September 25, 2026
Home » ପତ୍ନୀ କୁ ନିର୍ଯାତନା ଦେଇ ସ୍ୱାମୀର ପରକ୍ରିୟା ପ୍ରୀତି, ଏତେଲା ପରେ ପୁଲିସ ନିଷ୍କ୍ରିୟ

ପତ୍ନୀ କୁ ନିର୍ଯାତନା ଦେଇ ସ୍ୱାମୀର ପରକ୍ରିୟା ପ୍ରୀତି, ଏତେଲା ପରେ ପୁଲିସ ନିଷ୍କ୍ରିୟ

0
WhatsApp Image 2026-09-25 at 2.01.13 PM

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ର ପରଜଙ୍ଗ ଥାନା ଅନ୍ତର୍ଗତ ପାଟରପଦା ଗ୍ରାମର କଟାବାହାଳ ବସ୍ତିର ଅକ୍ଷୟ ସାହୁଙ୍କ ପୁଅ ଟିଟୁ ସାହୁ କନ୍ତୁର ଗ୍ରାମର ବିରଞ୍ଚି ନାରାୟଣ ଦେହୁରୀଙ୍କ ମଝିଆଁ ଝିଅ ସୁମିତ୍ରା କୁ ଗତ ୨୦୨୦ ମସିହା ଫେବୃଆରୀ ମାସରେ ବୈଦିକ ରୀତିରେ ବିବାହ କରିଥିଲେ l ବିବାହ ପରେ ପୁଅଟିଏ ହୋଇ ଥିବା ବେଳେ ଏବେ ସୁମିତ୍ରା ଅନ୍ତସତ୍ୱା ଅଛନ୍ତି l କିନ୍ତୁ ଟିଟୁ ପରକ୍ରିୟା ପ୍ରୀତିରେ ଲିପ୍ତ ରହି ବହୁ ସମୟରେ ସୁମିତ୍ରାଙ୍କୁ ନିର୍ଯ୍ୟାତନା ଦେଇ ଆସୁଛନ୍ତି lସୁମିତାଙ୍କ ସାନ ଭଉଣୀ ପ୍ରିତୀମଞ୍ଜରୀ ସନ୍ନିକଟ ଗଇଲ ଗ୍ରାମରେ ବିବାହ କରିଥିବା ବେଳେ ତାଙ୍କ ଘରକୁ ସୁମିତ୍ରା ଯାଇଥିଲେ l ସେଠାକୁ ଟିଟୁ ସାହୁ ଯାଇ ସୁମିତ୍ରା ଙ୍କ ସହିତ ଝଗଡା କରିବା ସହିତ ଶାଳୀ ପ୍ରତିମାଞ୍ଜରୀଙ୍କୁ ମଧ୍ୟ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିଥିବାର ପ୍ରିତୀମଞ୍ଜରୀ ଥାନାରେ ଏକ ଏତେଲା ଦେଇଥିଲେ l ଖବରପାଇ ଟିଟୁ ଫେରାର ଥିବା ବେଳେ ଏପର୍ଯ୍ୟନ୍ତ ପୁଲିସ କୌଣସି ପଦକ୍ଷେପ ନେଉ ନଥିବାରୁ ପରିବାର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ଜିଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ଦିଆଯାଇ ଦୋଷୀକୁ ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସକାଶେ ପରିବାର ପକ୍ଷରୁ ନିବେଦନ କରାଯାଇଛି l

 

rajkishor rout nka report

Leave a Reply

Your email address will not be published. Required fields are marked *