ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି ଓ ଯନ୍ତ୍ରପାତି ମେଳା -୨୦୨୫ ଉଦଯାପିତ
ନୟାଗଡ଼ ଷ୍ଟାଡିୟମ ଠାରେ ଗତ ୨୪ ତାରିଖ ଠାରୁ ୫ ଦିନ ଧରି ଚାଲିଥିବା ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି ଓ ଯନ୍ତ୍ରପାତି ମେଳା -୨୦୨୫ ଉଦଯାପିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ ହୋଇଥିଲା ବେଳେ ଖୋର୍ଦ୍ଧାର ପାଇକ ଆଖଡ଼ା ବେଶ୍ ଆକର୍ଷଣୀୟ ହୋଇଥିଲା । ରୁକସୁନାଙ୍କ ମେଲୋଡ଼ି ଗ୍ରୁପ ଯୁବବର୍ଗ ଓ ଦର୍ଶକ ମାନଙ୍କୁ ଭରପୂର ମନୋରଞ୍ଜନ ଦେଇଥିଲା।

ଯୁବକମାନେ ଏହି ମେଲୋଡି କାର୍ଯ୍ୟକ୍ରମରେ ଜବରଦସ୍ତ ଝୁମିଥିବା ଦେଖିବାକୁ ମିଳିଥିଲା।ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢୀ ଯୋଗଦେଇ ନୟାଗଡ଼ ଜିଲ୍ଲାର କଳା ସଂସ୍କୃତିର ଉତ୍କର୍ଷତା ଓ ଜିଲ୍ଲାର ବିକାଶକୁ ସାମଗ୍ରୀକ ଭାବରେ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ନିରୁପମା ଖଟେଇ ଅଧ୍ୟକ୍ଷା, ପୌର ପରିଷଦ, ନୟାଗଡ଼, ବିଷ୍ଣୁପ୍ରିୟା ବେହେରା ଉପାଧ୍ଯକ୍ଷା, ଜିଲ୍ଲା ପରିଷଦ ନୟାଗଡ, ନିର୍ମଳା ବେହେରା ଅଧ୍ଯକ୍ଷା, ପଞ୍ଚାୟତ ସମିତି, ରଣପୁର,ପ୍ରଭାତ କୁମାର ଦଳବେହେରା ଉପାଧ୍ଯକ୍ଷ, ପଞ୍ଚାୟତ ସମିତି, ରଣପୁର, ରାମେଶ୍ବର ଶତପଥୀ ଜିଲ୍ଲା ପରିଷଦ ସଭ୍ୟ, ନୟାଗଡ, ରଜନୀ ରାଣୀ ପଟ୍ଟନାୟକ ଜିଲ୍ଲା ପରିଷଦ ସଭ୍ୟ, ଗୁରୁପ୍ରସାଦ ଜେନା ଉପାଧ୍ୟକ୍ଷ, ପୌର ପରିଷଦ, ନୟାଗଡ଼, ଲକ୍ଷ୍ମପ୍ରୀୟା ତରେଇ ଜିଲ୍ଲା ପରିଷଦ ସଭ୍ୟା ଓ ରଙ୍ଗୀନ ମହାନ୍ତି ,ଅଧ୍ୟକ୍ଷା ରଣପୁର ପ୍ରମୁଖ ଯୋଗଦେଇ ଜିଲ୍ଲାର ବିଭିନ୍ନ ମହାନତା ଉପରେ ଆଲୋକପାତ କରିଥିଲେ।

ଶେଷ ଦିନରେ ହଜାର ହଜାର ଦର୍ଶକଙ୍କ ଭିଡ଼ ଲାଗିରହିଥିଲା ।ଖାଦ୍ୟ ଷ୍ଟଲରେ ଲୋକମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲାବେଳେ, ସମ୍ବଲପୁରୀ ବସ୍ତ୍ରାଳୟର ଷ୍ଟଲ ଓ ଓରମାସ ପ୍ରାୟୋଜିତ ଷ୍ଟଲ୍ ଗୁଡ଼ିକରେ ଉପରେ ଭିଡ କିଛି କମ୍ ନଥିଲା ।ଆସନ୍ତା ୩୧ ତାରିଖରେ ମୁକ୍ତିଲାଭ କରିବାକୁଥିବା “ଲଢେଇ” ମୁଭି ଚଳଚିତ୍ରର ହିରୋ, ହିରୋଇନ ଲୋହିତାକ୍ଷ,ଅଭିଲିପ୍ସା ଓ ଅଭିନେତା ମାନେ ମଞ୍ଚରେ ନିଜର ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଥିଲେ ।ଏହି ମୁଭିର ପ୍ରଯୋଜକ ନୟାଗଡର ଦେବାଶିଷ ପଟ୍ଟନାୟକ । ନିର୍ଦ୍ଦେଶକ ଅଛନ୍ତି ଅଶୋକ ପତି ।ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ପ୍ରତ୍ୟେକ୍ଷ ଭାବରେ ସକ୍ରିୟତାର ସହିତ ତାଙ୍କର ଟିମ ଓ ଜିଲ୍ଲା ପ୍ରଶାସନ ସହାୟତାରେ ମହୋତ୍ସବକୁ ସରସ ସୁନ୍ଦର କରି ସଫଳ କରିଥିବାରୁ ଜନସାଧାରଣଙ୍କ ଆଗରେ ଧନ୍ୟବାଦର ପାତ୍ର ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
