September 6, 2026
Home » ନୟାଗଡ଼ ଜିଲ୍ଲା କାରାଗାରରେ ସ୍ଵାବଲମ୍ବନ ଭିତ୍ତିକ ଦକ୍ଷତା କାର୍ଯକ୍ରମର ଉଦ୍ଘାଟନ

ନୟାଗଡ଼ ଜିଲ୍ଲା କାରାଗାରରେ ସ୍ଵାବଲମ୍ବନ ଭିତ୍ତିକ ଦକ୍ଷତା କାର୍ଯକ୍ରମର ଉଦ୍ଘାଟନ

0
1001270844
ନୟାଗଡ  ( ଇପିଏ ) ନୟାଗଡ ଶନିବାର ଦିବା ୧୧:୦୦ଘଟିକା ସମୟରେ ନୟାଗଡ଼ ଜିଲ୍ଲା କାରାଗାର ପରିସରରେ ଏକ ସ୍ଵାବଲମ୍ବୀ ଦକ୍ଷତା ଭିତ୍ତିକ ତାଲିମ କାର୍ଯକ୍ରମ ଉଦ୍ଘାଟିତ ହୋଇଯାଇଅଛି I ଉକ୍ତ ଉଦ୍ଘାଟନ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଜିଲ୍ଲା ସହକାରୀ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଜିଲ୍ଲା ସବ-ଡିଭିଜନାଲ ଆରକ୍ଷୀ ଅଧିକାରୀ ସୃଷ୍ଟି ପ୍ରଧାନ, ଜିଲ୍ଲା କାରାଗାର ଅଧୀକ୍ଷକ ଶ୍ରୀଯୁକ୍ତ ବାବୁଲି ବାରିକ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ମନସ୍ଵୀ ସେଠୀ ଓ ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ ଶ୍ରୀଯୁକ୍ତ ମନୋଜ କୁମାର ସେଠୀ ପ୍ରମୁଖ ଅଧିକାରୀ ମାନେ ଯୋଗଦେଇଥିଲେ I
ପ୍ରଥମେ ଜିଲ୍ଲାପାଳ ମହୋଦୟା ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦ୍ଘାଟନ କରିବା ସହ କାରାଗାର ହିତାକାରୀ ମାନେ କିଭଳି କାରାଗାର ମଧ୍ୟରେ ଏବଂ କାରାଗାରରୁ ମୁକୁଳିବା ପରେ ସ୍ଵାବଲମ୍ବୀ ହୋଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ । ଅଧିକ୍ଷକ ଶ୍ରୀଯୁକ୍ତ ବାବୁଲି ବାରିକ ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ମନସ୍ଵୀ ସେଠୀ ମହୋଦୟ ଆଗାମୀ ଦିନରେ କାରାଗାରରେ ତାଲିମ ନେବା ପରେ କାରାଗାର ହିତାଧିକାରୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଗୁଡିକ କିଭଳି ବିକ୍ରି ହୋଇପାରିବ ସେଥ‌ିପ୍ରତି ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳ ମହୋଦୟାଙ୍କୁ ଅନୁରୋଧ କରିଥିଲେ |
ଜନ ଶିକ୍ଷଣ ସଂସ୍ଥାନ, ନୟାଗଡ଼ ତରଫରୁ ହିତାଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଭିଭିକ ତାଲିମ ଉପକରଣ ଜିଲ୍ଲାପାଳ ଓ ସ‌ହକାରୀ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା | ଶେଷରେ ସମସ୍ତ ଅତିଥି କାରାଗାର ପରିସରରେ ପ୍ରସ୍ତୁତ ହେବାକୁ ଥ‌ିବା ତାଲିମ ସାମଗ୍ରୀ ଗୁଡିକର ନମୁନା ଦେଖିଥିଲେ | ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ ଶ୍ରୀଯୁକ୍ତ ମନୋଜ କୁମାର ସେଠୀ ଉକ୍ତ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଏବଂ କାରାଗାର ଅଧୀକ୍ଷକଙ୍କୁ ଧନ୍ୟବାଦ ଅର୍ପଣ ସହ ଆଗାମୀ ଦିନରେ ତାଲିମର ସଫଳ ରୂପାୟନ କାମନା କରିଥିଲେ I
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *