July 1, 2026
Home » ନୟାଗଡ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ 

ନୟାଗଡ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ 

0
1001150010
ନୟାଗଡ: ( ଇପିଏ ) ନୟାଗଡ ଜିଲ୍ଲା ରଣପୁର ବ୍ଲକ ପରିସରରେ ସୋମବାର ଦିନ ନୟାଗଡ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହିକାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ବ୍ଲକ ଅଧକ୍ଷା ନିର୍ମଳା ବେହେରା, ତହସିଲଦାର ଡଃ ଆର୍ଯ୍ୟକୁମାର ସର୍ବଦମନ, ବିଡ଼ିଓ ମନୋଜ ନାୟକଙ୍କ ସହ ଜିଲ୍ଲା ଓ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।
ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୨୧୩ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ସେଥିମଧ୍ୟରେ ବ୍ୟକ୍ତିଗତ ଭାବେ ୨୦୦ଟି, ଗ୍ରାମୀଣ ସମସ୍ୟା ୬ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ୫ଟି, ରେଡକ୍ରସ ୨ଟି ଅଭିଯୋଗ ପଞ୍ଜୀକୃତ ହୋଇଥ‌ିବାବେଳେ ସେଥ୍ମଧ୍ୟରୁ ୬୬ଟି ଅଭିଯୋଗର ତତ୍କାଳ ଶୁଣାଣି କରାଯାଇ ଫଇସଲା କରାଯାଇଥିବା ଜଣାଯାଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *