June 10, 2026
Home » ପକ୍ଷାଘାତ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

ପକ୍ଷାଘାତ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

0
WhatsApp Image 2026-06-09 at 12.52.17 PM

 

ବ୍ରହ୍ମପୁର . ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ପକ୍ଷାଘାତ ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଗ୍ରୀଷ୍ମ ଋତୁର ଦୁର୍ବଳ ଶରୀରରେ ଅଧିକ ଶୁଖିଲା,ଅଳ୍ପ,ତୈଳଯୁକ୍ତ ଖାଦ୍ୟ,ଧାତୁକ୍ଷୟ,ପରିଶ୍ରମ, ଚିନ୍ତା ଓ ଦୁର୍ଘଟଣା ଜନ୍ୟ ମୁଣ୍ଡକୁ ଆଘାତ ଲାଗି ଅନ୍ତରକ୍ତସ୍ରାବ ହେଲେ,ଉଚ୍ଚ ରକ୍ତଚାପ,ମଧୁମେହ ଓ ହୃଦ୍ରୋଗ ଥିଲେ ନାଡୀତନ୍ତୁ କାର୍ଯ୍ଯକ୍ଷମତା ହରାଇ ଶରୀରର ବାମ ବା ଦକ୍ଷିଣ ଅଙ୍ଗକୁ ନିଷ୍କ୍ରିୟ କରିଦିଏ ଏହାକୁ ପକ୍ଷାଘାତ କୁହାଯାଏ।ବମନ,ବିରେଚନ,ଅଭ୍ୟଙ୍ଗ, ସେକ, ନସ୍ୟ ଏହି ପଞ୍ଚକର୍ମ ଚିକିତ୍ସା ଓ ଯୋଗାସନ ସଫଳ ଚିକିତ୍ସା। ପୃଷ୍ଟିକର, ହଜମ କାରକ ଖାଦ୍ୟ ଖାଇଲେ, ବିରି, ବାଇଢୁଙ୍କମଞ୍ଜି,ଅଶ୍ଵଗନ୍ଧା, କାଲମୂଳ,ବଜ୍ରମୂଳୀ ମୂଳ ଦଶ ଗ୍ରାମ ଲେଖାଏଁ ସିଝାଇ ନିତି ପିଇଲେ ଧିରେ ଧିରେ ଆରୋଗ୍ୟ ମିଳେ।ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ଡି. ଶ୍ରୀନିବାସ ରାଓ ସହଯୋଗ କରିଥିଲେ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ତରଫରୁ ଅନୁରୋଧ କରିଛନ୍ତି।

 

narasingh dakua nka report

Leave a Reply

Your email address will not be published. Required fields are marked *