February 23, 2026
Home » ପାରାଦୀପ ପ୍ରେସ୍ ମିଡିଆର ଦଶମ ବାର୍ଷିକ ଉତ୍ସବ ପାଳିତ

ପାରାଦୀପ ପ୍ରେସ୍ ମିଡିଆର ଦଶମ ବାର୍ଷିକ ଉତ୍ସବ ପାଳିତ

0
WhatsApp Image 2025-12-29 at 4.41.46 PM

ପାରାଦୀପ ପ୍ରେସ୍ ମିଡିଆ ପକ୍ଷରୁ ଦଶମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ପାଳିତ ହୋଇଯାଇଛି | ଏହି ଅବସରରେ ନୁଆବଜାର ସ୍ଥିତ ଅଟଳ ବିହାରୀ ବାଜପେୟି ଟ୍ରଷ୍ଟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ବରିଷ୍ଠ ସାମ୍ବାଦିକ କର୍ମେଶ୍ବର ସ୍ବାଇଁ ସଭାପତିତ୍ବ କରିଥିଲେ | ପୌରାଧ୍ଯକ୍ଷ ବସନ୍ତ ବାଶ୍ବାଳ ମୁଖ୍ଯଅତିଥି ଭାବେ ଯୋଗ ଦେଇଥିବାବେଳେ ସଂଘର ଉପଦେଷ୍ଠା ଚିତ୍ତ ରଂଜନ ସ୍ବାଇଁ ମୁଖ୍ଯବକ୍ତା ଭାବେ ଯୋଗ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଗଗନ ବିହାରୀ ସାହୁ, ଶୁକଦେବ ଜେନା, ଗଙ୍ଗାଧର ରାଉତ, ଧ୍ରୁବ ମହାପାତ୍ର, ବଟକୃଷ୍ଣ ଦାସ, ପ୍ରଶାନ୍ତ ରାଉତ, ଶରତ ରାଉତ, ଅଜିତ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ l ନିକଟରେ ସ୍ଵର୍ଗାରୋହଣ କରିଥିବା ସଂଘର ଅନ୍ଯତମ ଉପଦେଷ୍ଠା ସୁଧିର ରଂଜନ ଦାଶ ଙ୍କ ସମେତ ବରିଷ୍ଠ ସାମ୍ବାଦିକ ନିଧିରାମ ମହାରଣା ଓ ରୁଦ୍ର ପ୍ରତାପ ନାୟକଙ୍କ ଅମର ଆତ୍ମାର ଶାନ୍ତି କାମନା କରିବାସହ ସେମାନଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ଓ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା | ଏହି ଅବସରରେ ସଂଘର ମୁଖପତ୍ର “ମୁକ୍ତପୃଷ୍ଠା” ଉନ୍ମୋଚନ ହୋଇଥିଲା | ବିଶେଷକରି ଦେଶରେ ଗଣମାଧ୍ଯମକୁ ଦୁଇ ଭାଗରେ ବିଭକ୍ତ କରି ନିଜର ରାଜନୈତିକ ଜୀବନକୁ ଚରିତାର୍ଥ କରିବାକୁ ଷଢଯନ୍ତ୍ର କରୁଥିବା ରାଜନେତାଙ୍କ ବିରୁଦ୍ଧରେ ଗଣମାଧ୍ଯମ ମାନେ ସ୍ବର ଉତ୍ତୋଳନ କରିବାସହ ଦେଶର କୋଟିକୋଟି ଶୋଷିତ ଓ ନିସ୍ପେଷିତ ଜନତାଙ୍କ ସମସ୍ଯାକୁ ସମାଧାନ କରିବା ପରି ଖବର ପ୍ରକାଶ କରିବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା |

ଯାହାଦ୍ବାରା ଦେଶରେ ଗଣତନ୍ତ୍ର ସୁଦୃଢ ରହିପାରିବ ଏବଂ ସରକାର ଦେଶବାସୀଙ୍କୁ ସ୍ବଛ ଶାସନ ଦେଇପାରିବେ ବୋଲି ସଭାରେ ମତ ପ୍ରକାଶ ପାଇଥିଲା | ଏହାସହ ବିଭିନ୍ନ ସ୍ଥାନରେ କାର୍ଯ୍ଯରତ ଗଣମାଧ୍ଯମ ପ୍ରତିନିଧି ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ସଭାରେ ଗଭିର ଉଦବେଗ ପ୍ରକାଶ ପାଇଥିଲା | ସାମ୍ବାଦିକ ମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ଯା ସଂପର୍କରେ ଆଲୋଚନା କରାଯିବା ସହିତ ଯେକୌଣସି ପରିସ୍ଥିତିରେ ନିଷ୍ଠାରସହ କାର୍ଯ୍ଯ କରିବାକୁ ବକ୍ତାମାନେ ମତବ୍ଯକ୍ତ କରିଥିଲେ | ସମସ୍ତ ସାମ୍ବାଦିକ ଏକତା ହୋଇ କାର୍ଯ୍ଯକଲେ ସମାଜର ଉନ୍ନତି ହେବାସହ ସମସ୍ତ ଖବରଦାତା ସତ୍ୟ ଖବର ପରିବେଷଣ ଉପରେ ଗୁରୁତ୍ୱାରୋପ କରିବା ଉଚିତ୍ ବୋଲି ମତ ପ୍ରକାଶ ପାଇଥିଲା | ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ପାରାଦୀପ ପ୍ରେସ୍ ମିଡିଆର ସଭାପତି ବସନ୍ତ କୁମାର ସାହୁ, ସାଧାରଣ ସଂପାଦକ ବଟକୃଷ୍ଣ ଦାସ, କୋଷାଧ୍ଯକ୍ଷ ସୁରେନ୍ଦ୍ର କୁମାର ବିଶ୍ବାଳ, ମନୋଜ କୁମାର ଦାସ, ବରିଷ୍ଠ ସାମ୍ବାଦିକ ଶରତ କୁମାର ରାଉତ, ଶୁକଦେବ ଜେନା, ଧୃବ ଚରଣ ମହାପାତ୍ର, ହରିଶ୍ଚନ୍ଦ୍ର ଲେଙ୍କା, ଅଜିତ୍ କୁମାର ଦାସ, ଶୁସିଲ୍ ପଟନାୟକ, ସୁମନ୍ତ ସ୍ବାଇଁ, ରଶ୍ମିରଂଜନ ରାଉତରାୟ, ପ୍ରଶାନ୍ତ କୁମାର ସ୍ବାଇଁ, ବିରଜା ପ୍ରସାଦ ସେଠୀ, ସମିର କୁମାର ମହାନ୍ତୀ,ପ୍ରଶାନ୍ତ ଦାଶ, ବିବେକାନନ୍ଦ ରାଉତ, ବିକାଶ କୁମାର ବେହେରାଙ୍କ ସମେତ ବିଭିନ୍ନ ଗଣମାଧ୍ଯମ ପ୍ରତିନିଧୀ ଓ ବୁଦ୍ଧିଜିବୀ ମାନେ ଯୋଗଦେଇ ସାମ୍ବାଦିକ ମାନଙ୍କ କର୍ତ୍ତବ୍ଯ ଓ କାର୍ଯ୍ଯନିଷ୍ଠା ଉପରେ ଆଲୋକପାତ କରିଥିଲେ | ଶେଷରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ଶେଷରେ ସଭାପତି ଅଜିତ୍ କୁମାର ଦାସ ଙ୍କ ଧନ୍ୟବାଦ ପରେ ସଭା କାର୍ଯ୍ୟ ସମାପ୍ତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ସୁରେନ୍ଦ୍ର ବିଶ୍ଵାଳ, ମନୋଜ ଦାସ, ସଂଜୀବ ମିଶ୍ର ଓ ଅରୁଣ କୁମାର ସ୍ବାଇଁ ପ୍ରମୁଖ ସଫଳତାର ସହିତ ପରିଚାଳନା କରିଥିଲେ ଏବଂ ଏଥିରେ ବହୁ ସଂଖ୍ୟାରେ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।