ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟମେଳା -୨୦୨୫ ଏକ ସପ୍ତାହ ବ୍ୟାପି ପ୍ରଦର୍ଶିତ ହେବ ।

ନୟାଗଡ଼: ଚଳିତ ବର୍ଷ ନାଟ୍ୟ ସଂସ୍ଥା “ନାଟ୍ୟଧାରା ” ପକ୍ଷରୁ ମାର୍ଚ୍ଚ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହବ୍ୟାପୀ ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟମେଳା ପଠାଣି ସାମନ୍ତ ଅଡିଟୋରିୟମ ନୟାଗଡ଼ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମାର୍ଚ୍ଚ ୧ ରୁ ୭ ତାରିଖ ଯାଏଁ ନାଟକ ମହୋତ୍ସବ ଆୟୋଜନ କରିବ । ଚଳିତ ବର୍ଷ ଭୁବନେଶ୍ବର, ସମ୍ବଲପୁର, କଟକ ଏବଂ ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନଙ୍କ ସହିତ ନାଟକ ମଞ୍ଚସ୍ଥ ନିମନ୍ତେ ଯୋଗାଯୋଗ କରାଯାଉ ଅଛି । ପ୍ରତ୍ୟହ ସନ୍ଧ୍ୟା ୭ ଘ ୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତି ହେବ । ନାଟକ ସମୂହ ସାଂପ୍ରତିକ ସମାଜ ଭିତ୍ତିକ ହୋଇ ଦର୍ଶକୀୟ ଆଦୃତି ଲାଭ କରିବ ବୋଲି ଆଶା ଓ ବିଶ୍ବାସ । ଉଲ୍ଲିଖିତ ରାଜ୍ୟସ୍ତରୀୟ “ନାଟ୍ୟମେଳାକୁ ” ନାଟ୍ୟପ୍ରେମୀ ଦର୍ଶକ ଉପଭୋଗ କରିବା ପାଇଁ ନାଟ୍ୟନୁଷ୍ଠାନ ପକ୍ଷରୁ ଆନ୍ତରିକ ନିବେଦନ କରାଯାଇଛି। ଏ ନେଇ ସ୍ଥାନୀୟ ବୁଦ୍ଧ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନାଟ୍ୟଧରା ନାଟ୍ୟନୁଷ୍ଠାନର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ,ନାଟ୍ୟଭୁଷଣ ଡ.ବିଜୟ କୁମାର ଚୌଧୁରୀ ଓ ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର (କାଳିଆ ସାର )ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠିତ ହେବାକୁ ଥିବା ନାଟ୍ୟମେଳା ସଫଳ କରିବା ପାଇଁ ସହଯୋଗ ଓ ପଚାର ପ୍ରସାର ପାଇଁ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଅନୁରୋଧ କରିଥିଲେ ।
.
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।