September 13, 2026
Home » ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ମହାନଦୀ ଧାରା ପକ୍ଷରୁ ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ l

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ମହାନଦୀ ଧାରା ପକ୍ଷରୁ ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ l

0
WhatsApp Image 2026-09-13 at 1.12.17 PM

ସୁବର୍ଣ୍ଣପୁର:ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ମହତ୍ତ୍ୱ, ଐତିହ୍ୟ ଓ ସାଂସ୍କୃତିକ ପରମ୍ପରାକୁ ନୂଆ ପିଢ଼ି ମଧ୍ୟରେ ପହଞ୍ଚାଇବା ସହ ପିଲାମାନଙ୍କ ମଧ୍ୟରେ ସୃଜନଶୀଳତା, ଜ୍ଞାନ ଓ କୌତୂହଳର ବିକାଶ ଉଦ୍ଦେଶ୍ୟରେ ମହାନଦୀ ଧାରା ପକ୍ଷରୁ ନୂଆଖାଇ ଅବସରରେ ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ (G.K.) ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ମହାନଦୀ ଧାରା ପ୍ୟାଲେସ୍ ଗାର୍ଡେନ୍ କ୍ୟାମ୍ପସ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତର ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗଦେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ପିଲାମାନେ ପଶ୍ଚିମ ଓଡ଼ିଶାର ନୂଆଖାଇ ପରମ୍ପରା, ଲୋକସଂସ୍କୃତି, ଗ୍ରାମୀଣ ଜୀବନ ଓ ନୂଆ ଧାନକୁ ସ୍ୱାଗତ କରିବାର ପରମ୍ପରାକୁ ରଙ୍ଗ ଓ କଳ୍ପନା ମାଧ୍ୟମରେ ଚିତ୍ରିତ କରିଥିଲେ।
ଏହା ସହିତ ଚିତ୍ରାଙ୍କନ ପ୍ରତିଯୋଗିତା ୱାର୍କସପ୍ ମଧ୍ୟ ଆୟୋଜିତ ହୋଇଥିଲା। ବିଶେଷ ଅତିଥି ଭାବେ ଦୟାନିଧି ମେହେର ଓ ଅଭିଷେକ ସିଂହ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଚିତ୍ରାଙ୍କନ ସମ୍ପର୍କରେ ବିଭିନ୍ନ ଟିପ୍ସ ଓ ପରାମର୍ଶ ଦେଇ ଥିଲେ,ସେହିପରି G.K. ପ୍ରତିଯୋଗିତାରେ ପଶ୍ଚିମ ଓଡ଼ିଶାର ଇତିହାସ, ସଂସ୍କୃତି, ପରମ୍ପରା, ପର୍ବପର୍ବାଣୀ ଓ ଐତିହ୍ୟ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ପିଲାମାନଙ୍କ ଜ୍ଞାନ ଓ କୌତୂହଳକୁ ପରୀକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମଟି ମହାନଦୀ ଧାରାର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ପ୍ଲାବନ ମହାପାତ୍ରଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା। ସେ ପିଲାମାନଙ୍କ ସହ ନୂଆଖାଇର ସାଂସ୍କୃତିକ ମହତ୍ତ୍ୱ ଓ ନିଜ ମାଟି ଓ ପରମ୍ପରା ସହ ଯୋଡ଼ି ରହିବାର ଆବଶ୍ୟକତା ନେଇ ଆଲୋଚନା କରିଥିଲେ।“ଆମ ସଂସ୍କୃତି, ଆମ ଗର୍ବ” ବାର୍ତ୍ତାକୁ ନେଇ ଆୟୋଜିତ ଏହି ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପିଲାମାନଙ୍କୁ ନିଜ ମାଟି, ମୂଳ ଓ ପରମ୍ପରା ସହ ଯୋଡ଼ିବା। ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ପଶ୍ଚିମ ଓଡ଼ିଶାର ଭାଇଚାରା, କୃଷିଭିତ୍ତିକ ଜୀବନ, ପରମ୍ପରା ଓ ସାମୂହିକ ଏକତାର ଏକ ଅନନ୍ୟ ପ୍ରତୀକ ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମର ଦାୟିତ୍ୱ ମହାନଦୀ ଧାରାର ଫ୍ୟାକଲ୍ଟି ନିରୋଜା ଗୁରୁ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିବାରେ ସମିତ ପ୍ରଧାନ, ପ୍ରଦୀପ ଦାଶ, ରିତେଶ ରଥ, ରୁଦ୍ରପ୍ରସାଦ ପ୍ରଧାନ ଓ ସୋହମ ଦାନୀ ତାଙ୍କୁ ସହଯୋଗ କରିଥିଲେ। ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ପ୍ରିନ୍ସିପାଲ୍ ଆଭା ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ।ନୂଆଖାଇର ପରମ୍ପରା, ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ପିଲାମାନଙ୍କୁ ଅବଗତ କରାଇଥିଲେ।
ପରମ୍ପରାରୁ ପ୍ରେରଣା ନେଇ ନୂଆ ପିଢ଼ିରେ ସୃଜନଶୀଳତା, ଜ୍ଞାନ ଓ ସାଂସ୍କୃତିକ ସଚେତନତା ବିକଶିତ କରିବା ଦିଗରେ ମହାନଦୀ ଧାରାର ଏହି ପ୍ରୟାସ ଏକ ସୁନ୍ଦର ଓ ସାର୍ଥକ ପଦକ୍ଷେପ ହୋଇଥିଲା।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *