ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ଆଲୋଚନା ଚକ୍ର
ନୟାଗଡ: ନୟାଗଡ ରାଜ୍ୟ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ବିଭାଗ କଂଗ୍ରେସ ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ପ୍ରଧାନଙ୍କୁ ଦଳୀୟ କାର୍ଯ୍ୟାଳୟ ଠାରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ଜାତିଭିତ୍ତିକ ସଂଗଠନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ପାଇଁ ବିଚାରବିମର୍ଶ କରାଯାଇ ଥିବା ଡିସିସି ସଭାପତି ଶ୍ରୀ ରଣଜିତ ଦାଶ ଗଣମାଧ୍ୟମକୁ କହିଛନ୍ତି l

ଉଭୟ ବିଜେପି ବିଜେଡି ଶାସନରେ ପଛୁଆବର୍ଗ ଶତକଡା ୫୪ ଭାଗ ଜନସାଧାରଣ ସେମାନଙ୍କ ସରକାରୀ ନିଯୁକ୍ତି,ଶିକ୍ଷା ବ୍ୟବସ୍ଥା ସହିତ ବିଭିନ୍ନ ସରକାରୀ ଯୋଜନା କ୍ଷେତ୍ରରେ ନ୍ୟାର୍ଯ୍ୟ ଅଧିକାର ପାଇବାରୁ ବଞ୍ଚିତ ରଖାଯାଇ ଥିବା ରାଜ୍ୟ ଓବିସି କଂଗ୍ରେସ ସଭାପତି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ରଣପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ବିଭୁ ପ୍ରସାଦ ମିଶ୍ର, ପୂର୍ବତନ ଡିସିସି କାର୍ଯ୍ୟକାରୀ ସଭାପତି କମଳ ଚରଣ ସାହୁ, ଡିସିସି ଉପସଭାପତି ଫକୀର ଚରଣ ମଲ୍ଲଙ୍କ ସମେତ ବହୁ କଂଗ୍ରେସ କାର୍ଯ୍ୟକର୍ତ୍ତା ଯୁବ ଛାତ୍ର କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
