October 13, 2026
Home » ସର୍ବ ଭାରତୀୟ ନୟାଗଡ କପ୍ -୨୦୨୬ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସର୍ବ ଭାରତୀୟ ନୟାଗଡ କପ୍ -୨୦୨୬ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
1000885099

।

ନୟାଗଡ : ନୟାଗଡ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ କପ୍-୨୦୨୬ ର ପ୍ରସ୍ତୁତି ବୈଠକ ନୟାଗଡ ସହରସ୍ଥିତ ନୟାଗଡ ପ୍ୟାଲେସ ( ହୋଟେଲ) ଠାରେ ଅନୁଷ୍ଠିତ ହୋଇଯାଇଅଛି ।ସଭାପତି ଇଞ୍ଜିନିୟର ଶେଖ ଇସୁବୁ ସ୍ବାଗତ ଭାଷଣ ଦେଇଥିଲେ ।ନୟାଗଡ କପ୍-୨୦୨୬ କିପରି ସର୍ବ ଆଦୃତ ହେବ,ତାକୁ ନେଇ ସଂପାଦକ ଅନ୍ୱର୍ ଅଲ୍ଲୀ ବିଷଦ ଭାବରେ କହିବାକୁ ଯାଇ କହିଥିଲେ ପ୍ରତିବର୍ଷ ଭଳି ଏହି ବର୍ଷ ୭୮୬ କ୍ଲବ ସିନ୍ଦୁରିଆ,ନୟାଗଡ କ୍ଲବ, ମର୍ଣ୍ଣି କ୍ଲବ ନୟାଗଡଙ୍କ ମିଳିତ ଆନୁକୁଲ୍ୟରେ ନୟାଗଡ ଖେଳ ପଡ଼ିଆରେ ୮ଟି ଟିମକୁ ନେଇ ,୧୯/୧/୨୦୨୬ ଠାରୁ ୨୬/୧/୨୦୨୬ ୮ଦିନ ବ୍ୟାପୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ।

ଏହି ବର୍ଷ ଓଡ଼ିଶାରୁ ୬ ଟି ଓ ଓଡ଼ିଶା ବାହାରୁ ୨ ଟି ଯଥା,କେରଳ ଓ କାଶ୍ମୀରୀ ମୋଟ ୮ ଟି ଟିମ ମଧ୍ୟରେ ଚିତ୍ତାକର୍ଷକ ଖେଳ ହେବ।ତେଣୁ ସମସ୍ତଙ୍କର ଶାରୀରିକ ଆର୍ଥିକ ଓ ମାନସିକ ସହଯୋଗ କାମନା କରିଥିଲେ ।ଏହି ପ୍ରସ୍ତୁତି ବୈଠକରେ ନୟାଗଡ କପ୍ – ୨୦୨୬ ଶାନ୍ତି ଶୃଙ୍ଖଳାର ସହିତ ହେବ, ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ସମ୍ମତି ପ୍ରକାଶ କରିଥିଲେ ।ଏହି ବୈଠକରେ ନୟାଗଡ ବିଧାୟକ ଡ.ଅରୁଣ ସାହୁ,ପୂର୍ବତନ ବିଧାୟକ ରଣପୁର ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ସଭାପତି ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ଜିଲ୍ଲାପରିଷଦ ସଭ୍ୟ ସୁବାଷ କହଁର, ଅବସରପ୍ରାପ୍ତ ଅଧ୍ୟକ୍ଷ ଉମାର ମଲିକ,ନୟାଗଡ କ୍ଳବ ସଭାପତି ଅଶୋକ କୁମାର ନାୟକ, ଗୋଦାବରୀ ସାହୁ,ସେଖ ନଇମ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ ।ଏହି ବୈଠକକୁ ପରିଚାଳନା କରିଲେ ଅମୀୟ ଭାଇ ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *