ପଶ୍ଚିମ ଓଡ଼ିଶାର ପ୍ରଥମ ଓଟିଟି ଚାନେଲ୍ ‘ପଶ୍ଚିମ୍’ ଲୋକାର୍ପିତ
୧ ତାରିଖ ଯାଏଁ ମିଳିବ ଫ୍ରି ଇନଷ୍ଟଲ୍ ଅଫର ନିର୍ମାଣ ହେବ ୨୦ଟି ପଶ୍ଚିମ ସିନେପ୍ଲେକ୍ସ l
ସୁବର୍ଣ୍ଣପୁର ସହର ବ୍ଲକ ଛକ ନିକଟସ୍ଥ ରୟାଲ କନଭେନସନ୍ ପରିସରରେ ଏକ ବର୍ଣ୍ଣାଢ୍ଯ ପରିବେଶ ଭିତରେ ଉଭୟ ନ୍ୟୁଜ ଏବଂ ମନୋରଞ୍ଜନ ପର୍ଯ୍ଯବେଶିତ ରାଜ୍ଯର ପ୍ରଥମ ଓଟିଟି ଚାନେଲ ପଶ୍ଚିମ୍ ଲୋକାର୍ପିତ ହୋଇ ଯାଇଛି । ଦେଶ ବିଦେଶରେ ଆଇଟି କ୍ଷେତ୍ରରେ କାମ କରି ସୁନାମ ଅର୍ଜନ କରିଥିବା ପଶ୍ଚିମ ଓଡିଶାର ସୁପୁତ୍ର ଦେବାଶିଷ ରଥ ଅନଲାଇନରେ ଏହି ଚାନେଲର ଲୋକାର୍ପଣ କରିଥିଲେ । ପଶ୍ଚିମ୍ ର ପରିଚାଳନା ନିର୍ଦ୍ଦେଶକ ଶୁଭାଶିଷ ରଥ , ନ୍ୟୁଜ ନିର୍ଦ୍ଦେଶକ ଧରଣୀଧର ମିଶ୍ର, ଅର୍ଜିନାଲ୍ ନିର୍ଦ୍ଦେଶକ ଶିବରାମ ମହାପାତ୍ର, ଅନ୍ୟତମ ନ୍ୟୁଜ ନିର୍ଦ୍ଦେଶକ ଗଣପତି ବାଘ ଏବଂ ଭାଇସ୍ ପ୍ରେସିଡେଣ୍ଟ ଶ୍ରୀହର୍ଷ ପୁରୋହିତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଲୋକାର୍ପଣ କାର୍ଯକ୍ରମରେ ପଶ୍ଚିମ ଓଡିଶାର 10ଟି ଜିଲ୍ଲାର ପ୍ରାୟ 500 ଜଣ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ , ସାମ୍ବାଦିକ ଏବଂ ଲେଖକ,ଲେଖିକା ଯୋଗ ଦେଇ ନିଜର ମତାମତ ରଖିଥିଲେ । ଆସନ୍ତା ୧ ତାରିଖ ପର୍ଯ୍ଯନ୍ତ ଗୁଗୁଲ ପ୍ଳେ ଷ୍ଟୋରରୁ ପଶ୍ଚିମ ଓଟିଟି ଆପ୍ ବିନାମୂଲ୍ୟରେ ଡାଉନଲୋଡ କରିହେବ। ୧ ତାରିଖଠୁ ନ୍ୟୁଜ ସହ ୱେବ ସରିଜ, ମୁଭି, ସର୍ଟ ମୁଭି, ରିୟଲିଟି ସୋ, କମେଡି, ଡିଭୋସୋନାଲ ପ୍ରୋଗ୍ରାମ ଆଦି ଉପଲବ୍ଧ ହେବ । ପ୍ରଥମ ୧ ଲକ୍ଷ ସବସ୍କ୍ରାଇବରଙ୍କୁ ୨୦ ହଜାର ଟଙ୍କାର ଗିଫ୍ଟ କୁପନ ମିଳିବ ।

ଏହି ଅବସରରେ ପଶ୍ଚିମ ପ୍ରାୟୋଜିତ ୱେବ ସିରିଜ୍ ଗୁଦନୀ, ରାଜନୀତି, ଭରମ ସହ କ୍ଷୁଦ୍ର ସିନେମା ବାଟର ଟିଜର ରିଲିଜ୍ ହେବା ସହ କଳାକାର ମାନେ ତାଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ । ତେବେ କୌଣସି ରାଜନେତା କିମ୍ବା ସରକାରୀ ଅଧିକାରୀଙ୍କୁ ଅତିଥି ଭାବେ ସାମିଲ ନକରି କଳା ଏବଂ ସାମ୍ବାଦିକତା କ୍ଷେତ୍ରରେ ଅଞ୍ଚଳ ପାଇଁ ସୁନାମ ଅର୍ଜନ କରିଥିବା ବ୍ଯକ୍ତି ବିଶେଷଙ୍କ ଦ୍ବାରା ଏହି ଚାନେଲର ଶୁଭାରମ୍ଭ ହେବା ଏକ ସ୍ବାଗତଯୋଗ୍ଯ ପଦକ୍ଷେପ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ ।ପଶ୍ଚିମ ଓଡିଶାର ନିଜର ଫିଲ୍ମ ଇଣ୍ଡଷ୍ଟ୍ରି “ୱୋଲିଉଡ୍“ ଶୁଭାରମ୍ଭ ହିଁ ଲୋକାର୍ପଣ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଥିଲା ।ସିନେମା ଶିଳ୍ପ ସହ ସଂଶ୍ଲିଷ୍ଟ ଥିବା ବ୍ଯକ୍ତି ବିଶେଷଙ୍କୁ ନେଇ ଏକ ଖୋଲା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଆଲୋଚନା ଚକ୍ରକୁ ପଶ୍ଚିମ ପ୍ରତିଷ୍ଠାତା ଶୁଭାଶିଷ ରଥ ପରିଚାଳନା କରିଥିଲେ । ଏହି ଅବସରରେ ପଶ୍ଚିମ ଓଡିଶାର 10ଟି ଜିଲ୍ଲାରେ ପଶ୍ଚିମ୍ ତରଫରୁ 20ଟି ସିନେ ପ୍ଲେକ୍ସ ନିର୍ମାଣ ପାଇଁ ଘୋଷଣା ହୋଇଥିଲା । ପଶ୍ଚିମର ଲୋକାର୍ପଣ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାରେ କାର୍ଯ୍ୟରତ ପଶ୍ଚିମ ନ୍ୟୁଜର ଦୁଇ ଜଣ ବ୍ୟୁରୋ ଚିଫ୍, 10 ଜଣ ଜିଲ୍ଲା ପ୍ରତିନିଧିଙ୍କ ସହ ବିଭିନ୍ନ ସ୍ଥାନରେ କାମ କରୁଥିବା 5 ଜଣ ସାମ୍ବାଦିକ ଯୋଗ ଦେଇଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
