February 4, 2026
Home » ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମହତ କାର୍ଯ୍ୟକୁ ଭୂରି ଭୂରି ପ୍ରସଂସା କଲେ ଅଭିଭାବକ ଓ ଅଞ୍ଚଳବାସୀ।

ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମହତ କାର୍ଯ୍ୟକୁ ଭୂରି ଭୂରି ପ୍ରସଂସା କଲେ ଅଭିଭାବକ ଓ ଅଞ୍ଚଳବାସୀ।

0
1000884555

ନୟାଗଡ:ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଦୁରୁଦୁରା ପଞ୍ଚାୟତର ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର କିଛି ଛାତ୍ର ଅଧାରୁ ପାଠ ଛାଡି ଆସୁନଥିଲେ । ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ ସଚିବ ଶ୍ରୀମତୀ ଅଞ୍ଜଳି ମଚ୍ଛଖଣ୍ଡଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରି ବିଦ୍ୟାଳୟର ଶିକ୍ଷକଙ୍କୁ ନେଇ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ର ବିଷ୍ଣୁ ଚରଣ ପଟ୍ଟନାୟକ, ପ୍ରକାଶ ଦଳେଇ, ଜ୍ୟୋସ୍ନାରାଣୀ ନାଥ, ଅନୁପମା ରାଉତ, ରୋନିତ ଦଳେଇ, ସୁରେନ୍ଦ୍ର ନାୟକ, ଏସ ଇପ୍ସିତା ଦେବଦର୍ଶିନୀଙ୍କ ମାଧ୍ୟମରେ ନୂଆପଲ୍ଲୀର ଅଷ୍ଟମ ଶ୍ରେଣୀର ଛାତ୍ର ରାନୁ ନାୟକ, ରବୀନ୍ଦ୍ର ନାହାକ, କରଡ଼ାପଲ୍ଲୀର ସିଲୁ ମହାପାତ୍ରଙ୍କୁ ଶିକ୍ଷା ଦ୍ଵାରା କିପରି ସବୁ କ୍ଷେତ୍ରରେ ଉନ୍ନତି ହୋଇଥାଏ,

ବୁଝା ସୁଝା କରି, ତାଙ୍କ ପରିବାରକୁ ବୁଝାଇ, ଶ୍ରୀବନ୍ତଦେଇପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ପହଞ୍ଚାଇଥିଲେ । ଏହି ଛାତ୍ରମାନେ ଅଷ୍ଟମ ଶ୍ରେଣୀ ଛାତ୍ର ।ସବୁଦିନ ଆମେ ସ୍କୁଲ ଆସିବୁ, ବଡ଼ ମଣିଷ ହେବୁ ବୋଲି ସ୍କୁଲ ଶିକ୍ଷକଙ୍କୁ ଓ ଟିମକୁ କଥା ଦେଇଛନ୍ତି ଏହି ତିନି ଛାତ୍ର ।

ଏହି ମହତ କାର୍ଯ୍ୟ ପାଇଁ ଅଭିଭାବକ ଓ ଅଞ୍ଚଳବାସୀ ଆଇନ ସେବା ପ୍ରାଧିକରଣ ତଥା ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଏବଂ ଅଧିକାର ମିତ୍ରମାନଙ୍କୁ ଓ ଶିକ୍ଷକମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଭୂରି ଭୁରି ପ୍ରଶଂସା କରିବାର ଦେଖିବାର ମିଳିଛି |

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *