April 25, 2026
Home » ନୟାଗଡ଼ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଅପାରଗ ଏସପିଙ୍କୁ ତ୍ୱରିତ ବଦଳି କରାଯାଉ

ନୟାଗଡ଼ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଅପାରଗ ଏସପିଙ୍କୁ ତ୍ୱରିତ ବଦଳି କରାଯାଉ

0
1001048395
 ଖଣ୍ଡପଡା ଏସଡ଼ିପିଓଙ୍କୁ ନିଲମ୍ବନ ସହିତ ଗିରଫ କରାଯାଉ ନଚେତ କଂଗ୍ରେସ କରିବ ମହିଳା ଆନ୍ଦୋଳନ l
ନୟାଗଡ଼: ) ନୟାଗଡ ଜିଲ୍ଲା ଏସପି ଏସ ସୁଶ୍ରୀଙ୍କ ଅପାରଗତା ପାଇଁ ଜିଲ୍ଲାରେ ଆଇନଶୃଙ୍ଖଳା ବେଲଗାମ l ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ଏସପି ଏସ ସୁଶ୍ରୀ ସମ୍ପୂର୍ଣ୍ଣ ବିଫଳ l ନୟାଗଡ଼ ଜିଲ୍ଲାରେ ଏସପି କିଏ ଏସ ସୁଶ୍ରୀ ନା ସୁବାସ ଚନ୍ଦ୍ର ପଣ୍ଡା ତାହା ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛି ବୋଲି ଡିସିସି ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଗଣମାଧ୍ୟମ ପ୍ରତିନିଧି ଙ୍କୁ କହିଛନ୍ତି l ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ଥାନାରେ ଚୋରି ରାହାଜାନି, ଡକାୟତି କ୍ରମଶଃ ବୃଦ୍ଧି ପାଉଛି l ପ୍ରଚୁର ଦେଶୀ ମଦ ଚୋରା ଗଞ୍ଜେଇ ଏବଂ ଧଳା ଜହର କାରବାରରେ ଜିଲ୍ଲା ହବ ହେଇଛି l ମହାନଦୀ ରୁ ବେଆଇନ ବାଲି ଚାଲାଣ, ମାଙ୍କେଡା ପଥର ବେଆଇନ ଖନନ ଚୋରାଚାଲାଣ ସବୁ ପୋଲିସ ଜାଣତରେ ଚାଲିଛି l
ଖଣ୍ଡପଡା ଏସଡ଼ିପିଓ ମଦନମୋହନ ପ୍ରଧାନ ଜଣେ ପୀଡିତା ମହିଳାଙ୍କୁ ତାଙ୍କ ସହ ରାତି ବିତାଇବା ପାଇଁ ପ୍ରେମଳାପ କରିବା ନୟାଗଡ଼ରେ ଖାକି ରେ କଳଙ୍କ ଲାଗିଛି, ଜିଲ୍ଲାରେ ପୋଲିସ ନିନ୍ଦିତ ହୋଇଛି l ସମ୍ପୃକ୍ତ ଏସଡ଼ିପିଓଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହିତ ଗିରଫ କରିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି l ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଏହାକୁ ଗୁରୁତର ପ୍ରସଙ୍ଗ ଭାବେ ନେଇ ପ୍ରଦେଶ ମହିଳା କଂଗ୍ରେସ ବରିଷ୍ଠ ଉପସଭାନେତ୍ରୀ ପ୍ରଣତୀ ମିଶ୍ର, ବିଶ୍ୱକଲ୍ୟାଣୀ କର ଏବଂ ସାଧାରଣ ସମ୍ପାଦିକା ସିଲି ସେଠୀ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଏସପି ବଦଳି ଏବଂ ଏସଡ଼ିପିଓ ଗିରଫ ସହିତ ନିଲମ୍ବନ କରି ପୀଡିତା ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ହେଲେ ମହିଳା କଂଗ୍ରେସ ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *