July 1, 2025
Home » ପାରାଦୀପ ପୋର୍ଟ ୱାର୍କସ ୟୁନିୟନ ଓ ପାରାଦୀପ ଡାକ ଆଣ୍ଡ ଟ୍ରାନ୍ସପୋର୍ଟ ୱାର୍କସ ୟୁନିୟନ ର ନୂତନ ସଭାପତି ଙ୍କୁ ସମ୍ବର୍ଦ୍ଧନା

ପାରାଦୀପ ପୋର୍ଟ ୱାର୍କସ ୟୁନିୟନ ଓ ପାରାଦୀପ ଡାକ ଆଣ୍ଡ ଟ୍ରାନ୍ସପୋର୍ଟ ୱାର୍କସ ୟୁନିୟନ ର ନୂତନ ସଭାପତି ଙ୍କୁ ସମ୍ବର୍ଦ୍ଧନା

0
WhatsApp Image 2024-09-13 at 7.48.19 PM

ପାରାଦୀପ, : ପାରାଦୀପ ପୋର୍ଟ ୱାର୍କସ ୟୁନିୟନ ଓ ପାରାଦୀପ ଡକ ଆଣ୍ଡ ଟ୍ରାନ୍ସପୋର୍ଟ ୱାର୍କସ ୟୁନିୟନ ର ନୂତନ ସଭାପତି ଭାବେ ଜଗତସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇ ଙ୍କୁ ଆଜି ୟୁନିୟନ କାର୍ଯ୍ୟାଳୟ ପରିସରରେ ଏକ ବଢାର୍ଣ୍ଣପରିବେଶରେ ସମ୍ବର୍ଦ୍ଧିତ କରାଯାଇଛି।ଏହି ଅବସରରେ ଅପରାହ୍ନରେ ସଭାପତି ଶ୍ରୀ ତରାଇ ଙ୍କୁ ଅଠରବାଙ୍କୀ ଠାରୁ ଏକ ବିରାଟ ମୋଟରସାଇକେଲ ଶୋଭାଯାତ୍ରାରେ ଅଣାଯାଇ ସହର ପରିକ୍ରମା କରାଯାଇଥିଲା।ସନ୍ଧ୍ୟାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନୂତନ ସଭାପତି ଶ୍ରୀ ତରାଇ ପ୍ରଥମେ ଏଚଏମଏସ ପତାକା ଉତ୍ତୋଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ୟୁନିୟନ ର ସାଧାରଣ ସମ୍ପାଦକ ନୃସିଂହ ପ୍ରସାଦ ଶତପଥୀ ଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନୂତନ ସଭାପତି ତଥା ମାନ୍ୟବର ସାଂସଦ ଡଃ ବିଭୁ ପ୍ରସାଦ ତରାଇ, ପୂର୍ବତନ ସଭାପତି ପଞ୍ଚାନନ କାନୁନଗୋ, ପାରାଦୀପ ପୋର୍ଟ ୱାର୍କସ ୟୁନିୟନ ର କାର୍ଯ୍ୟକାରୀ ସଭାପତି ଅନନ୍ତ କୁମାର ଦାସ, ପାରାଦୀପ ଡକ ଆଣ୍ଡ ଟ୍ରାନ୍ସପୋର୍ଟ ୱାର୍କସ ୟୁନିୟନ ର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି ଗୁଣନିଧି ଚୌଧୁରୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।ନୂତନ ସଭାପତି ଓ ଅତିଥି ମାନଙ୍କୁ ପ୍ରଥମେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।ଭାରତ ସରକାରଙ୍କ ଶ୍ରମ ନୀତି ଅନୁସାରେ ଶ୍ରମିକ ମାନଙ୍କୁ ଯେତିକି ମାତ୍ରାରେ ସୁବିଧା ସୁଯୋଗ ଓ ପ୍ରାପ୍ୟ ମିଳିବା କଥା ତାହା ପାରାଦୀପ ବନ୍ଦର ସମେତ ପାରାଦୀପ ଅଞ୍ଚଳରେ ଗଢି ଉଠିଥିବା କଳକାରଖାନା ଓ ବନ୍ଦରର ବ୍ୟବହାରକାରୀ ସଂସ୍ଥା ମାନଙ୍କରେ ଏହି ଶ୍ରମ ନୀତି ଗୁଡିକୁ କାର୍ଯ୍ୟକାରୀ କରାଯାଉନାହିଁ।ଏଣୁ ପାରାଦୀପ ବନ୍ଦର ସହରରେ ଶ୍ରମିକ ଅସନ୍ତୋଷ ସର୍ବଦା ଲାଗି ରହିଛି।ଶ୍ରମିକ ଟିଏ ସବୁବେଳେ ଶୋଷଣର ଶିକାର ହେଉଛି।ଏଣୁ ପାରାଦୀପ ଅଞ୍ଚଳରେ କାର୍ଯ୍ୟରତ ବନ୍ଦରର ସ୍ଥାୟୀ କର୍ମଚାରୀ ଓ ଶ୍ରମିକ ମାନେ ଉକ୍ତ ଶ୍ରମନୀତି ଖିଲାପର ଶିକାର ହେଉଛନ୍ତି।ଏହି ସବୁ ସମସ୍ୟା କୁ ବିଚାରକୁ ନିଆଯିବା ସହିତ ବନ୍ଦର କର୍ତ୍ତୃପକ୍ଷ ଓ ଶିଳ୍ପ ସଂସ୍ଥା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ପାଇଁ ନୂତନ ସଭାପତି ଡଃ ତରାଇ ପ୍ରତିଶ୍ରୁତି ଦେଇଥିଲେ।ଏହି ବିଚାର ଧାରାକୁ ସାକାର କରିବା ପାଇଁ ସଭାପତି ସମସ୍ତ କର୍ମଚାରୀ, ବନ୍ଦର କର୍ତ୍ତୃପକ୍ଷ ଓ କମ୍ପାନୀ ମାନଙ୍କର ସହଯୋଗ କାମନା କରିଛନ୍ତି।ଶେଷରେ ୟୁନିୟନ ର କାର୍ଯ୍ୟକାରୀ ସଭାପତି ଗୁଣନିଧି ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *