July 5, 2025
Home » ପାରାଦୀପ ଠାରୁ ୫୬୦ କିଲୋମିଟର ରହିଛି ବାତ୍ୟା

ପାରାଦୀପ ଠାରୁ ୫୬୦ କିଲୋମିଟର ରହିଛି ବାତ୍ୟା

0
WhatsApp Image 2024-10-23 at 4.23.24 PM

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’ । ପାରାଦୀପ ଠାରୁ ୫୬୦ କିଲୋମିଟର ରହିଛି ବାତ୍ୟା। ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବାବେଳେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଉଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର। ଏହା ଓଡ଼ିଶାର ପୁରୀରୁ ପଶ୍ଚିମବଙ୍ଗର ସାଗର ଦୀପ ମଧ୍ୟରେ ଅତିକ୍ରମ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏହି ସମୟରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ପୁରୀ ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏବେ ପଶ୍ଚିମବଙ୍ଗ ସରକାର ବି ସମାନ ନୀତି ଆପଣାଇଛନ୍ତି।

ତୁରନ୍ତ ଦୀଘା ଛାଡ଼ିବାକୁ ପଶ୍ଚିମବଙ୍ଗ ସରକାର ପର୍ଯ୍ୟଟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଦିନ ୧୨ଟା ସୁଦ୍ଧା ଦୀଘା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ବଙ୍ଗଳା ପ୍ରଶାସନ। ଏଥିସହ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଦୀଘାର କୌଣସି ହୋଟେଲ ନୂଆ ବୁକିଂ କରିପାରିବେନି ବୋଲି ବି କୁହାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ଏହି ନିର୍ଦ୍ଦେଶ ପରେ ପର୍ଯ୍ୟଟକମାନେ ହୋଟେଲ ଖାଲି କରୁଥିବା ଓ ଦୀଘା ଛାଡ଼ୁଥିବା ଦେଖିବାକୁ ମିଳିଛି। ଓଡ଼ିଶା ସୀମାନ୍ତ ଦୀଘା ବେଳାଭୂମି ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ନିମନ୍ତେ ଏପରି ନିର୍ଦ୍ଦେଶ ଜାରି କରାଯାଇଛି । ସମ୍ଭାବ୍ୟ ବାତ୍ୟା ଆସନ୍ତାକାଲି ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆକଳନ କରାଯାଇଛି।

ଅନ୍ୟପଟେ ପାରାଦୀପ ଠାରୁ ୫୬୦ କିଲୋମିଟର ରହିଛି ବାତ୍ୟା। ସାଗର ଦ୍ଵୀପଠାରୁ ୬୩୦ କିଲୋମିଟର, ଖେପୁପଡାରୁ ୬୬୦ କିଲୋମିଟର ଦକ୍ଷିଣରେ ବାତ୍ୟା ରହିଛି। ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଏହା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତାକାଲି ସକାଳ ସୁଦ୍ଧା ପହଞ୍ଚିବ। ଏନେଇ ଭୁବନେଶ୍ଵର ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ପୁରୀ ଓ ସାଗର ଦ୍ଵୀପରେ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳେ ପ୍ରବେଶ କରିବ। ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ପବନର ଗତି ରହିବ ୧୦୦ରୁ ୧୧୦ କିଲୋମିଟର। ଝଟକା ପବନର ବେଗ ରହିବ ୧୨୦ କିଲୋମିଟର। ସମୁଦ୍ରରେ ଜୁଆର ରହିବ। ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ଯିବା ପାଇଁ ବାରଣ କରାଯାଇଛି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *