ପଏଁରୀ ତିହାର –2025 ଉଦଘାଟିତ

ସୁବର୍ଣ୍ଣପୁର — ପଏଁରୀ ତିହାର ର ରୌପ୍ୟ ଜୟନ୍ତୀ ସମାରୋହ ସୋନପୁର ପୁରୁଣା ଟାଉନ ହଲ ଥରେ ଉଦଘାଟିତ ହୋଇଯାଇଛି l ସୋନପୁର ର ପଏଁରୀ ଅନୁଷ୍ଠାନ, କେନ୍ଦ୍ର ସଂସ୍କୃତି ବିଭାଗ, ନୂଆଁଦିଲ୍ଲୀ ସଂଗୀତ ନାଟକ ଏକାଡେମୀ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି ଲଡ଼ୁକିଶୋର ମଲ୍ଲିକ ସଭାପତିତ୍ବ କରିଥିଲେ l ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଯୋଗ ଦେଇ ସୁବର୍ଣ୍ଣପୁର ର କଳା ସଂସ୍କୃତି ଅନନ୍ୟ ଏବଂ ଏହାର କଳା ସଂସ୍କୃତି ପାଇଁ ଜିଲ୍ଲା ର ପରିଚୟ ସୃଷ୍ଟି ହୋଇଛି ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ଆଇ ଡିଏଲ ପବ୍ଲିକ ସ୍କୁଲ ର ପରିଚାଳନା ନିର୍ଦ୍ଦେଶକ ଡ. ଦେବେନ୍ଦ୍ର ପ୍ରଧାନ, ମମତା ଫ୍ୟାସନ ସ୍କୁଲ ର ସି ଇ ଓ ମମତା ଦାସ, ପଏଁରୀ ର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ ପ୍ରମୁଖ ଯୋଗଦେଇଥିଲେ l
ପଏଁରୀ ର ସମ୍ପାଦକ ତଥା ଲୋକ କଳା ଗବେଷକ ଚୌଧୁରୀ ବିଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l କୋଷାଧ୍ୟକ୍ଷ ସୁଶାନ୍ତ ସାହୁ ସଭା କୁ ସଂଯୋଜନା କରିଥିବା ବେଳେ ଉପସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ଅବସରରେ କଳାକାର ଗୁପ୍ତେଶ୍ୱର ଖେତୀ ଙ୍କୁ ପଏଁରୀ ଯୁବ ପ୍ରତିଭା ସମ୍ମାନ ଏବଂ ମମତା ଫ୍ୟାସନ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ, ବ୍ୟକ୍ତିବିଶେଷ, ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହା ପରେ ଝାଡ଼ଖଣ୍ଡ, ରାଞ୍ଚି ର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ l ବରଗଡ ର ଢଳିଆ ଖୁସା, ତୁଷୁରା ର ଘୁଡୁକା, ବୌଦ୍ଧ ର ନଚନିଆଁ, ପଏଁରୀ ସୋନପୁର ଏବଂ ବିଭିନ୍ନ ରାଜ୍ୟ ତଥା ରାଜ୍ୟ ବାହାର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସଭା ପୂର୍ବରୁ ବିଶିଷ୍ଟ କଣ୍ଠଶିଳ୍ପୀ ଶତ୍ରୁଘ୍ନ ଲୁହା, ସୁଜାତା ଗିରି, ନବୀନ କୁହଁର, ନାରାୟଣ ଲୁହା ପ୍ରମୁଖ ଙ୍କ ଦ୍ୱାରା ପାରମ୍ପାରିକ ଲୋକଗୀତ ପରିବେଷଣ କରିଥିଲେ l ସକାଳୁ ମାଁ ସୁରେଶ୍ୱରୀ ଙ୍କ ମନ୍ଦିର ରୁ ଏକ ସାଂସ୍କୃତିକ ଦଳ ଙ୍କ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରି ପୁରୁଣା ଟାଉନ ହଲ ଠାରେ ପହଂଚିଥିଲେ l ପରେ ଉତ୍ସବ କୁ ବରିଷ୍ଠ କଳାକାର କରମଚାନ୍ଦ ମହାନ୍ତି ଉଦଘାଟନ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବରେ ପଏଁରୀ ର ଉପଦେଷ୍ଟା ଅଭିମନ୍ୟୁ କୁଶଳ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ନାଟ୍ୟଶ୍ରୀ ଗଦାଧର ବାରିକ, କଳାକାର ମାନଭଞ୍ଜନ ମିଶ୍ର,, ରାମକୃଷ୍ଣ ହୋତା, ରମେଶ ପ୍ରଧାନ, ଶ୍ୟାମସୁନ୍ଦର ସୁନା, ନିରାକାର ଦେହୁରୀ ପ୍ରମୁଖ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ପଏଁରୀ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପ୍ରବଳ ଶୀତ ଲହରୀ ସତ୍ତ୍ୱେ ଦର୍ଶକ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଉପଭୋଗ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର