May 17, 2026
Home » ପାଟଣା ବ୍ଲକର ଟାଙ୍ଗରପଡା ଠାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ

ପାଟଣା ବ୍ଲକର ଟାଙ୍ଗରପଡା ଠାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ

0
WhatsApp Image 2026-05-15 at 11.33.05 PM

କେନ୍ଦୁଝର-ଗତ ମଇ ୨୦୧୬,୧୨,୧୩ ଓ ୧୪ ତାରିଖ ତିନିଦିନ ବ୍ଯାପୀ ଟାଙ୍ଗରପଡାର ପୁରାତନ ମଠ ମନ୍ଦିର ପରିସରରେ ପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ ତଥା ମାତା ସୀତା ଦେବୀଙ୍କର ବିଗ୍ରହ ସ୍ଥାପନ ଏବଂ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ମହାସମାରୋହରେ ସମାପିତ ହୋଇଯାଇଛି।ଏଥିରେ ପୂଜକ ଭାବରେ ସ୍ବାମ ଶାସନର ଅଲେଖ ଚନ୍ଦ୍ର ତ୍ରିପାଠୀ ଏବଂ ତାଙ୍କର ସହଯୋଗୀ ମାନେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ କରିଥିଲେ।ପ୍ରଥମ ଦିବସରେ ବୈତରଣୀ ନଦୀରୁ କଳସ ଅଣାଯାଇ ସନ୍ଧ୍ୟାରେ ଅଙ୍କୁରରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଦ୍ବିତୀୟ ଦିବସରେ ଗୁରୁପୂଜନ ଏବଂ ଯଜ୍ଞ କାର୍ଯ୍ୟ କରାଯାଇଥିଲା।ତୃତୀୟ ଦିବସରେ ବିଗ୍ରହ ପୂଜନ, ବିଗ୍ରହ ସ୍ନାନ, ଯଜ୍ଞ କାର୍ଯ୍ୟ କରାଯାଇ ବିଗ୍ରହ ପ୍ରତିଷ୍ଠା ତଥା ପୂର୍ଣ୍ଣାହୁତି କରାଯାଇ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।ଏଥିରେ କର୍ତ୍ତା ଭାବରେ ସରୋଜ କୁମାର ସାହୁ ଓ ତାଙ୍କର ସହଧର୍ମିଣୀ ସନ୍ଧ୍ୟାରାଣୀ ସାହୁ କାର୍ଯ୍ୟ ସମ୍ପାଦନ କରିଥିଲେ।ଏଥିରେ ଟାଙ୍ଗରପଡା ଓ ଅଙ୍କୁରା ଗ୍ରାମର ସମସ୍ତ ଗ୍ରାମବାସୀ ପୂର୍ଣ୍ଣପ୍ରାଣରେ ସହଯୋଗ କରିଥିଲେ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *