ପଲସାଗୋରା ରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର —ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରାରେ ପାଳିତ ହୋଇଯାଇଛି । ଏହି ଅବସରରେ କଳିଙ୍ଗ ଟିଭି ପ୍ରତିନିଧି ଭାର୍ଜନ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥିଭାବେ ପୂର୍ବତନ ସେନା ମନୋଜ ମହାନ୍ତି, ଶିକ୍ଷାବିତ ନୀଳମଣି ପଣ୍ଡା, ନାଟ୍ୟକାର ଲକ୍ଷ୍ମଣ କୁମାର ମହାପାତ୍ର, କବି ଦିଲ୍ଲୀପ କୁମାର ମହାନ୍ତି, ରାଜକିଶୋର ସାହୁ, ରଞ୍ଜୁ ଅମାତ ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ଭଲିବଲ ଖେଳାଳୀଙ୍କୁ ନେଟ, ବଲ ଓ ଟି ସାର୍ଟ ପ୍ରଦାନ କରାଯାଇଥିଲା l ଖେଳାଳୀ ମାନେ ଏହାକୁ ଖୁସିରେ ଗ୍ରହଣ କରିଥିଲେ l କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପ୍ରତ୍ୟେକ ବର୍ଷ ମେ ୧୭ ତାରିଖରେ ଆର୍ଟ ଅଫ ଗିଭିଂ ଡେ କାର୍ଯ୍ୟକ୍ରମ କରି ଆସୁଛନ୍ତି l ଯାହାକି ସମଗ୍ର ବିଶ୍ୱରେ ବେଶ ଆଦୃତ ହୋଇପାରିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
