍ତି । ପୂର୍ବ ସରକାର ଦଳୀୟ ଭିତ୍ତିରେ ନେଳି ବାଲା ଯିଏ ହୋଇଥିବ, ସେ ବୟସ ହୋଇଥାଇ ବା ନହେଇ ଥାଉ ଭତ୍ତା କରି, ପ୍ରକୃତ ହିତାଧିକାରୀଙ୍କୁ ନିଜ ଅଧିକାରୀଙ୍କୁ ବଞ୍ଚିତ କରୁଥିଲେ । ଆମ ବିଜେପି ସରକାରଙ୍କ ଯୋଜନାରେ ଓଡ଼ିଶାର ଜନସାଧାରଣ ଦଳମତ ନିର୍ବିଶେଷରେ ସମସ୍ତ ଉପକାର ପାଇପାରିବେ ସେଥିରେ ବିଶ୍ୱାସ କରେ । ସବକା ବିକାଶ ସବାକା ପ୍ରୟାସ ଶବକା ବିଶ୍ଵାସରେ କାର୍ଯ୍ୟ କରେ ।   ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, କାମଦେବ ନାୟକ, ନୟାଗଡଙ୍କ ସହ ଜିଲ୍ଲାର ଓ ବ୍ଲକ ରୁ ଆସିଥିବା ସମସ୍ତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଲଗ୍ନଜିତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ହିତାଧିକାରୀମାନେ ବିଜେପି ସରକାରଙ୍କ ନୂତନ ଭତ୍ତା ବଣ୍ଟନ, ଚୟନ ପ୍ରକ୍ରିୟାରେ ଖୁସି ହେଉଥିବାର କଥୋପକଥନରୁ ଦେଖିବାକୁ ମିଳିଥିଲା ।       ପରିଶେଷରେ ହିତାଧିକାରୀଙ୍କୁ ସଚେତନ ପାଇଁ ଏକ ସଚେତନତା ରଥକୁ ମୁଖ୍ୟ ଅତିଥି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଧାୟକ ଦୁଷ୍ମନ୍ତ ସ୍ବାଇଁ ଓ ଜିଲ୍ଲାପାଳ ପତାକା ହଲାଇ ଉଦ୍ଘାଟନ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *